ଛାଡପତ୍ର ପରେ ମିଷ୍ଟ୍ରି ମ୍ୟାନ୍‌ଙ୍କ ପାଇଁ ସ୍ପେଶାଲ ନୋଟ୍‌ ଲେଖିଲେ ମାହି ବିଜ୍‌ ! କହିଲେ-ତୁମେ ମୋ ପାଇଁ ସବୁକିଛି...

NEWS7
wtc-final-2021-team-india-starts-match-practice-in-southampton-bcci-shares-photo

ମୁମ୍ଵାଇ ୧୧।୦୧; ଟେଲି ଅଭିନେତ୍ରୀ ମାହି ଭିଜ୍ ଓ ଜୟ ଭାନୁଶାଳୀ ଅଲଗା ହୋଇଛନ୍ତି। ଛାଡପତ୍ର ହେବାର କିଛି ଦିନ ପରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ମାହି ତାଙ୍କ ସବୁଠାରୁ ଭଲ ବନ୍ଧୁ ନଦୀମଙ୍କ ପାଇଁ ଏକ ସ୍ଵତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି। ଯାହାକୁ ଦେଖି ଲୋକମାନେ ଅନୁମାନ କରୁଛନ୍ତି ଯେ ଅଭିନେତ୍ରୀ ପୁଣି ଥରେ ପ୍ରେମରେ ପଡିଛନ୍ତି । ସବୁଠାରୁ ବଡ କଥା ଅଭିନେତ୍ରୀ ତାଙ୍କର କମେଣ୍ଟ ବକ୍ସକୁ ବନ୍ଦ କରି ଦେଇଛନ୍ତି।

ଗତକାଲି ମାହି ଭିଜ୍ଙ୍କର ସବୁଠାରୁ ଭଲ ବନ୍ଧୁ ନଦୀମଙ୍କ ଜନ୍ମଦିନ ଥିଲା। ଏହି ଅବସରରେ ଅଭିନେତ୍ରୀ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋରେ ସେ ନଦୀମଙ୍କୁ କେକ୍ ଖୁଆଇଥିବାର ଦେଖିବାକୁ ମିଳିଛି। ଏହା ସହ କ୍ୟାପସନ ଦେଇଛନ୍ତି, " ସେହି ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା, ଯାହାକୁ ମୁଁ ଆକସ୍ମିକ ଭାବରେ ନୁହେଁ ବରଂ ମୁଁ ମୋ ହୃଦୟରୁ ବାଛିଚି।

 
 
 
 
 
 
 
 
 
 
 
 
 
 
 

A post shared by Mahhi Vinod Vij (@mahhivij)

ମାହି ଭିଜ ଲେଖିଛନ୍ତି, "ଯେଉଁ ବ୍ୟକ୍ତି ମୁଁ କିଛି ନକହିଲେ ମଧ୍ୟ ମୋ କଥା ଶୁଣେ, ଯିଏ ମୋ ପାଖରେ ସବୁବେଳେ ଛିଡା ହୁଏ । ତୁମେ ମୋର ପରିବାର, ମୋ ସେଫ୍ ପ୍ଲେସ୍, ମୋର ସବୁ କିଛି । ତୁମେ କେବଳ ମୋର ସବୁଠାରୁ ଭଲ ବନ୍ଧୁ ନୁହଁ, ତୁମେ ମୋର ସାନ୍ତ୍ୱନା, ମୋର ଶକ୍ତି, ମୋର ଘର। ଆମେ ବେଳେ ବେଳେ ରାଗିଥାଉ। ବହୁତ ଝଗଡା ମଧ୍ୟ କରୁ । ଆଉ ବେଳେବେଳେ ଅନେକ ସମୟ ଧରି କଥା ହେଉନାହୁଁ। କିନ୍ତୁ ନୀରବତା ଯେତେ ଲମ୍ବା ହେଉନା କାହିଁକି ସମାନ ସ୍ଥାନରେ ଶେଷ ହୁଏ, ତାହା ହେଉଛି ଆମେ ଦୁହେଁ। କାରଣ ଗଭୀର ଭାବରେ, ଆମେ ଦୁହେଁ ଜାଣୁ ଯେ ନଦୀମ ଏବଂ ମାହି ଗୋଟିଏ। ଆମର ଆତ୍ମା ଏପରି ଭାବରେ ଜଡିତ ଯେ ଶବ୍ଦ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବୁଝାଇ ହେବ ନାହିଁ।"

ମାହି ଆହୁରି ଲେଖିଛନ୍ତି, " ସବୁବେଳେ ଜୀବନ ସହଜ ନଥାଏ …କିନ୍ତୁ ତୁମେ ପାଖରେ ଥିବାବେଳେ, ସବୁକିଛି ହାଲୁକା ଓ ଶକ୍ତିଶାଳୀ ଅନୁଭବ ହୁଏ, ସବୁକିଛି ଭଲ ଲାଗେ। ମୁଁ ଦୁର୍ବଳ ହେଲେ ତୁମେ ମୋର ହାତ ଧରିଥାଅ, ଯେତେବେଳେ ମୁଁ ନିଜ ଉପରେ ବିଶ୍ୱାସ କରିବାକୁ ଭୁଲିଯାଏ ତୁମେ ମୋ ଉପରେ ବିଶ୍ୱାସ କର, ଏବଂ ତୁମେ ମୋତେ ଏପରି ଭଲ ପାଅ ଯେ ଭାଙ୍ଗି ଯାଇଥିଲେ ମୁଁ ଛିଡା ହୋଇଥାଏ।

ନଦୀମଙ୍କୁ "ଆବ୍ବା" ଡାକନ୍ତି ମାହିଙ୍କ ଝିଅ

ଶେଷରେ, ମାହି ହୃଦୟସ୍ପର୍ଶୀ ଭାବନା ପ୍ରକାଶ କରି ଲେଖିଛନ୍ତି, "ମୁଁ ତୁମକୁ ବହୁତ ଭଲ ପାଏ, ନଦୀମ - କେବଳ ତୁମେ କିପରି ଅଛ ସେଥିପାଇଁ ନୁହେଁ ତୁମେ ମୋର ହୃଦୟ, ମୋର ଘର, ମୋର ପରିବାର। ଆଜି ଏବଂ ସବୁବେଳେ।" କେବଳ ଏତିକି ନୁହେଁ, ମାହି ଏବଂ ଜୟଙ୍କ ଝିଅ ତାରା ମଧ୍ୟ ନଦୀମଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଫଟୋ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, "ଜନ୍ମଦିନର ଶୁଭେଚ୍ଛା ଆବ୍ବା। ମୁଁ ତୁମକୁ ବହୁତ ଭଲ ପାଏ। ତୁମର ତାରା।