ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ପ୍ରଚଣ୍ଡ ହେଲିକପ୍ଟରରେ ଭରିବେ ଉଡାଣ

NEWS7
would-odisha-follow-andhra-pradesh-deputy-cm-election-formula

ନୂଆଦିଲ୍ଲୀ, ୨୭ /୦୨: ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବ୍ରୁଆରୀ ୨୭ ତାରିଖରେ ସେ ରାଜସ୍ଥାନର ଜୈସଲମେର ଏୟାରଫୋର୍ସ ଷ୍ଟେସନ୍ ଗସ୍ତ କରିବେ । ଏଠାରେ ସେ ସ୍ୱେଦେଶୀ ହାଲୁକା ହେଲିକପ୍ଟର ଏଲସିଏଚ୍ ପ୍ରଚଣ୍ଡରେ ଉଡାଣ ଭରିବେ । ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ସ୍ୱଦେଶୀ ଲଢୁଆ ହେଲିକପ୍ଟରରେ ରାଷ୍ଟ୍ରପତି କୋ ପାଇଲଟ୍ ହୋଇ ଉଡାଣ ଭରିବେ ।

ପ୍ରଚଣ୍ଡ ହେଲିକପ୍ଟର କଣ

ପ୍ରଚଣ୍ଡ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ହେଲିକପ୍ଟରକୁ ଭାରତରେ ନିର୍ମାଣ କରାଯାଇଛି । ଏହା ହେଉଛି ଏକ ହାଲୁକା ଲଢୁଆ ହେଲିକପ୍ଟର । ଏହାକୁ ସ୍ୱତନ୍ତ୍ର ଭାବେ ଉଚ୍ଚ ପାହାଡ ଯେପରିକି ଲଦାଖ, ସିୟାଚେନ୍ ଭଳି ଅଞ୍ଚଳ ପାଇଁ ଡିଜାଇନ୍ କରାଯାଇଛି ।

ରହିଛି ଖାସ୍ ଫିଚର୍ସ

ପ୍ରଚଣ୍ଡ ୬୫୦୦ ମିଟର ଉଚ୍ଚ ଯାଏଁ ଉଡିପାରିବ । ଏହାର ଓଜନ ହେଉଛି ୫୮୦୦ କେଜି । ଏହାର ଘଣ୍ଟା ପ୍ରତି ବେଗ ରହିଛି ୨୬୮ କିଲୋମିଟର । ସେହିପରି ଏଥିରେ ୨୦ ମିମିର ତୋପ, ୭୦ ମିମିର ରକେଟ୍ ଏବଂ ହେଲିନା ଆଣ୍ଟି ଟ୍ୟାଙ୍କ୍ ମିସାଇଲ୍ ସଜ୍ଜିକ କରରାଯାଇପାରିବ । ଏହାସହ ପ୍ରଚଣ୍ଡରେ ଦୁଇଟି ଶକ୍ତିଶାଳୀ ଇଞ୍ଜିନ୍ ରହିଛି । ଏହାସହ ଶତ୍ରୁର ରାଡାରରୁ ଏହା ନିଜକୁ ଲୁଚାଇ ରଖିପାରିବ ।

ପ୍ରଚଣ୍ଡକୁ ଭାରତୀୟ ସେନା ଏବଂ ବାୟୁସେନାରେ ସାମିଲ କରାଯାଇଛି । ପାକିସ୍ତାନ ଏବଂ ଚୀନ୍ ସୀମାରେ ଏହାକୁ ମୁତୟନ କରାଯାଇଛି । ବଙ୍କରରେ ଲୁଚିଥିବା ଶତ୍ରୁ ସୈନ୍ୟଙ୍କୁ ଏହା ସହଜରେ ଟାର୍ଗେଟ୍ କରିପାରିବ ।