ରାଜ୍ୟସଭା କସରତ: ଚତୁର୍ଥ ଆସନକୁ ନେଇ ଅରୁଣ ମାରିଲେ ତେରେଛା ବାଣ

NEWS7
wtc-final-why-india-lost-to-new-zealand-sachin-tendulkar-explains

ଭୁବନେଶ୍ୱର ୨୩/୦୨: ରାଜ୍ୟସଭା ୪ ଆସନରେ କିଏ ହେବ ପ୍ରାର୍ଥୀ ? କେଉଁ ଦଳ କାହାକୁ ପ୍ରାର୍ଥୀ କରିବ, ସେ ନେଇ ରାଜନୈତିକ ତାତି ବଢ଼ିବାରେ ଲାଗିଛି । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ପ୍ରତିଦିନ ନୂଆ ନୂଆ ସମୀକରଣ ଦେଖିବାକୁ ମିଳୁଛି । ଏଥିସହିତ ନେତାଙ୍କ ଭିନ୍ନ ଭିନ୍ନ ବୟାନବାଜି ମଧ୍ୟ ଶୁଣିବାକୁ ମିଳୁଛି ।

ଏହାରି ଭିତରେ ପୁଣି ତେରଛା ବାଣ ମାରିଲେ ବିଜେଡି ବିଧାୟକ ଅରୁଣ ସାହୁ । ରାଜ୍ୟସଭା ଆସନ ନେଇ ଦଳକୁ ଦେଇଛନ୍ତି ପରାମର୍ଶ । କହିଲେ ଚତୁର୍ଥ ଆସନ ପାଇଁ ବିଜେପି ପ୍ରାର୍ଥୀ ନଯିବା ଆବଶ୍ୟକ । ବିଜେପିର ଯେତେ କମ୍ ସାଂସଦ ଦିଲ୍ଲୀ ଯିବେ ସେତେ ଭଲ । ଏହା ମୋର ବ୍ୟକ୍ତିଗତ ମତ। କାରଣ ସେମାନେ ଦିଲ୍ଲି ଯାଇ କେବଳ ଚୁପ୍ ବସୁଛନ୍ତି । ଅରୁଣଙ୍କ ଏ ବୟାନ ପରେ ରାଜନୀତି ତେଜିଛି । କଣ ବିଜେପିକୁ ବିଜେଡ଼ି ସମର୍ଥନ କରିବା ନେଇ ଅରୁଣଙ୍କ ପାଖରେ ଖବର ଅଛି କି ନା ଅରୁଣ ଏବେ କଂଗ୍ରେସ ସହିତ ମିଶି ବିଜେପି କୁ ଚେକ୍ ଦେବାକୁ ଯୋଜନା କରୁଛନ୍ତି।

ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଭୋଟ ହେବ ମାର୍ଚ୍ଚ ୧୬ରେ । ୪ରୁ ୨ଟି ବିଜେପି ଖାତାକୁ ଯିବ । ବିଜେଡି ଗୋଟିଏ ଆସନ ରଖିବ । ବଡ଼ ପ୍ରଶ୍ନ ହେଲା- କିଏ ଝାମ୍ପି ନେବ ଚତୁର୍ଥ ଆସନ ? ରାଜ୍ୟସଭା ନିର୍ବାଚନ ବିଗୁଲ ବାଜିବା ପରେ ଏହି ଚର୍ଚ୍ଚା ଆହୁରି ତେଜିଛି । ସାଂସଦ ସୁଜିତ କୁମାର, ମମତା ମହନ୍ତ, ନିରଞ୍ଜନ ବିଶି, ମୁନ୍ନା ଖାଁଙ୍କ ରାଜ୍ୟସଭା ଆସନ ଖାଲି ହେଉଛି ଏପ୍ରିଲରେ ।

also read...

କୋର୍ କମିଟି ବୈଠକରେ ରାଜ୍ୟସଭା ପ୍ରାର୍ଥୀ ନେଇ ହେବ ଆଲୋଚନା, ପରେ ସଂସଦୀୟ ବୋର୍ଡକୁ ଯିବ ନାଁ

ଏହି ୪ ଆସନରେ ନିର୍ବାଚନ ପାଇଁ ଆସନ୍ତା ୨୬ରେ ବିଜ୍ଞପ୍ତି ପ୍ରକାଶ ପାଇବ । ୫ ମାର୍ଚ୍ଚ ଯାଏ ନାମାଙ୍କନ ଦାଖଲ ଓ ୬ରେ ନାମାଙ୍କନ ଯାଞ୍ଚ ହେବ । ୯ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଆବଶ୍ୟକ ହେଲେ ୧୬ ମାର୍ଚ୍ଚରେ ଭୋଟ ହେବ ସକାଳ ୯ଟାରୁ ଦିନ ୪ଟା ପର୍ଯ୍ୟନ୍ତ । ଗଣତି ହେବ ସେଇଦିନ ଅପରାହ୍ନ ୫ଟାରୁ ।