ଦୋକାନ କାନ୍ଥରେ କଣା କଲେ, ଲୁଟି ନେଲେ କୋଟିଏ ଟଙ୍କାର ସୁନା ଗହଣା...

NEWS7
woman-spends-4-lakh-on-makeover-to-look-glam-on-childbirth-trolled-but-do-not-care

ସୋର ୧୦।୦୨ : କୋଟିଏ ଟଙ୍କାର ସୁନା ଗହଣା ଲୁଟ୍ । ସୁନା ଦୋକାନର କାନ୍ଥ ଲକର ଭାଙ୍ଗି ୧ କୋଟି ଟଙ୍କା ସୁନା-ରୂପା ଗହଣା ଲୁଟି ନେଲେ ଲୁଟେରା । ବାଲେଶ୍ୱର ଜିଲ୍ଲା ସୋର ଥାନା ଫଟା ଅର୍ଜୁନ ଛକ ନିକଟରେ ଘଟିଛି ଏହି ଲୁଟ୍ ଘଟଣା ।

ଖବର ଅନୁଯାୟୀ, ସୋର ଥାନା ଫଟା ଅର୍ଜୁନ ଛକରେ ରାଜେନ୍ଦ୍ର କୁମାର ସାହୁଙ୍କ ନୀଳମଣି ଜୁଏଲାରୀ ଦୋକାନ ରହିଛି।ଗତ ରାତିରେ ଲୁଟେରାମାନେ ଦୋକାନ କାନ୍ଥ ଭାଙ୍ଗି ପଶିଥିଲେ । ପ୍ରାୟ ୮୦ ଲକ୍ଷ ଟଙ୍କାର ସୁନା ଓ ୫ କିଲୋ ଓଜନର ରୂପା ଗହଣା ସହ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି । ସକାଳୁ ସକାଳୁ ମାଲିକ ଦୋକାନ ଖୋଲିବାକୁ ଆସିଥିବା ବେଳେ ଏପରି ଚିତ୍ର ଦେଖିଛନ୍ତି । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି ।