LIVE TV

ପୁଣି ଜୋର ଧରିଲା ଧନୁଷ ଓ ମୃଣାଲଙ୍କ ଡେଟିଂ ଗୁଜବ, ଭାଇରାଲ ପୋଷ୍ଟ ଦେଖି ଫ୍ୟାନ୍ସ କଲେଣି କଳ୍ପନା ଜଳ୍ପନା

NEWS7
worlds-most-expensive-building-worth-more-than-70-thousand-crores

ନୁଆଦିଲ୍ଲୀ ୨୪।୧୧; ଫିଲ୍ମ ଜଗତରେ ଡେଟିଂ, ବିବାହ, ବ୍ରେକଅପ୍ ଭଳି ଗୁଜବ ଉଡ଼ିବା ସାଧାରଣ କଥା । ସୋସିଆଲ ମିଡିଆରେ ଅନେକ ଅଭିନେତାଙ୍କ ଘନିଷ୍ଠତାର ଭିଡିଓ ଟ୍ରେଣ୍ଡ କରୁଥାଏ । ବର୍ତ୍ତମାନ ଲେଟେଷ୍ଟ ଖବର ‘ସନ୍ ଅଫ୍ ସର୍ଦ୍ଦାର ୨’ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ନେଇ ଆସୁଛି । କିଛି ମାସ ପୂର୍ବେ, ଦକ୍ଷିଣ ସୁପରଷ୍ଟାର ଧନୁଷ ଏବଂ ମୃଣାଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଗୁଜବ ଜୋର ଧରିଥିଲା। ହେଲେ ମୃଣାଲ ଧନୁଷଙ୍କୁ ଡେଟ୍ କରିବାର ଖବରକୁ ଅସ୍ୱୀକାର କରିଥିଲେ। ସେମାନଙ୍କ ପ୍ରେମ ସମ୍ପର୍କର ଗୁଜବ କମିବା ଆରମ୍ଭ ହେବା ମାତ୍ରେ ଆଉ ଏକ ପୋଷ୍ଟ ଭାଇରାଲ ହୋଇଛି। ଯାହା ଗୁଜବକୁ ଆହୁରି ଖୋରାକ ଯୋଗାଇଥିଲା। ଏବେ ଏହା ପ୍ରଶଂସକଙ୍କ ସନ୍ଦେହକୁ ବଢାଇ ଦେଇଛି।

ନିକଟରେ, ସଞ୍ଜୟ ଲୀଲା ବଂଶାଲି ତାଙ୍କର ଆଗାମୀ ଫିଲ୍ମ ଘୋଷଣା କରିଥିଲେ। ଯାହାର ନାମ "ଦୋ ଦିୱାନେ ଏକ ସେହେର ମେଁ"। ଟିଜର ରିଲିଜ୍ କରିବା ସମୟରେ, ଭଂସାଲି ପ୍ରକାଶ କରିଥିଲେ ଯେ ଏହି ଫିଲ୍ମରେ ମୃଣାଲ ଠାକୁର ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ଅଭିନୟ କରିବେ। ଏହି ଛୋଟ ଟିଜର ପରେ ପ୍ରଶଂସକମାନେ ଭଂସାଲି ପ୍ରଡକ୍ସନର ଇନଷ୍ଟାଗ୍ରାମ ପୃଷ୍ଠାରେ ମୃଣାଲଙ୍କୁ ତାଙ୍କ ଆଗାମୀ ଫିଲ୍ମ ପାଇଁ ଅଭିନନ୍ଦନ ଜଣାଇଥିଲେ। ତଥାପି, ପ୍ରଶଂସକମାନେ ଶୀଘ୍ର ଧନୁଷଙ୍କ ମନ୍ତବ୍ୟକୁ ଲକ୍ଷ୍ୟ କରିଥିଲେ, ଯାହା ସେ ମୃଣାଲଙ୍କ ପାଇଁ ବିଶେଷ ଭାବରେ ଲେଖିଥିଲେ। ଜଣେ ପ୍ରଶଂସକ ତାଙ୍କ ଏକ୍ସ ଆକାଉଣ୍ଟରେ ଏହି ପୋଷ୍ଟକୁ ସେୟାର କରି ଲେଖିଛନ୍ତି, "ଧନୁଷ ଇନଷ୍ଟାଗ୍ରାମରେ ମୃଣାଲଙ୍କ ପାଇଁ ପୋଷ୍ଟ କରିଛନ୍ତି।" ପ୍ରଶଂସକ ଧନୁଷଙ୍କ କମେଣ୍ଟର ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି। "ଦୋ ଦିୱାନେ ଏକ ସେହେର ମେ" ର ଟିଜର ଉପରେ କମେଣ୍ଟ ଦେଇ ଧନୁଷ ଲେଖିଛନ୍ତି, "ଏହା ଦେଖିବାକୁ ଓ ଶୁଣିବାକୁ ଭଲ ଲାଗୁଛି।"

ଟିଜରରେ ଧନୁଷଙ୍କ ମନ୍ତବ୍ୟ ଉପରେ ରିପ୍ଲାଏ ଦେଇ ଲେଖିଥିଲେ ସିଦ୍ଧାନ୍ତ ଏକ ହାର୍ଟ ଏବଂ ହାତର ଇମୋଜି ସହିତ ଦେଇଛନ୍ତି। ସେହି ସମୟରେ ମୃଣାଲ ଏକ ହାର୍ଟ ଇମୋଜି ଏବଂ ଏକ ସୂର୍ଯ୍ୟମୁଖୀ ଫୁଲର ଇମୋଜି ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ଏହି ସୋସିଆଲ ମିଡିଆ କଥାବାର୍ତ୍ତା ସେମାନଙ୍କ ସମ୍ପର୍କ ବିଷୟରେ ଗୁଜବକୁ ଆହୁରି ବଢାଇ ଦେଇଛିଗୁଜବ ସେମାନଙ୍କ ସମ୍ପର୍କ ସହିତ ଥମିନାହିଁ, କିଛି ପ୍ରଶଂସକ ଫିଲ୍ମର ସଙ୍ଗୀତକୁ ଧନୁଷ ଏବଂ ଶ୍ରୁତି ହାସନଙ୍କ ଅଭିନୀତ "3" ର ଏକ କପି ବୋଲି ମଧ୍ୟ କହିଛନ୍ତି।