LIVE TV
LIVE TV

ରାୟପୁରରେ ପୁଣି କମାଲ୍ କରିବେ ରୋ-କୋ ! ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

NEWS7
woman-lies-down-on-train-track-to-escape-being-run-over

ନୂଆଦିଲ୍ଲୀ, ୦୩ /୧୨: ରାଞ୍ଚି ପରେ ରାୟପୁର ପାଳି । ମ୍ୟାଚ୍ ଜିତିବା ସହ ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ପୁଣି ରୋ-କୋଙ୍କ ବ୍ୟାଟରୁ ରନ୍ ଦେଖିବାକୁ ପ୍ରଶଂସକ ମଧ୍ୟ ତୟାର । ତେବେ ବୁଧବାର ରାୟପୁରରେ ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛି ରାହୁଲ ସେନା ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଦମଦାର ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ଦଳ ବିରାଟ କୋହଲିଙ୍କ ଶତକ ଏବଂ ରୋହିତ ଶର୍ମାଙ୍କ ଅର୍ଧଶତକ ବଳରେ ବିଶାଳ ସ୍କୋର କରିଥିଲା । ଯାହାକୁ ଚେଜ୍ କରିପାରିନଥିଲା ଭ୍ରମଣକାରୀ ଟିମ୍ । ତେବେ ଦ୍ୱିତୀୟ ଦ୍ୱିନିକିଆରେ ମଧ୍ୟ ଫ୍ୟାନ୍ସମାନେ ରୋ-କୋଙ୍କ ବ୍ୟାଟରୁ ଏମିତି କିଛି ରନ୍ ଆଶା କରୁଛନ୍ତି ।

ବୁଧବାର ଅର୍ଥାତ ଡିସେମ୍ବର ୩ ତାରିଖରେ ରାୟପୁରରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମୁକାବିଲାରେ ଭାରତ ବିଜୟ ସହ ସିରିଜ୍ କବଜା ଲକ୍ଷ୍ୟରେ ରହିବ । ତେବେ ରାୟପୁରରେ ବିରାଟ କୋହଲି ଏବଂ ରୋହିତଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବ ।

ରାୟପୁରରେ ଭାରତର ରେକର୍ଡ

ରାୟପୁରର ସଦିଦ ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏବେସୁଦ୍ଧା କେବଳ ଏକମାତ୍ର ଦିନିକିଆ ଖେଳାଯାଇଛି । ଯାହାକୁ ଦୁଇ ବର୍ଷ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲା ଭାରତ । ୨୦୨୩ ମସିହା ଜାନୁଆରୀ ୨୧ ତାରିଖରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ୍ । କିନ୍ତୁ ଦଳ ମାତ୍ର ୧୦୮ ରନରେ ଅଲଆଉଟ୍ ହୋଇଯାଇଥିଲା । ମହମ୍ମଦ ସାମି ମୁକାବିଲାରେ ତିନୋଟି ଓ୍ୱିକେଟ୍ ନେଇଥିବା ବେଳେ ଓ୍ୱାଶିଂଟନ ସୁନ୍ଦର ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

୧୦୯ ରନକୁ ଚେଜ୍ କରୁଥିବା ଭାରତ ସହଜରେ ମୁକାବିଲା ଜିତି ନେଇଥିଲା । ମ୍ୟାଚରେ ରୋହିତ ୫୧ ରନ୍ କରିଥିଲେ । ତାଙ୍କ ବ୍ୟାଟରୁ ୭ ଚଉକା ଏବଂ ୨ ଛକା ବାହାରିଥିଲା । ବିରାଟ କେବଳ ୧୧ ରନ୍ କରିଥିଲେ । ୨୧ ଓଭରରେ ୨ ଓ୍ୱିକେଟ୍ ହରାଇ ଟିମ୍ ଇଣ୍ଡିଆ ଟାର୍ଗେଟ୍ ଚେଜ୍ କରିନେଇଥିଲା ।