IPL ଟିମ୍ କିଣା ଦୌଡରେ ଆମେରିକୀୟ ଧନୀକ ଡେଭିଡ ବ୍ଲିଟଜର, କିଣିବେ RCB ନଚେତ ରାଜସ୍ଥାନ ରୟାଲସ୍

NEWS7
wtc-final-2021-team-india-starts-match-practice-in-southampton-bcci-shares-photo

ନୂଆଦିଲ୍ଲୀ ୨୮।୨: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ ରାଜସ୍ଥାନ ରୟାଲସ୍ (ଆରଆର) ଆଇପିଏଲର ଦୁଇ ଫ୍ରାଞ୍ଚାଇଜ୍ ବୈଶ୍ୱିକ ନିବେଶକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ଆମେରିକୀୟ ବିଲେନିୟର ଡେଭିଡ ବ୍ଲିଟଜର ଏହି ଦୁଇ ଫ୍ରାଞ୍ଚାଇଜୀଙ୍କ ମଧ୍ୟରୁ କୌଣସି ଗୋଟିକର ଅଧିକାଂଶ ଅଂଶ ଧନ ହାସଲ କରିବାକୁ ଚାହୁଁଛନ୍ତି। ଏଥି ପାଇଁ କଥାବାର୍ତ୍ତା ମଧ୍ୟ ଆରମ୍ଭ କରିଦେଇଛନ୍ତି। ବ୍ଲିଟଜଙ୍କ ଏହି ପଦକ୍ଷେପ ଅନ୍ତର୍ଜାତୀୟ କ୍ରିଡା ନିବେଶକଙ୍କ ମଧ୍ୟରେ ଆଇପିଏଲର ମାଲିକାନାକୁ ନେଇ ବଢୁଥିବା ଲୋକପ୍ରିୟତାର ସଂକେତ ଦେଉଛି।

ହ୍ୟାରିସ୍ ବ୍ଲିଟଜର ସ୍ପୋର୍ଟସ ଆଣ୍ଡ ଏଣ୍ଟରଟୈନମେଣ୍ଟର ସହ ସଂସ୍ଥାପକ ତଥା ବ୍ଲାକଷ୍ଟୋନର ବରିଷ୍ଠ କାର୍ଯ୍ୟକାରୀ ଏବେ ଉଭୟ ଫ୍ରାଞ୍ଚାଇଜୀରେ ନିବେଶର ମୂଲ୍ୟାୟନ କରୁଛନ୍ତି। ସୂତ୍ର ଅନୁସାରେ ସେ ତାଙ୍କର ପରବର୍ତ୍ତି ପଦକ୍ଷେପ ନିର୍ଦ୍ଧାରଣ କରିବା ପୂର୍ବରୁ ଆରସିବି ଓ ଆରଆର ର ବିସ୍ତୃତ ଅଧ୍ୟୟନ କରୁଛନ୍ତି। ଏହି ଘଟଣାକ୍ରମ ଆଇପିଏଲର ମାଲିକାନାକୁ ଏକ ନୂଆ ଗତି ପ୍ରଦାନ କରିଛି, ଯେଉଁଥିରେ ବୈଶ୍ୱିକ ଦିଗ୍ଗଜ ଓ ଭାରତୀୟ ବାଣିଜ୍ୟ ଜଗତର ଲୋକେ ସମାନ ରୂପେ ସାମିଲ ଅଛନ୍ତି। ଫ୍ରାଞ୍ଚାଇଜୀର ବଢୁଥିବା ମୂଲ୍ୟ ଓ ବଢୁଥିବା ବ୍ୟବସାୟୀକ ରାଜସ୍ୱ ମଧ୍ୟରେ ଆଇପିଏଲ ଟିମ ମାନଙ୍କ ପ୍ରତି ଋଚି ବେଶ୍ ବଢିଛି।

ଆରସିବି ଯିଏ ୨୦୨୫ ମସିହାରେ ତାର ପ୍ରଥମ ଆଇପିଏଲ ଟାଇଟଲ ଜିତିଥିଲା ଏହାର ଏବେ ଆନୁମାନିକ ମୂଲ୍ୟ ୧.୮ ବିଲିୟନ ଡଲାର। ଏହି ବିଜୟ ଟିମ୍ ର ବ୍ରାଣ୍ଡ ଅପିଲକୁ ବେଶ୍ ବଢାଇଥିବା ବେଳେ ଏଥିରେ ନିବେଶ ଲାଗି ଆକର୍ଷକ ବିକଳ୍ପ ଭାବେ ଉଭା ହୋଇଛି। ଏଥିରେ ଆଇପିଏଲ ଇକୋ ସିଷ୍ଟମରେ ବ୍ଲିଟଜରଙ୍କ ସମ୍ଭାବିତ ପ୍ରବେଶ ତାଙ୍କର ପ୍ରଥମରୁ ଥିବା ବୈଶ୍ୱିକ ସ୍ପୋର୍ଟସ ପୋର୍ଟଫୋଲିଓକୁ ଆହୁରି ବିସ୍ତାର ଦେବ।

