ଅଙ୍ଗନୱାଡିରେ ଖେଳୁଛି ପଢ଼ୁଛି ଆଇଏଏସ୍ ଙ୍କ କୁନି ଝିଅ : କିଏ ସେ ବଡ଼ ଅଫିସର, କାହିଁକି ଝିଅକୁ ସରକାରୀ ସ୍କୁଲରେ ବସେଇଲେ?

NEWS7
world-cup-2019-sri-lanka-win-toss-opt-to-bat

ନୂଆଦିଲ୍ଲୀ : ଶିଶୁର ବିକାଶକୁ ଗଢ଼ି ତୋଳିବାରେ ପ୍ରାରମ୍ଭିକ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସେଥିପାଇଁ ବାପା-ମା’ ମାନେ ଆଜିକାଲି ଏଥିପାଇଁ ଖୁବ୍ ତତ୍ପର। 2ବର୍ଷ ହେଉ ହେଉ ସେମାନେ ପିଲାଙ୍କୁ ପ୍ଲେ ସ୍କୁଲକୁ ପଠେଇ ଦେଉଛନ୍ତି। କିନ୍ତୁ ଲକ୍ଷ କରିଥିବେ ପ୍ରାୟ ପ୍ରତ୍ୟେକ ପ୍ୟାରେଣ୍ଟସ୍ ନିଜ ପିଲାଙ୍କୁ ପ୍ରାଇଭେଟ୍ ସ୍କୁଲ୍ କିମ୍ବା ପ୍ଲେ ସ୍କୁଲକୁ ପଠାଇବାକୁ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଅଙ୍ଗନବାଡ଼ିର ଗୁରୁତ୍ୱ କମୁଛି। ଯେଉଁଥିପାଇଁ ଜଣେ ବଡ଼ ଅଫିସର ଏଥିପାଇଁ ଏକ ନିଆର ପଦକ୍ଷେପ ନେଇଛନ୍ତି। ଯାହା ସମାଜକୁ ଦେଇଛି ଏକ ବଡ଼ ବାର୍ତ୍ତା।

ସେ ହେଉଛନ୍ତି ଚିତ୍ରକୁଟର ଜିଲ୍ଲା ମାଜିଷ୍ଟ୍ରେଟ୍ ପୁଲକିତ ଗର୍ଗ। ସେ ତାଙ୍କ ତିନି ବର୍ଷର ଝିଅ ସିଆଙ୍କୁ ଏକ ସରକାରୀ ଅଙ୍ଗନୱାଡି କେନ୍ଦ୍ରରେ ନାଁ ଲେଖାଇଛନ୍ତି। ତାଙ୍କର ଏହି ପଦକ୍ଷେପ, ସରକାରୀ ଶିକ୍ଷା ସେବାକୁ ଗୁରୁତ୍ୱାରୋପ କରିଛି। ଆଉ ଅଭିଭାବକମାନଙ୍କୁ ଉତ୍ସାହିତ କରିଥିଲା ସେମାନଙ୍କ ପିଲାଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରରେ ପଢ଼ାଇବାକୁ। ଗର୍ଗ ନୟା ବଜାର ଅଞ୍ଚଳରେ ଏକ ସରକାରୀ କମ୍ପୋଜିଟ୍ ସ୍କୁଲ ସହିତ ସଂଲଗ୍ନ ଏକ ଅଙ୍ଗନୱାଡିରେ ସିଆକୁ ପ୍ଲେ ଗ୍ରୁପ୍ ରେ ପ୍ରବେଶ କରାଇଥିଲେ। ରିପୋର୍ଟ ଅନୁଯାୟୀ, ସେ ପ୍ରାୟ ଚାରି ଦିନ ପୂର୍ବରୁ ବ୍ୟକ୍ତିଗତ ଭାବରେ ସ୍କୁଲ ପରିଦର୍ଶନ କରିଥିଲେ ଏବଂ ସବୁ ଔପଚାରିକତା ଶେଷ କରିଥିଲେ।

ଏକ ସାକ୍ଷାତକାରରେ, ଗର୍ଗ କହିଛନ୍ତି, ରକାରୀ ଶିକ୍ଷାର ଗୁଣବତ୍ତା ଯଥେଷ୍ଟ ଉନ୍ନତ ହୋଇଛି। "ପରିସ୍ଥିତି ଆଉ ପୂର୍ବ ପରି ନାହିଁ। ଶିକ୍ଷାର ଗୁଣବତ୍ତା ନିରନ୍ତର ଉନ୍ନତ ହୋଇଛି ଏବଂ ସମ୍ବଳର କୌଣସି ଅଭାବ ନାହିଁ। ଯଦି ଜଣେ IAS ଅଧିକାରୀ ତାଙ୍କ ପିଲାକୁ ସରକାରୀ ପ୍ରତିଷ୍ଠାନରେ ପଢ଼ାଉଛନ୍ତି, ତେବେ ସାଧାରଣ ବାପା ମା ଏମିତି କରିବାକୁ ଆଦୌ ସଂକୋଚ କରିବା ଉଚିତ୍ ନୁହେଁ,"

ଗର୍ଗ ଏହା ମଧ୍ୟ କହିଛନ୍ତି ଯେ ପିଲାର ପ୍ରାରମ୍ଭିକ ବର୍ଷଗୁଡ଼ିକରେ, ପୁଷ୍ଟିସାର, ସ୍ୱାସ୍ଥ୍ୟ, ଜୀବନର ମୂଲ୍ୟବୋଧ ଏବଂ ଏକ ସୁରକ୍ଷିତ ପରିବେଶ ବହୁତ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି କହିଛନ୍ତି ଯେ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ପିଲାମାନଙ୍କୁ ଶିକ୍ଷା ଦେବାରେ ସାହାଯ୍ୟ କରିବା ସହିତ ଅତ୍ୟାବଶ୍ୟକୀୟ ଜିନିଷଗୁଡ଼ିକ ଯୋଗାଇବାରେ ଭଲ କାମ କରୁଛନ୍ତି। ସାମାଜିକ ପକ୍ଷପାତରୁ ଆଗକୁ ବଢ଼ି ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାରେ ବିଶ୍ୱାସ ରଖିବାକୁ ପିତାମାତା, ଗ୍ରାମବାସୀ ଏବଂ ଅଧିକାରୀମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ଏଭଳି ସରକାରୀ ପ୍ରତିଷ୍ଠାନକୁ ଯେତେବେଳେ ଲୋକମାନେ ବିଶ୍ୱାସ ଦେଖାଇବେ, ସେତେବେଳେ ବ୍ୟବସ୍ଥା ଆହୁରି ମଜବୁତ ହେବ ବୋଲି ସେ କହିଛନ୍ତି।