ବାଲିଯାତ୍ରା ୨୦୨୫
LIVE TV

ଯଦି ପାକିସ୍ତାନ ପରମାଣୁ ବୋମା ଫୁଟାଏ? ଜାଣନ୍ତୁ ଜବାବରେ କ’ଣ କହିଲେ ରାଜନାଥ ସିଂହ

NEWS7
yes-bank-founder-said-what-happened-he-has-no-idea-rana-kapoor

ନୂଆଦିଲ୍ଲୀ ୯।୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା କୌଣସି ନୂଆ କଥା ନୁହେଁ, ହେଲେ ଏଥି ମଧ୍ୟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଏପରି ବୟାନ ଦେଇଛନ୍ତି ଯାହା ନା କେବଳ ପାକିସ୍ତାନର ବରଂ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି। ଯଦି ପାକିସ୍ତାନ କୌଣସି ପରମାଣୁ ପରୀକ୍ଷଣ କରେ ଏଥିରେ ଭାରତର ପ୍ରତିକ୍ରିୟା କଣ ହେବ ବୋଲି ରାଜନାଥଙ୍କୁ ପଚରା ଯିବାରେ ସେ ଏହା କହିଛନ୍ତି। ସେ ଯାହା କହିଛନ୍ତି ତାକୁ ଏବେ ଏକ ଚେତାବନୀ ଭାବେ ଦେଖା ଯାଉଛି।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଆମେ ଆଜି ପର୍ଯ୍ୟନ୍ତ କୌଣସି ଦେଶ ଉପରେ ପ୍ରଥମେ ଆକ୍ରମଣ କରି ନାହୁଁ ଓ ଆମର ପରମାଣୁ ନୀତି ‘ନୋ ଫାଷ୍ଟ ୟୁଜ୍’ ରହିଛି। ହେଲେ ଭବିଷ୍ୟତରେ କ’ଣ ହେବ ଏହା ସେ ସମୟର ପରିସ୍ଥିତି ଉପରେ ନିର୍ଭର କରିବ। ତାଙ୍କର ଏପରି କହିବାର ଅର୍ଥ ବେଶ୍ ଗଭୀର। ଏହାକୁ ସିଧାଶଳଖ ଭାବେ ଏକ ବାର୍ତ୍ତା ରୂପେ ଦେଖା ଯାଉଛି। ଯାହାର ଅର୍ଥ ଭାରତ ଶାନ୍ତିର ପକ୍ଷ ଧର, ହେଲେ ଆମର ଏହି ନୀତିକୁ ଆମର ଦୁର୍ବଳତା ବୋଲି ଭାବିବା ଭୁଲ। ଯଦି ଦେଶର ସୁରକ୍ଷା ଉପରେ କୌଣସି ଆଞ୍ଚ ଆସେ ଅଥବା ପରିସ୍ଥିତି ବିଗଡେ ତେବେ ଭାରତ ନିଜ ନୀତି ଉପରେ ଦ୍ୱିତୀୟବାର ବିଚାର କରିବାକୁ ପଛେଇବ ନାହିଁ।

ରାଜନାଥଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପାକିସ୍ତାନ ନ୍ୟୁକ୍ଲିୟର କମାଣ୍ଡ ଓ କଣ୍ଟ୍ରୋଲ ସିଷ୍ଟମର ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହା ପରଠାରୁ ଅନ୍ତର୍ଜାତୀୟ ସ୍ତରରେ ଏହା ଆକଳନ କରାଯାଉଛି ଯେ ପାକିସ୍ତାନ କୌଣସି ନୂଆ ପରମାଣୁ ପରୀକ୍ଷଣ କରିପାରେ, ଏଥି ପାଇଁ ପ୍ରସ୍ତୁତି କରୁଛି। ଏହି ପ୍ରଶ୍ନର ଜବାବରେ ରକ୍ଷାମନ୍ତ୍ରୀ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି।

କେବଳ ଏତିକି ନୁହେଁ ପ୍ରତିରକ୍ଷାମନ୍ତ୍ରୀ ପାକିସ୍ତାନ ନିୟନ୍ତ୍ରଣାଧୀନ ପାକ୍ ଅଧିକୃତ କାଶ୍ମୀର (ପିଓକେ) ନେଇ ଭାରତର ଆଭିମୁଖ୍ୟ ପୁଣି ଥରେ ବିଶ୍ୱ ଆଗରେ ରଖିଛନ୍ତି। ସେ କହିଛନ୍ତି ପିଓକେ ଆମର ଥିଲା ଓ ସବୁବେଳେ ଆମର ହିଁ ଥିବ। ରାଜନାଥ ସିଂହଙ୍କ ଏହି ବୟାନ ଭାରତର ମୁଖର ଓ ଆତ୍ମବିଶ୍ୱାସରେ ଭରା ବିଦେଶନୀତିକୁ ଦର୍ଶାଉଥିବା ବେଳେ ଏଥିରେ ଶାନ୍ତିର କଥାତ କୁହାଯାଉଛି ହେଲେ ନିଜ ସର୍ତ୍ତରେ ଓ ସାମର୍ଥ୍ୟ ମଧ୍ୟରେ ବୋଲି କୁହାଯାଉଛି। ଏହା ପାକିସ୍ତାନ ଲାଗି ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ କୌଣସି ଉସକାଇବା ଭଳି କୌଣସି କାର୍ଯ୍ୟାନୁଷ୍ଠାନକୁ ଭାରତ ଏବେ ଆଉ ହାଲୁକା ଭାବେ ଗ୍ରହଣ କରିବ ନାହିଁ।