ଆଶ୍ଚର୍ଯ୍ୟକର ଘଟଣା: ରାସ୍ତା ଖାଲଖମା ଯୋଗୁଁ ଫେରିଲା ଜୀବନ, 'ବ୍ରେନ୍ ଡେଡ୍' ଘୋଷିତ ମହିଳା ହେଲେ ଜୀବିତ

NEWS7
women-complained-rape-against-jajpur-sarpanch

ବରେଲି/ଉତ୍ତରପ୍ରଦେଶ,୧୧/୦୩: ଭାରତୀୟ ରାସ୍ତାରେ ଥିବା ଖାଲଖମା ସାଧାରଣତଃ ଦୁର୍ଘଟଣା ଏବଂ ମୃତ୍ୟୁର କାରଣ ସାଜିଥାଏ। ଏଥିପାଇଁ ସରକାର ଓ ପ୍ରଶାସନକୁ ନିନ୍ଦା ମଧ୍ୟ କରାଯାଏ। କିନ୍ତୁ ଉତ୍ତରପ୍ରଦେଶରେ ଏହି ଖାଲଖମା ଜଣେ ମହିଳାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଡାକ୍ତରଙ୍କ ଦ୍ୱାରା 'ବ୍ରେନ୍ ଡେଡ୍' ଘୋଷଣା ହୋଇସାରିଥିବା ଜଣେ ମହିଳା ଆମ୍ବୁଲାନ୍ସରେ ଫେରୁଥିବା ସମୟରେ ଏକ ବଡ଼ ଖାଲରେ ପଡ଼ି ଝଟକା ଖାଇବା ପରେ ଆଶ୍ଚର୍ଯ୍ୟଜନକ ଭାବେ ପୁଣି ବଞ୍ଚି ଉଠିଛନ୍ତି। କଣ ଥିଲା ପୂରା ଘଟଣା ଆସନ୍ତୁ ଜାଣିବା ।

ଡାକ୍ତର ଦେଇଥିଲେ ନୈରାଶାଜନକ ଖବର

ପୀଡ଼ିତା ମହିଳାଙ୍କ ନାମ ବିନୀତା ଶୁକ୍ଳା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବରେଲିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ବଞ୍ଚିବାର କୌଣସି ଆଶା ନାହିଁ ଏବଂ ସେ 'ବ୍ରେନ୍ ଡେଡ୍' ହୋଇଯାଇଛନ୍ତି ବୋଲି ଡାକ୍ତରମାନେ ସ୍ପଷ୍ଟ କହିଦେଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଥିଲା।

also- ଇଚ୍ଛାମୃତ୍ୟୁକୁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ, କୋମାରେ ଥିବା ହରିଶ ରାଣାଙ୍କୁ ମିଳିଲା ଅନୁମତି

ଘରେ ଚାଲିଥିଲା ଶେଷକୃତ୍ୟ ପ୍ରସ୍ତୁତି

ବିନୀତାଙ୍କ ସ୍ୱାମୀ କୁଲଦୀପ କୁମାର ଶୁକ୍ଳା ଏକ ଆମ୍ବୁଲାନ୍ସ ଯୋଗେ ପତ୍ନୀଙ୍କୁ ଧରି ଘରକୁ ଫେରୁଥିଲେ। ବିନୀତାଙ୍କର ହୃଦସ୍ପନ୍ଦନ କମି କମି ଯାଉଥିଲା ଏବଂ ନିଶ୍ୱାସ ପ୍ରାୟ ବନ୍ଦ ହୋଇଯାଇଥିଲା। ସବୁ ଆଶା ଛାଡ଼ି ଦେଇଥିବା କୁଲଦୀପ ନିଜ ପରିବାର ଲୋକଙ୍କୁ ଫୋନ୍ କରି ଶେଷକୃତ୍ୟ ପ୍ରସ୍ତୁତି ବାତିଲ୍ କରିବାକୁ କହିଥିଲେ। ଏହାପରେ ସେ ଆମ୍ବୁଲାନ୍ସକୁ ବୁଲାଇ ପିଲିଭିତ ସ୍ଥିତ ନ୍ୟୁରୋସିଟି ହସ୍ପିଟାଲକୁ ନେଇ ବିନୀତାଙ୍କୁ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।