ସି.ଭି. ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟର ଷଷ୍ଠ ସମାବର୍ତ୍ତନ ଉତ୍ସବ, କାର୍ଯ୍ୟକ୍ରମରେ ଅନୁଷ୍ଠାନର ୧୨୨୮ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ

NEWS7
work-on-the-cuttack-scb-project-is-underway

​​​​​​​ଭୁବନେଶ୍ବର: ସି. ଭି. ରମଣ ଗ୍ଲୋବାଲ ବିଶ୍ଵବିଦ୍ୟାଳୟର ଷଷ୍ଠ ସମୋବର୍ତ୍ତନ ଉତ୍ସବ ୨୦୨୫ ଡିସେମ୍ବର ୨୩ରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସମୁଦାୟ ୧୨୨୮ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ୨୮ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।

ଏହି ସମାରୋହରେ ସିଙ୍ଗାପୁରର କ୍ରାୟୋନ ଡାଟାର ସହ- ପ୍ରତିଷ୍ଠାତା ଏବଂ ସିଟିଓ, ବିଜୟ କୁମାର ଇଭାତୁରୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ତାଙ୍କ ଭାଷଣରେ ଆଜିର ସ୍ନାତକମାନଙ୍କ ଦ୍ବାରା ସମ୍ମୁଖୀନ ହେଉଥିବା କ୍ୟାରିୟର ଚାଲେଞ୍ଜ ବିଷୟରେ କହିବା ସହ ଛାତ୍ରଛାତ୍ରୀମାନଙ୍କୁ ଏଆଇ ଇଞ୍ଜିନିୟରିଂ, ଏଆଇ ଏବଂ ମେସିନ ଲର୍ଣ୍ଣିଂ, କ୍ବାଣ୍ଟମ୍ କମ୍ପ୍ୟୁଟିଂ ଏବଂ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଭଳି ଉଦୀୟମାନ କ୍ଷେତ୍ରରେ ଗୁରୁତ୍ବ ଦେଇ ଉଦ୍ୟୋଗିତା ଏବଂ ଷ୍ଟାର୍ଟଅପ୍‌ ଉଦ୍ୟମ ଅନୁସନ୍ଧାନ କରିବାକୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସଭାପତି ସଞ୍ଜୀବ କୁମାର ରାଉତ ଛାତ୍ରଛାତ୍ରୀମନାଙ୍କର ସଫଳତା ଏବଂ ବିଶ୍ବବିଦ୍ୟାଳୟରେ ପ୍ରତିଷ୍ଠା ହେବାକୁ ଥିବା ନୂତନ ଟେକ୍ନୋଲୋଜି ସେଣ୍ଟରମାନଙ୍କ ବିଷୟରେ ଉଲ୍ଲେଖ କରିଥିଲେ।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର (ଡ଼ଃ) ବଂଶୀଧର ମାଝୀ, ଅନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପନା କରିବା ସହ ଇନୋଭେସନ, ରିସର୍ଚ୍ଚ, ଗବେଷଣା ଏବଂ ଦକ୍ଷତା ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କର ଉଲ୍ଲେଖନୀୟ ସଫଳତା ଉପରେ ଆଲୋକପାତ କରିଥିଲେ।

ଏହି ଉତ୍ସବରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ସୁକାନ୍ତ କୁମାର ପ୍ରଧାନ (OAS) ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେବା ସଙ୍ଗେ ହାଇୟର ଟେକ୍ନିକାଲ ଏଜୁକେସନରେ ସ୍କିଲ ଶିକ୍ଷାର ମୂଲ୍ୟବୋଧ ବିଷୟରେ ଛାତ୍ରଛାତ୍ରୀମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ଏହି ସମାରୋହରେ ବିଶ୍ବବିଦ୍ୟାଳୟର ବୋର୍ଡ ମେମ୍ବର ଶରତ ଚନ୍ଦ୍ର ଭଦ୍ରା ଏବଂ ଶ୍ରୀମତୀ ଶୈଳଜା ରାଉତ, ପ୍ରା- ଭାଇସ ଚାନ୍ସେଲର ପ୍ରଫେସର (ଡକ୍ଟର) ଗୁଡା ଶ୍ରୀଦେବୀ ଏବଂ ରେଜିଷ୍ଟ୍ରାର ଡକ୍ଟର ବିନିତା ପଣ୍ଡା ମଧ୍ୟ ଯୋଗ ଦେଇଥିଲେ।