ଜଳ ହିଁ ଜୀବନ, ହେଲେ ମଧ୍ୟ ପ୍ରଦେଶରେ ଓଲଟା, ଏଠି ଜଳ ହିଁ ମରଣ ପାଲଟିଛି: ଦୂଷିତ ପାଣି ପିଇ ପୁଣି ୨୨ ଅସୁସ୍ଥ

NEWS7
women-of-madhyapradesh-have-commited-misdeed-in-front-of-her-husband

ଇନ୍ଦୋର: Indore contaminated water, ଆଜିକାଲି ସରକାରର ଅର୍ଥ କେବଳ କ୍ଷମତା ଓ ପତିଆରା, ଜନତାଙ୍କ ଦୁଃଖ ଦୁର୍ଦ୍ଦଶା ଚୂଲିକି ଯାଉଛି। ମଧ୍ୟପ୍ରଦେଶ ଇନ୍ଦୋରରେ ଆଜି ଏଭଳି ଅବସ୍ଥା ହେଲାଣି। ସ୍ୱଚ୍ଛତା ପାଇଁ ଦେଶରେ ନମ୍ବର ୱାନ ରହୁଥିବା ଇନ୍ଦୋର ଲୋକଙ୍କୁ ପିଇବା ପାଣି ମୁନ୍ଦାଏ ଯୋଗାଇ ପାରୁ ନାହିଁ।

କିଛି ଦିନ ତଳେ ଇନ୍ଦୋରରେ ଦୂଷିତ ପାଣି ପିଇ ୨୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏକାଧିକ ଡାକ୍ତରଖାନାରେ ଆଡମିଶନ ହୋଇଥିଲେ। ଯାହାକୁ ନେଇ ସାରା ଦେଶରେ ଇନ୍ଦୋର ଛବି ଖରାପ ହୋଇଥିଲା। ବର୍ତ୍ତମାନ ପୁଣିଥରେ ସେଭଳି ଘଟଣା ସାମ୍ନାକୁ ଆସିଛି। ଦୂଷିତ ପାଣି ପିଇ ୨୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି।

ସଦ୍ୟ ଘଟଣା ମୋହା ଅଞ୍ଚଳରେ ଘଟିଛି। ଏଠାରେ ୨୨ ଜଣ ସ୍ଥାନୀୟ ବାସିନ୍ଦା ଦୂଷିତ ପାଣି ପିଇ ଅସୁସ୍ଥ ହୋଇପଡ଼ିଛନ୍ତି ବୋଲି ଅଭିଯୋଗ ହୋଇଛି। ଏମାନଙ୍କ ମଧ୍ୟରୁ ୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟମାନେ ଡାକ୍ତରୀ ଟିମ୍ ନେତୃତ୍ୱରେ ଘରେ ଚିକିତ୍ସିତ ହେଉଛନ୍ତି। ସେପଟେ ଅଧିକାରୀ କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଏଭଳି ମାମଲା ଚିହ୍ନଟ ହୋଇଛି। ତେଣୁ ଏହି ସଂଖ୍ୟା ୨୫ ପର୍ଯ୍ୟନ୍ତ ବଢ଼ିପାରେ।

ପ୍ରଭାବିତ ଅଞ୍ଚଳରୁ ରିପୋର୍ଟ ଆସିବା ପରେ ଗୁରୁବାର ବିଳମ୍ବିତ ରାତିରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଜିଲ୍ଲା କଲେକ୍ଟର ଶିବମ୍ ବର୍ମା ରୋଗୀମାନଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ହସ୍ପିଟାଲ ପରିଦର୍ଶନ କରିଥିଲେ। ଅନ୍ୟପଟେ ଦୂଷିତ ଜଳ ମିଳିଥିବା ଘଟଣାରେ ଦିଲ୍ଲା ପ୍ରଶାସନ ଏକ ଡାକ୍ତରୀ ଦଳ ନିୟୋଜିତ କରିଛି।

ଏନେଇ ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ସକାଳଠାରୁ ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେଉଛନ୍ତି ଏବଂ ପ୍ରଭାବିତ ପଡ଼ୋଶୀର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ନୂଆ ମାମଲାଗୁଡ଼ିକ ସାମ୍ନାକୁ ଆସିବା ପରେ, ସ୍ଥାନୀୟ ପ୍ରଶାସନ ଶନିବାର ସକାଳେ ପ୍ରଭାବିତ ପଡ଼ୋଶୀଗୁଡ଼ିକରେ ଏକ ସର୍ଭେ ଆରମ୍ଭ କରିଥିଲା । ଏହା ଦ୍ୱାରା ନୂଆ ମାମଲାଗୁଡ଼ିକୁ ଶୀଘ୍ର ଚିହ୍ନଟ କରାଯାଇପାରିବ ଏବଂ ଉପଯୁକ୍ତ ଚିକିତ୍ସା ପାଇଁ ଲକ୍ଷଣଗୁଡ଼ିକର ଗମ୍ଭୀରତା ଆଧାରରେ ରୋଗୀମାନଙ୍କୁ ବର୍ଗୀକରଣ କରାଯାଇପାରିବ ବୋଲି ଅଧିକାରୀ କହିଛନ୍ତି।

ତେବେ ମଧ୍ୟପ୍ରଦେଶ ଦୂଷିତ ପାଣି ମାମଲା ବର୍ତ୍ତମାନ ରାଜ୍ୟ ହାଇକୋର୍ଟରେ ବିଚାରାଧୀନ ଚାଲିଛି। ପାନୀୟ ଜଳ ପ୍ରଦୂଷଣର କାରଣ ତଦନ୍ତ କରିବା, ଉତ୍ତରଦାୟୀ ଖୋଜିବା ଏବଂ ଏହାର ପୁନରାବୃତ୍ତିକୁ ରୋକିବା ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥଲେ। ତେବେ କୋର୍ଟରେ ପିଟିସିନରେ କହିଛନ୍ତି ଯେ କମିଟି କେବଳ ଭୂଆଁ ବୁଲାଇବାକୁ କମିଟି ଗଠନ କରିଛନ୍ତି। ବରିଷ୍ଠ ଅଧିକାରୀଙ୍କୁ ଦୋଷୀରୁ ରକ୍ଷା କରିବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ହୋଇଛି।