Live Live
LIVE

ପୁରୀ କୋର୍ଟକୁ ବୋମାରେ ଉଡ଼ାଇଦେବୁ ! ପୁଣି ଥରେ ଆସିଲା ଧମକପୂର୍ଣ୍ଣ ଇ-ମେଲ୍

NEWS7
woman-thrashed-in-noida-for-demanding-salary-video-goes-viral

ପୁରୀ ୯।୩: ପୁଣି ଥରେ ପୁରୀ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ପୁରୀ କୋର୍ଟକୁ ବୋମାରେ ଉଡାଇ ଦେବାକୁ ଇ-ମେଲ୍ ଜରିଆରେ ଆସିଛି ଧମକ । ଏଭଳି ଧମକପୂର୍ଣ୍ଣ ଇ-ମେଲ୍ ପାଇବା ପରେ ପୁରୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସିଟି ଡିଏସ୍ପିଙ୍କ ତତ୍ତ୍ବାବଧାନରେ ସମୁଦ୍ରକୂଳ ଥାନା ଓ ସାଇବର ଥାନା ପୋଲିସ ସହିତ ବମ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ବାଡ୍ ମଧ୍ୟ କୋର୍ଟ ପରିସର ଓ ସମସ୍ତ ସ୍ଥାନକୁ ତନତନ କରି ଯାଞ୍ଚ କରିଥିଲେ ।

 ଓଡ଼ିଶା ଲୋକସେବା ଭବନରେ ଖାଲି ପଡିଛି ବିଭିନ୍ନ ପଦବୀ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର

ବୋମା ଧମକ ଯୋଗୁଁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ କୋର୍ଟ ପରିସରରେ ଯାଞ୍ଚ ସରିବା ପରେ କୋର୍ଟ କାର୍ଯ୍ୟ ସ୍ବଭାବିକ ହୋଇଥିବା ଦେଖିବାକୁ ମିଳିଛି । ସାଇବର ଥାନା ଘଟଣାର ତଦନ୍ତ କରୁଥିବା ବେଳେ କିଏ ଏବଂ କେଉଁଠାରୁ ଏହି ଇ-ମେଲ୍ ପଠାଇଛି ତା'ର ମଧ୍ୟ ଖୋଳତାଡ଼ କରାଯାଉଛି । ତେବେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ସିଟି ଡିଏସ୍ପି ସୂଚନା ଦେଇଛନ୍ତି ।