'ଗମ୍ଭୀରଙ୍କୁ ଛାଡିବୁନି, ସେ ହିଁ କୋଚ୍ ରହିବେ' : ସବୁ ପ୍ରଶ୍ନର ଉତ୍ତର ଦେଲା BCCI

NEWS7
world-cup-2019-today-match-pakistan-vs-bangladesh

ନୂଆଦିଲ୍ଲୀ, ୩୦/୧୨: ଚର୍ଚ୍ଚାରେ ଗୌତମ ଗମ୍ଭୀର । ଭାରତୀୟ ଦଳ ଟେଷ୍ଟ ଫର୍ମାଟରେ ଖରାପ ପ୍ରଦର୍ଶନ ପରେ ଗମ୍ଭୀରଙ୍କୁ ନେଇ ଅନେକ ପ୍ରଶ୍ନ । ତାଙ୍କୁ କୋଚ୍ ପଦରୁ ବିଦା କରିଥାନ୍ତା ବିସିସିଆଇ । ତାଙ୍କ ଜାଗାରେ ଭିଭିଏସ ଲକ୍ଷ୍ଣଣ ହେଇଥାନ୍ତେ ନୂଆ ଟେଷ୍ଟ୍ କୋଚ୍ । ଏମିତି କିଛି ଖବର ଗତ କିଛି ଦିନ ଧରି ହେଡ୍ ଲାଇନରେ ରହି ଆସିଛି । ହେଲେ ଏବେ ବିସିସିଆଇ ସବୁ ପ୍ରଶ୍ନର ଜବାବ ଦେଇଛି । ବୋର୍ଡର ଉପ ସଭାପତି ରାଜୀବ ଶୁକ୍ଳା ସମସ୍ତ ଖବରକୁ ଖଣ୍ଡନ କରିଛନ୍ତି ।

ସେ କହିଛନ୍ତି ଯେ, ଗମ୍ଭୀର ଭାରତର କୋଚ୍ ରହିବେ । ତାଙ୍କୁ ବିଦା କରାଯିବ ନାହିଁ । ଭାରତୀୟ ଟେଷ୍ଟ ଦଳରେ ସେ ପୂର୍ବ ପରି କୋଚ୍ ରହିବେ । ଏବେ ସେ ମୁଖ୍ୟ କୋଚ୍ ରହିଛନ୍ତି । ସେହିପରି ବିସିସିଆଇର ସଚିବ ଦେବଜିତ ସାଇକିଆ ମଧ୍ୟ ସମାନ କଥା କହିଛନ୍ତି । ଗୌତମଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେବା ପାଇଁ କୌଣସି ଯୋଜନା ନଥିବା ସେ ପ୍ରକାଶ କରିଛନ୍ତି ।

ଦେବଜିତ କହିଛନ୍ତି ଯେ, ଟେଷ୍ଟ ଫର୍ମାଟରେ କୌଣସି ପରିବର୍ତ୍ତନ ନେଇ ବୋର୍ଡ ଆଲୋଚନା କରିନାହିଁ । ଏବେ ଯାହା ଅଛି ଆଗକୁ ମଧ୍ୟ ସେମିତି ଚାଲିବ । ଗଣମାଧ୍ୟମରେ ଭୁଲ ଖବର ବୁଲୁଛି । ଖବରରେ କୌଣସି ସତ୍ୟତା ନାହିଁ । ଏହା କେବଳ ଲୋକଙ୍କ କଳ୍ପନା ।

ସୂଚନାଯୋଗ୍ୟ, ଏବେ ଭାରତ ଟେଷ୍ଟ୍ ନୁହେଁ ବରଂ ଟି୨୦ ବିଶ୍ୱକପ୍ ଉପରେ ଲକ୍ଷ୍ୟ ରଖିଛି । ଗତ ଥର ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟି୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଥିଲା । ଏଥରେ ଦଳ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଖେଳିବ । ଯାହା ଫେବ୍ରୁଆରୀ ୭ରୁ ଆରମ୍ଭ ହେବ । ଭାରତ ପ୍ରଥମେ ଆମେରିକା ବିପକ୍ଷରେ ଖେଳି ନିଜର ଅଭିଯାନ ଆରମ୍ଭ କରିବ ।