କାହିଁକି ବିକ୍ରି ହେବ ଆରସିବି?
ଆରସିବିର ବର୍ତ୍ତମାନ ମାଲିକ ଡିୟାଜିୟୋ ୟୁନାଇଟେଡ ସ୍ପିରିଟ ମାଧ୍ୟମରେ ଗତ ନଭେମ୍ବର ମାସରୁ ଫ୍ରାଞ୍ଚାଇଜୀରେ ପୁରା ଭାଗିଦାରୀର ରଣନୈତିକ ସମୀକ୍ଷା ଆରମ୍ଭ କରିଛି। ଖବର ଅନୁସାରେ ଡିୟାଜିୟୋକୁ ମଦ ବ୍ୟବସାୟ ସମ୍ପର୍କିତ ଏକ ଅଣମୁଖ୍ୟ ସମ୍ପତ୍ତି ରୂପେ ବର୍ଗିକୃତ କରାଯାଇଥିଲା। ଏଣୁ ସମ୍ଭାବିତ ବିକ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଫ୍ରାଞ୍ଚାଇଜୀର ରାଜସ୍ୱ ବୃଦ୍ଧି ଓ ଆଇପିଏଲର ସମଗ୍ର ମୂଲ୍ୟାୟନରେ ଲଗାତାର ବୃଦ୍ଧି ଯୋଗୁ ଲିଗର ସବୁଠୁ ପ୍ରସିଦ୍ଧ ଟିମ ମଧ୍ୟରୁ ଅନ୍ୟତମ ଆରସିବିର ମାଲିକାନା ହାସଲ ପାଇଁ ଦ୍ୱାର ଖୋଲିଦିଆଯାଇଛି।

ଆରସିବିର ସମ୍ଭାବିତ କ୍ରେତା କିଏ?
ତେବେ ଆରସିବିକୁ ହାସଲ କରିବା ଦୌଡରେ ବ୍ଲିଟଜର ଏକାକୀ ନୁହନ୍ତି। ମଞ୍ଜେଷ୍ଟର ୟୁନାଇଟେଡର କୋ ଓନର ଅଭରାମ ଗ୍ଲେଜର ମଧ୍ୟ ତାଙ୍କ ନିବେଶ କମ୍ପାନୀ ଲାନ୍ସର କ୍ୟାପିଟାଲ ମାଧ୍ୟମରେ ପ୍ରାରମ୍ଭିକ ବୋଲି ଲଗାଇଛନ୍ତି। ତେବେ କେବଳ ବିଦେଶୀ ନୁହଁ ଅନେକ ଭାରତୀୟ ବ୍ୟବସାୟୀ ମଧ୍ୟ ଏହି ଦୌଡରେ ଏବେ ସାମିଲ ହୋଇଛନ୍ତି। ସିରମ ଇନଷ୍ଟିଟ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ସାର୍ବଜନିକ ରୂପେ ଆରସିବି ଲାଗି ନିଜର ପ୍ରତିଯୋଗୀ ବୋଲି ଲଗାଇବାକୁ ଇଛା ବ୍ୟକ୍ତ କରିଛନ୍ତି। ସେହିପରି ମଣିପାଲ ଗ୍ରୁପର ଚେୟାରମ୍ୟାନ ରଞ୍ଜନ ପାଇ ମଧ୍ୟ ଏହି ଫ୍ରାଞ୍ଚାଇଜିରେ ନିଜର ସ୍ଥାନ ଖୋଜୁଛନ୍ତି। ତେବେ କନସୋର୍ଟିୟମକୁ ନେଇ କଥାବାର୍ତ୍ତା ଜାରି ରହିଛି ଓ ଖୁବ୍ ଶୀଘ୍ର ଚୂଡ଼ାନ୍ତ ବୋଲି ଲାଗି ପାରେ ବୋଲି ଆଶା କରାଯାଉଛି।