ୟଶଙ୍କ ସହ 'ଟକ୍ସିକ'ରେ ଧମାଲ କରିବେ କିଆରା ଆଡଭାନୀଙ୍କ, ସାମ୍ନାକୁ ଆସିଲା ଅଭିନେତ୍ରୀଙ୍କ ଫାଷ୍ଟ ଲୁକ

NEWS7
yogi-govt-to-create-data-base-of-20-lakhs-job-seekers

ନୂଆଦିଲ୍ଲୀ ୨୨।୧୨; ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଟକ୍ସିକ' ଏବେ ସିନେମା ହଲରେ ମୁକ୍ତିଲାଭ କରିବା ପାଇଁ ପ୍ରସ୍ତୁତ । ନିର୍ମାତାମାନେ ଫିଲ୍ମର ଷ୍ଟାରକାଷ୍ଟ ଉପରୁ ଧୀରେ ଧୀରେ ପରଦା ଉଠାଇଛନ୍ତି । ଫିଲ୍ମରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି ହୋଇଛି । ଗତକାଲି ଡିସେମ୍ବର ୨୨ରେ, ଫିଲ୍ମ ନିର୍ମାତା କିଆରା ଆଡଭାନୀଙ୍କ ଫାଷ୍; ଲୁକ୍ ରିଲିଜ୍ କରିଛନ୍ତି। ଯାହା ଫିଲ୍ମରେ ସେ ଅଭିନୟ କରୁଥିବା ଚରିତ୍ରର ଏକ ଝଲକ ପ୍ରଦାନ କରିଛି । କିଆରାଙ୍କ ଏହି ଲୁକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକେ ଏହାକୁ ଖୁବ ପସନ୍ଦ କରିଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by Yash (@thenameisyash)

"ଟକ୍ସିକ"ରେ କିଆରା ଆଡଭାନୀଙ୍କ ଚରିତ୍ରର ଫାଷ୍ଟ ଲୁକ୍ ରବିବାର ସକାଳେ ରିଲିଜ୍ ହୋଇଛି । ଫିଲ୍ମର ମୁଖ୍ୟ ଅଭିନେତା, ୟଶ, ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଆରାଙ୍କ ଚରିତ୍ରର ଏକ ପୋଷ୍ଟର ସେୟାର କରିଛନ୍ତି । ପୋଷ୍ଟରରେ କିଆରାଙ୍କ ଲୁକ୍ ବିଷୟରେ କହିବାକୁ ଗଲେ, କିଆରା ଏକ ବ୍ଲାକ ଗାଉନରେ ନଜର ଆସିଛନ୍ତି । ସେ ଡ୍ୟାନ୍ସ ଫ୍ଲୋରର ସ୍ପଟଲାଇଟରେ ଠିଆ ହୋଇଛନ୍ତି। "ଟକ୍ସିକ" ଫିଲ୍ଲଟି ଗୀତୁ ମୋହନ ଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ । ଭେଙ୍କଟ ନାରାୟଣ ଏବଂ ୟଶ ପ୍ରଯୋଜକ। KVN ପ୍ରଡକ୍ସନ୍ସ ଏବଂ ମନଷ୍ଟର ମାଇଣ୍ଡ କ୍ରିଏସନ୍ସ ବ୍ୟାନରରେ ନିର୍ମିତ, ଏହି ଫିଲ୍ମର ସିନେମାଟୋଗ୍ରାଫର ହେଉଛନ୍ତି ରାଜୀବ ରବି । ଏହି ଫିଲ୍ମରେ ୟଶ ଏବଂ କିଆରା ଆଡଭାନୀ ଅଭିନୟ କରିଛନ୍ତି । ମାଆ ହେବା ପରେ ଏହା କିଆରା ଆଡଭାନୀଙ୍କ ପ୍ରଥମ ଫିଲ୍ମ ।

ତାରା ସୁତାରିଆ, ହୁମା କୁରେଶୀ, ରୁକ୍ମଣୀ ବସନ୍ତ, ଅକ୍ଷୟ ଓବେରୟ ଏବଂ ସୁଦେବ ନାୟର ମଧ୍ୟ ଏହି ଫିଲ୍ମର ଅଂଶ ହେବେ । ଫିଲ୍ମଟି ଏକକାଳୀନ କନ୍ନଡ ଏବଂ ଇଂରାଜୀରେ ସୁଟିଂ କରାଯାଇଛି ଏବଂ ଏହା ୧୯ ମାର୍ଚ୍ଚ, ୨୦୨୬ରେ ଉଗାଦିରେ ୬ଟି ଭାଷାରେ ମୁକ୍ତିଲାଭ କରିବାର ଯୋଜନା ରହିଛି । ଏହି ଫିଲ୍ମଟି ଇଂରାଜୀ ଏବଂ କନ୍ନଡ ଭାଷାରେ ନିର୍ମିତ ହେଉଛି, ଏବଂ ଏହା ହିନ୍ଦୀ, ତେଲୁଗୁ, ତାମିଲ ଏବଂ ମାଲାୟଲମ ସହିତ ଅନେକ ଅନ୍ୟାନ୍ୟ ଭାରତୀୟ ଏବଂ ଅନ୍ତର୍ଜାତୀୟ ଭାଷାରେ ମୁକ୍ତିଲାଭ କରିବ ।