ଦିଲ୍ଲୀ ବାସଭବନ ନେଇ ସରକାରଙ୍କୁ ଘେରିଲା ବିଜେଡି, କହିଲା- ଆଉ ଗୋଟେ ପାଓ୍ୱାର ସେଣ୍ଟର ପାଇଁ ଚାଲିଛି ଉଦ୍ୟମ

NEWS7
younger-brother-arrested-for-killing-elder-in-nabarangpur

ଭୁବନେଶ୍ୱର ୧୭।୧୨ : ସ୍ୱଧୀନତା ପରଠାରୁ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଘର ନେଇନାହାନ୍ତି । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ବାସଭବନ ନେଉଛନ୍ତି। ଏପିରି କିଛି କହି ବିଜେପି ଓ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଟାର୍ଗେଟ କରିଛି ବିରୋଧୀ ବିଜେଡି ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏକ ପ୍ରେସ୍ମିଟ୍ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେହି କହିଛନ୍ତି ଯେ, ସ୍ୱାଧୀନତା ପରଠାରୁ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଏଭଳି ବାସଭବନ ନେଇନାହାନ୍ତି। କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାହିଁକି ଏଭଳି ବ୍ୟବସ୍ଥା କରାଯାଇଛି। ଏହାର ଅର୍ଥ ଓଡ଼ିଶା ତହବିଲରୁ ଯାଉଛି । ଯାହା ଦ୍ୱାରା ଓଡ଼ିଶାର କ୍ଷତି ହେବ। ତେଣୁ ପୂର୍ବ ପ୍ରେସମିଟରେ ବିଜେଡି ପକ୍ଷରୁ କିଛି ପ୍ରଶ୍ନ କରାଯାଇ ଥିଲା କିଂ ତାର ଉତ୍ତର ମିଳିଲା ନାହିଁ। ବିଗତ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଲେ। ସେ ଦିଲ୍ଲୀ ଗଲେ ତାଙ୍କୁ ତ କେବେ ଆଉ ଗୋଟେ ଘର ଦରକାର ପଡୁନଥିଲା। ତେଣୁ ବିଜେଡ଼ି ଭାବୁଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ଓଡ଼ିଶା ବିରୁଦ୍ଧରେ ଓଡ଼ିଆ ଲୋକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ ହେବ। ଏହାସହ ଓଡ଼ିଶାରୁ ଗୋଟେ ପ୍ଲାଟୁନ ପୋଲିସ ନେବାର ଅର୍ଥ ଦିଲ୍ଲୀ ପୋଲିସ ଉପରେ ଓଡିଶା ସରକାରଙ୍କ ଭରସା ନାହିଁ। ଆଉ ଏହି ପୋଲିସ ଦିଲ୍ଲୀରେ ରହିବା ଦ୍ୱାରା ଓଡ଼ିଶା କ୍ଷତି ସହିବ। ତିନି ମୂର୍ତ୍ତି ଲେନରେ ବିଜେପିର ଗୋଟେ ଗୋଷ୍ଠୀ ଆଉ ଗୋଟେ ପାୱାର ସେଣ୍ଟର ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଏହାର ସ୍ପଷ୍ଟୀକରଣ ରଖନ୍ତୁ। ବିଜେପି ମଧ୍ୟ ଏହି ଅଭିଯୋଗର ଜବାବ ରଖୁ। ମୁଖ୍ୟମନ୍ତ୍ରୀ ନିଜେ ଉତ୍ତର ରଖୁନାହାନ୍ତି, କିଛି ସାମ୍ବାଦିକ ବିଜେପି ମୁଖପାତ୍ର ସାଜି ସୋସିଆଲ ମିଡ଼ିଆରେ ହିସାବ ରଖୁଛନ୍ତି। ଏହା କେଉଁ ଭଳି ସାମ୍ବାଦିକତା । ମେ ଫେୟାରରୁ ପ୍ରତି ଦିନ ୧୦୦ରୁ ଅଧିକ ମିଲ ଆସୁଛି। ଗୋଟିଏ ଲେଖାଏଁ ମିଲର ମୂଲ୍ୟ ୪୦୦୦ ଟଙ୍କା । ତାହା ଲୋକସେବା ଭବନର ୪୦୦ ମିଟର ପରିଧି ଭିତରେ ବ୍ୟବହାର ହେଉଛି। ଖାଲି ସେତିକି ନୁହେଁ ଜୟସ୍ୱାଲ ବୋଲି ବ୍ୟକ୍ତି ଜଣକ କିଏ । ଯିଏ କି ବର୍ତ୍ତମାନ ଓଡ଼ିଶାର ସୁପର ଚିଫ ମିନିଷ୍ଟର ସାଜିଛନ୍ତି। ତାହାର ଜବାବ ବିଜେପି କିମ୍ବା ମୁଖ୍ୟମନ୍ତ୍ରୀ ରଖନ୍ତୁ।