Live Live
LIVE

ଜଳ ଜୀବନ ମିଶନ ୨.୦, ମଦୁରାଇ ଏୟାରପୋର୍ଟ... କେନ୍ଦ୍ର କ୍ୟାବିନେଟ ବୈଠକରେ ୬ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

NEWS7
worlds-most-expensive-building-worth-more-than-70-thousand-crores

ନୂଆଦିଲ୍ଲୀ: ଦେଶର ଦୁଇ ନିର୍ବାଚନୀ ରାଜ୍ୟ ପାଇଁ ବଡ଼ ଘୋଷଣା ଏବଂ ‘ଜଳ ଜୀବନ ମିଶନ’ର ସଂପ୍ରସାରଣ ଭଳି ୬ ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ୬ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି।

ଜଳ ଜୀବନ ମିଶନ ପାଇଁ ଖର୍ଚ୍ଚ ହେବ ୮ ଲକ୍ଷ ୭୦ କୋଟି

କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଜଳ ଜୀବନ ମିଶନକୁ ୨୦୨୮ ପର୍ଯ୍ୟନ୍ତ ଜାରି ରଖିବାକୁ ମଞ୍ଜୁରୀ ଦିଆଯାଇଛି। ଏଥିପାଇଁ ୮ ଲକ୍ଷ ୭୦ କୋଟି ଟଙ୍କା ଅଟକଳ କରାଯାଇଛି।

ଏକ ବିଜ୍ଞପ୍ତି ଅନୁସାରେ, ମିଶନର କାର୍ଯ୍ୟକାରିତା ପାଇଁ ଏକ ୟୁନିଫର୍ମ ନ୍ୟାସନାଲ ଡିଜିଟାଲ ଫ୍ରେମଓ୍ବାର୍କ ‘ସୁଜଲମ ଭାରତ’ ତିଆରି କରାଯିବ। ଏହାଦ୍ବାରା ପ୍ରତି ଗାଁକୁ ଏକ ସ୍ବତନ୍ତ୍ର ଆଇଡି ଦିଆଯିବ। ଯାହା ଉତ୍ସଠାରୁ ନଳ ପର୍ଯ୍ୟନ୍ତ ପିଇବା ପାଣି ଯୋଗାଣ ସିଷ୍ଟମର ଡିଜିଟାଲ ମ୍ୟାପିଂ କରିବ। ପାରଦର୍ଶିତା ଏବଂ ଉତ୍ତରଦାୟିତ୍ବକୁ ସୁନିଶ୍ଚିତ କରିବା ପାଇଁ ‘ଜଲ ଅର୍ପଣ’ ଦ୍ବାରା ସ୍କିମକୁ ଆରମ୍ଭ କରିବା ଏବଂ ଏହାକୁ ହସ୍ତାନ୍ତର କରିବାରେ ଗାଁ ପଞ୍ଚାୟତ ଏବଂ VWSCsକୁ ସାମିଲ କରାଯିବ। ବିବୃତ୍ତିରେ କୁହାଯାଇଛି କୌଣସି ଗ୍ରାମ ପଞ୍ଚାୟତରେ କାମ ସରିବା ନେଇ ଦେଖାଇବାକୁ ପଡ଼ିବ। କାମ ସରିଲେ ହିଁ ଗାଁରେ ‘ହର ଘର ଜଲ୍’ ଯୋଜନା ସଫଳ ହୋଇଛି ବୋଲି ସାର୍ଟିଫିକେଟ ଦିଆଯିବ।

ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ପାଇଁ ଉପହାର

ଏହା ବାଦ୍ କେନ୍ଦ୍ର ମନ୍ତ୍ରିମଣ୍ଡଳ ଦେଶରେ ନିର୍ବାଚନ ହେବାକୁ ଥିବା ଦୁଇ ରାଜ୍ୟ ତାମିଲନାଡୁ ଏବଂ ପଶ୍ଚିବଙ୍ଗକୁ ମଧ୍ୟ ଉପହାର ଦେଇଛନ୍ତି। ତାମିଲନାଡୁ ମଦୁରାଇ ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଘୋଷଣା କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ତାମିଲନାଡୁର ମଦୁରାଇ ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ବିମାନ ବନ୍ଦର ମାନ୍ୟତା ମିଳିବା ଦ୍ବାରା ମୀନାକ୍ଷୀ ଅମ୍ମମ ମନ୍ଦିର, କୂଡଲ ଅଜଗର ମନ୍ଦିର, ତିରୁପ୍ପରନକୁନ୍ଦ୍ରମ ମୁରୁଗନ ମନ୍ଦି, ପାଲାମୁଦିରଚୋଲାଈ ମୁରୁଗନ ମନ୍ଦିର ଏବଂ ରାମେଶ୍ବରମ ପାଇଁ ବିମାନ ଯୋଗଯୋଗ ଉତ୍ତମ ହେବ। କେନ୍ଦ୍ରମନ୍ତ୍ରୀ ବୈଷ୍ଣବ କହିଛନ୍ତି ଏହାଦ୍ବାରା ବାହନ, ରବର, ରସାୟନ ଏବଂ ଗ୍ରାନାଇଟ ଉଦ୍ୟୋଗକୁ ପ୍ରୋତ୍ସାହନ ମିଳିବ। ଏହା ସହ ଏହି ସହର ଶିକ୍ଷା ଏବଂ ସ୍ବାସ୍ଥ୍ୟ କେନ୍ଦ୍ର ଭାବରେ ମଧ୍ୟ ପରିଚିତ ହେବ।

ସେହିଭଳି ପଶ୍ଚିମବଙ୍ଗରେ ସନ୍ତରାଗାଛୀରୁ ଖଡ଼ଗପୁର ପର୍ଯ୍ୟନ୍ତ ସଡ଼କ ପଥକୁ ଚାରି ଲେନ କରିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରୋଜେକ୍ଟ ପାଇଁ ସମୁଦାୟ ୨୯୦୫ କୋଟି ଟଙ୍କା ମଞ୍ଜୁରୀ କରାଯାଇଛି। ସେନ୍ଥିୟା ପାକୁଡ଼ ମଧ୍ୟରେ ୪ ଲେନ୍ ଲାଇନକୁ ମଞ୍ଜୁରୀ ମିଳିଛି।

କ୍ୟାବିନେଟ୍ ବୈଠକରେ ନିଆଯାଉଥିବା ଆଉ କିଛି ଜରୁରୀ ନିଷ୍ପତ୍ତି

କ୍ୟାବିନେଟ୍ ଉତ୍ତର ପ୍ରଦେଶର ଜେବର ଏୟାରପୋର୍ଟକୁ ଏଲିଭେଟେଡ ରୋହ ଜାରିଆାରେ ଫରିଦାବାଦ ସହ ଯୋଡ଼ୁଥିବା ଯୋଜନାକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ୩୬୩୧ କୋଟି ଟଙ୍କା ବଜେଟ ମଞ୍ଜୁରୀ ଦେଇଛନ୍ତି। ଏହା ବାଦ କ୍ୟାବିନେଟ NH 752ରେ ବଦନାବର- ପେଟଲାବଦ- ଥାନ୍ଦଲା- ଟିମରବାନୀ ଖଣ୍ଡର ୪-ଲେନ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ମନ୍ତ୍ରିମଣ୍ଡଳ ୩୮୩୯ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି।