ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ଓ ଯୁବତୀଙ୍କ ମୃତ୍ୟୁ, କେଉଁ ସ୍ଥିତିରେ ଘଟଣା ଘଟିଲା ? କାରଣ ଅସ୍ପଷ୍ଟ

NEWS7
world-faces-coronavirus-chinese-markets-ସତାରତ-selling-bats

ବଣାଇ: ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ଯୁବତୀଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଚାନ୍ଦିପୋଷ ଥାନା ଅନ୍ତର୍ତତ ବିରତୋଳା ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ଯୁବକ ଓ ଯୁବତୀ ଉଭୟ ରାଉରକେଲା ଅଞ୍ଚଳର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଚାନ୍ଦିପୋଷ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

ଯୁବକ ଜଣକ ବାନ୍ଧମୁଣ୍ଡାର ତିଲକ ନଗରର ଜ୍ଞାନେନ୍ଦ୍ର ସ୍ୱାଇଁ ବୋଲି ଜଣା ପଢିଥିବା ବେଳେ ମହିଳା ଜଣଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। ତେବେ କେଉଁ ସ୍ଥିତିରେ ଉଭୟ ବ୍ରାହ୍ମଣୀ ନଦୀକୁ ଗଲେ ? ଯୁବକ-ଯୁବତୀ ବୁଡ଼ି କି ପ୍ରାଣ ହରାଇଲେ କି ନା ଆତ୍ମହତ୍ୟା ପାଇଁ ଡେଇଁ ପଡ଼ିଲେ ? ତାର କାରଣ ଜଣା ପଡ଼ିନି। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି