LIVE TV

ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଦେଲେ ମା ଓ ଝିଅ

NEWS7
worker-strike-in-front-of-bilt-paper-mill

ଯାଜପୁର ୦୪।୧୧: ପାରିବାରିକ କଳହର କରୁଣ ପରିଣତି । ବିଷ ପିଇ ମା ଓ ଝିଅ ଆତ୍ମହତ୍ୟା ଉଦ୍ୟମ। ଯାଜପୁର ଜିଲ୍ଲା ଟାଉନ ଥାନା ଆନ୍ଦୋଳା ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା।

ଖବର ଅନୁଯାୟୀ, ଯାଜପୁର ଟାଉନ୍ ଥାନା ଆନ୍ଦୋଳା ଗାଁର ପ୍ରଫୁଲ ଦାସଙ୍କ ପତ୍ନୀ ରୁବିନା ଦାସ ଓ ଝିଅ କୁନୁ ଦାସ । ପାରିବାରିକ କଳହକୁ ନେଇ ମା-ଝିଅ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।  ବାପା ପ୍ରଫୁଲ ଦାସ ନିଶା ଖାଇ ମାର ଧର କରିବା ସହ ଗାଳିଗୁଲଜ କରୁଥିଲେ । ଯାହାକୁ ସହ୍ୟ ନକରିପାରି ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମା ଓ ଝିଅ ।ଏହାପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଆତ୍ମହତ୍ୟା ଉଦ୍ୟମ କରିଥିବା ପତ୍ନୀଙ୍କ ବୟସ ୩୫ ହୋଇଥିବା ବେଳେ ଝିଅଙ୍କ ବୟସ ୧୬ ବୋଲି ଜଣାପଡିଛି ।