ବାରିପଦାରେ ପୁଣି ଲଜ୍ଜା ! ବିସ୍କୁଟ ଲୋଭରେ ନେଇଗଲେ ନିଛାଟିଆ ଜାଗାକୁ, ଏକୁଟିଆ ପାଇ କଲେ ଏମିତି...

NEWS7
woman-mrutadeha-found-dowry-case-suspect-in-niali

ବାରିପଦା ୧୭।୧୨: ବାରିପଦାରେ ପୁଣି ଲଜ୍ଜା । ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ବାରିପଦା ସଦର ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ନାତୁଣୀ ସହ ଗାଁର ପଡ଼ୋଶୀ ସମ୍ପର୍କୀୟ ଅଜା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆସିଛି । ଅଭିଯୁକ୍ତ ଅଜା ଦିଲ୍ଲୀପ ହେମ୍ବ୍ରମ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ଶିଶୁକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଶିଶୁକୁ ତାଙ୍କ ଘର ପଛପଟେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ପୀଡ଼ିତା ଶିଶୁଟି ଘର ସମ୍ମୁଖରେ ସାଙ୍ଗ ସହ ଖେଳୁଥିଲା, ସେହି ସମୟରେ ଅଭିଯୁକ୍ତ ସମ୍ପର୍କୀୟ ପୀଡିତା ଶିଶୁକୁ ଜୋରଜବରଦସ୍ତ ସେମାନଙ୍କ ଘର ପଛପଟେ ଥିବା ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ଯେଉଁଠାରେ ସେ ଶିଶୁକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଫଳରେ ପୀଡିତା ଶିଶୁ ଜଣଙ୍କ ଜୋରଜବରଦସ୍ତ କାନ୍ଦିବାକୁ ଲାଗିଥିଲା । ଏହା ଶୁଣି ପଡ଼ୋଶୀ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ପରେ ଶିଶୁଙ୍କ ଘର ଲୋକଙ୍କୁ ସୂଚନା ଦେଇଥିଲେ । ଏନେଇ ବାରିପଦା ସଦର ଥାନାରେ ପରିବାର ଲୋକ ଏକ ଲିଖିତ ଅଭିଯୋଗ କରିଥିଲେ । ପରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ ।