LIVE TV

ଚରମ ସୀମାରେ ଧନୀ-ଗରିବ ବ୍ୟବଧାନ : ୨୩ ବର୍ଷରେ ଅଧିକ ଧନୀ ହୋଇଛନ୍ତି ୧% କୋଟିପତି

NEWS7
worship-the-sankah-will-give-prosperity

ନୂଆଦିଲ୍ଲୀ, ୫ |୧୧  : ଦିନକୁ ଦିନ ବଢୁଛି ଧନୀ ଏବଂ ଗରିବଙ୍କ ମଧ୍ୟରେ ବ୍ୟବଧାନ । ଗତ ୨୪ ବର୍ଷରେ କେବଳ ପ୍ରତିଶତ ବ୍ୟକ୍ତିଙ୍କ ସମ୍ପତ୍ତି ବଢିଛି । ଅର୍ଥାତ ଅଧିକ ଧନୀ ହେଉଛନ୍ତି ଧନୀ ଏବଂ ଗରିବମାନେ ଅଧିକ ଗରିବ ହେବାରେ ଲାଗିଛନ୍ତି । ଏପରି କିଛି ନିଜ ରିପୋର୍ଟରେ ଦର୍ଶାଇଚି ଜି୨୦ । ଯାହାକୁ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ପ୍ରସ୍ତୁତ କରାଯାଇଥିବା ବେଳେ ଏବେ ପାଲଟିଛି ଚିନ୍ତାର କାରଣ ।

ନୋବେଲ ପୁରସ୍କାର ବିଜେତା ଜୋସେଫ୍ ଷ୍ଟିଗଲିଜଙ୍କ ଅଧ୍ୟକ୍ଷତାରେ ଏକ ସର୍ଭେ କରାଯାଇଥିଲା । ଏଥିରେ ଧନୀ-ଗରିବଙ୍କ ସମ୍ପତ୍ତି ବାବଦରେ ଅନେକ ଅଧ୍ୟୟନ କରାଯାଇଥିଲା । ଯେଉଁଥିରେ ଭାରତରେ ବୃଦ୍ଧି ପାଉଥିବା ଆର୍ଥିକ ଅସମାନତା ଦର୍ଶାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ୨୦୦୦ରୁ ୨୦୨୪ ମଧ୍ୟରେ ବିଶ୍ବରେ ଥିବା ମୋଟ୍ ସମ୍ପତ୍ତିର ୪୧ ପ୍ରତିଶତ କେବଳ ପ୍ରତିଶତ ବ୍ୟକ୍ତିଙ୍କ ପାଖରେ ରହିଛି । ଅନ୍ୟ ଦିଗରେ ୫୦ ପ୍ରତିଶତ ବ୍ୟକ୍ତିଙ୍କ ପାଖରେ ମାତ୍ର ପ୍ରତିଶତ ସମ୍ପତ୍ତି ରହିଛି । ଭାରତୀୟ ଧନିଙ୍କ ସମ୍ପତ୍ତି ଗତ ୨୪ ବର୍ଷରେ ୬୨ ପ୍ରତିଶତ ବଢିଛି । ଚୀନରେ ଏହି ବୃଦ୍ଧି ୫୪ ପ୍ରତିଶତ ରହିଛି । ତେବେ ଦୁଇ ଦେଶର ମୁଣ୍ଡପିଛା ଆୟ ବଢିଥିବା ବେଳେ ଅସମାନତା କମିଛି । କିନ୍ତୁ ଦେଶ ଭିତରେ ଏହି ବ୍ୟବଧାନ ଭୟଙ୍କର ରହିଛି ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଧନୀ ଏବଂ ଗରିବଙ୍କ ମଧ୍ୟରେ ବଢୁଥିବା ବ୍ୟବଧାନ ସାଧରଣ ନୁହେଁ । ଏହା ରାଜନୈତିକ ଇଚ୍ଛାଶକ୍ତି ଅଭାବର ପରିଣାମ ।

ସେହିପରି ରିପୋର୍ଟରେ ପରାମର୍ଶ ଦିଆଯାଇଛି ଯେ, ଜଳବାୟୁ ପରିବର୍ତ୍ତନ ପାଇଁ ଆଇପିସିସି କାର୍ଯ୍ୟ  କରୁଛି । ସେହିପରି ଇଣ୍ଟରନ୍ୟାଶନାଲ ପ୍ୟାନେଲ୍ ଅଫ୍ ଇକ୍ୱାଲିଟି ଗଠନ କରାଯିବା ଆବଶ୍ୟକ । ଯାହା ଅସମାନତା ଦୂର କରିବା ପାଇଁ ବିଭିନ୍ନ ଦେଶର ସରକାରଙ୍କୁ ପରାମର୍ଶ ଦେଇପାରିବ ।

ସୂଚନାଯୋଗ୍ୟ, ରିପୋର୍ଟକୁ ପ୍ରସ୍ତୁତ କରିବା ପାଇଁ ଅର୍ଥଶାସ୍ତ୍ରୀ ଜୟତୀ ଘୋଷ, ବିନ୍ନି ବ୍ୟାନୟିମା ଓ ଇମରାନ ଓ୍ୱାଲୋଡିଆଙ୍କ ଭଳି ବିଶେଷଜ୍ଞ ସାମିଲ ଥିଲେ । ଯଦି ଗରିବ ଏବଂ ଧନୀଙ୍କ ମଧ୍ୟରେ ଦୂରତା ବଢେ ତେବେ ଏହା ଗଣତନ୍ତ୍ର ଉପରେ ପ୍ରଭାବ ପକାଇବ ବୋଲି ସେମାନେ ମତ ଦେଇଥିଲେ ।