ଦକ୍ଷିଣ ଆଫ୍ରିକାରେ ଭୁଶୁଡି ପଡିଲା ମନ୍ଦିର, ଭାରତୀୟ ବଂଶୋଦ୍ଭବଙ୍କ ସମେତ ୪ ମୃତ

NEWS7
woman-suicide-in-telkoi-of-keonjhar-district

ଜୋହାନ୍ସବର୍ଗ, ୧୪/୧୨:ଦକ୍ଷିଣ ଆଫ୍ରିକାରେ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ । କ୍ୱାଜୁଲୁ-ନାଟାଲ ପ୍ରାନ୍ତରେ ଏକ ମନ୍ଦିର ନିର୍ମାଣରେ ସାମିଲ ଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଛି । ତାଙ୍କ ସହ ଅନ୍ୟ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି ।

ରିପୋର୍ଟ ଅନୁସାରେ, କ୍ୱାଜୁଲୁ-ନାଟାଲ ପ୍ରାନ୍ତରେ ଅହୋବିଲମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜାରି ରହିଛି । ମନ୍ଦିରକୁ ୪ ମହଲା ବିଶିଷ୍ଟ କରାଯିବ । ଯାହାକୁ ଡରବାନର ଏକ ପାହାଡ ଉପରେ ପ୍ରତିଷ୍ଠା କରାଯାଉଛି । ତେବେ ନିର୍ମାଣ କାର୍ଯ୍ୟବେଳେ ଏହାର ଏକ ଛାଡ ଭୁଶୁଡି ପଡିଥିଲା । ଫଳରେ କାମ କରୁଥିବା ଅନେକ ଶ୍ରମିକ ଏବଂ ଶ୍ରଦ୍ଧାଳୁ ଫସି ରହିଛନ୍ତି

ରିପୋର୍ଟ ଅନୁସାରେ, ଶୁକ୍ରବାର ଘଟିଥିବା ଅଘଟଣରେ ଘଟଣାସ୍ଥଳରେଜଣ ଶ୍ରମିକ ଏବଂ ଜଣେ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି । ଶନିବାର ମୃତ୍ୟୁସଂଖ୍ୟାରେ ପହଁଚିଛି । ଆଗାମୀ ଦିନରେ ଏହି ସଂଖ୍ୟା ଅଧିକ ବଢିପାରେ । ମୃତକଙ୍କ ମଧ୍ୟରେ ଭିକି ଜୟରାଜ ପାଣ୍ଡେ ନାମକ ଜଣେ ଭାରତୀୟ ବଂଶୋଦ୍ଭବ ରହିଛନ୍ତି । ସେ ମନ୍ଦିର ପ୍ରଶାସନର ସଦସ୍ୟ ଥିଲେ ।

ଭିକି ଗତ ଦୁଇ ବର୍ଷ ତଳେ ମନ୍ଦିର କାର୍ଯ୍ୟରେ ସାମିଲ ହୋଇଥିଲେ । ମନ୍ଦିର ଟ୍ରଷ୍ଟର ନିର୍ଦ୍ଦେଶକ ଶନିବାର ମହାରାଜ ମଧ୍ୟ ଭିକିଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି । ତେବେ ଭଗ୍ନାବଶେଷ ତଳୁ ଆହୁରି କିଛି ମୃତଦେହ ମିଳିଥିବା କୁହାଯାଉଛି । କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଖରାପ ପାଗ ପାଇଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା କୁହାଯାଉଛି ।

ସ୍ଥାନୀୟ ମ୍ୟୁନିସିପାଲିଟି ପକ୍ଷରୁ କୁହାଯାଇଛି ଯେ, ମନ୍ଦିର ପ୍ରକଳ୍ପ ପାଇଁ କୌଣସି ମଞ୍ଜୁରୀ ମିଳି ନଥିଲା । ଏହାକୁ ବେଆଇନ ଭାବେ ତିଆରି କରାଯାଉଛି । ଉଦ୍ଧାର କାର୍ଯ୍ୟରେ ସରକାରୀ ପୋଲିସ ସହ କିଛି ଘରୋଇ ଉଦ୍ଧାକାରୀ ଟିମ୍ ସାମିଲ ଅଛନ୍ତି । କିନ୍ତୁ ଘଟଣାକୁ ଦୁଇ ଦିନ ବିତିଯାଇଥିବାରୁ କେହି ଜୀବିତ ଥିବାର ସମ୍ଭାବନା କମ୍ ରହିଛି ।