LIVE TV

ଭାରତକୁ ପ୍ରଶଂସା କଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଚାଡୋ, ମହାତ୍ମା ଗାନ୍ଧୀଙ୍କୁ କହିଲେ ନିଜ ଆଦର୍ଶ

NEWS7
woman-killed-to-youth-for-illegal-relation

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର (୨୦୨୫) ବିଜୟନୀ ଭେନେଜୁଆଲାର ଗଣତନ୍ତ୍ର ସମର୍ଥିତ ନେତା ମାରିଆ କୋରିନା ମଚାଡ଼ୋ ଭାରତକୁ ଖୁବ ପ୍ରଶଂସା କରିଛନ୍ତି । ମଚାଡୋ କହିଛନ୍ତି ଯେ ସେ ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ସଂଗ୍ରାମରୁ ପ୍ରେରଣା ନେଇଛନ୍ତି । ସେ କହିଛନ୍ତି ଯେ ଶାନ୍ତି କୌଣସି ଦୁର୍ବଳ ନୁହେଁ । ମହାତ୍ମା ଗାନ୍ଧୀ ମାନବ ଜାତିକୁ ଏହାର ମୂଲ୍ୟ ଶିଖାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜନେତା ତଥା କାର୍ଯ୍ୟକର୍ତ୍ତା ମଚାଡୋ ଭେନେଜୁଏଲାରେ ଗଣତନ୍ତ୍ରର ପୁନଃସ୍ଥାପନା ପାଇଁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଲଢେଇ କରୁଛନ୍ତି ।

ମାରିଆ କହିଛନ୍ତି ଯେ ନିଶ୍ଚିତ ଭାବେ ଶାନ୍ତି ପାଇବା ପାଇଁ ଆପଣଙ୍କୁ ସ୍ୱାଧୀନତାର ଆବଶ୍ୟକତା ଦରକାର ଓ ସ୍ୱାଧୀନତା ପାଇବା ପାଇଁ ଆପଣଙ୍କୁ ଶକ୍ତି ଦରକାର । ସେ ଭାରତକୁ ଏକ ମହାନ ଗଣତନ୍ତ୍ର ଓ ଅନ୍ୟ ଦେଶଙ୍କ ପାଇଁ ଏକ ଉଦାହରଣ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବରେ ସେ ଦେଖୁଛନ୍ତି । ଭାରତ ସହ ଭେଲେଜୁଏଲା ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ପରେ ଅନେକ ମୋର୍ଚ୍ଚାରେ ସମ୍ପର୍କକୁ ମଜଭୁତ କରିପାରିବ ।

ବିଶ୍ୱରେ ଭାରତର ସ୍ଥାନ ଏବଂ ଏହାର ଗଣତନ୍ତ ଉପରେ ମାଚାଡୋ କହିଛନ୍ତି, "ଭାରତ ଅନେକ ଦେଶ ଏବଂ ପିଢ଼ି ପାଇଁ ଏକ ଉଦାହରଣ ହୋଇଆସିଛି । ଏହା ଏକ ବଡ଼ କଥା । ଏହାର ଯତ୍ନ ନେବା ଆପଣଙ୍କର ଦାୟିତ୍ୱ, କାରଣ ଅନେକ ଦେଶ ଆପଣଙ୍କୁ ସମ୍ମାନର ସହିତ ଦେଖନ୍ତି । ଗଣତନ୍ତ୍ରକୁ ସର୍ବଦା ସୁଦୃଢ଼ କରାଯାଇପାରିବ ଏବଂ ଏହାକୁ କେବେବି ହାଲୁକା ଭାବରେ ନିଆଯିବା ଉଚିତ୍ ନୁହେଁ।"

ମାଚାଡୋ କହିଛନ୍ତି, "ମୁଁ ଭାରତକୁ ହୃଦୟରୁ ପ୍ରଶଂସା କରେ । ମୋ ଝିଅ କିଛି ମାସ ପୂର୍ବରୁ ସେଠାକୁ ଯାଇଥିଲା, କିନ୍ତୁ ମୁଁ କେବେ ଭାରତ ଯାଇନାହିଁ । ସେ ତୁମର ଦେଶକୁ ଭଲ ପାଏ । ସେଠାରେ ମୋର ଅନେକ ଭେନେଜୁଏଲାର ବନ୍ଧୁ ରହୁଛନ୍ତି । ନିଶ୍ଚିତ ଭାବରେ, ମୁଁ ଭାରତୀୟ ରାଜନୀତିକୁ ଅନୁସରଣ କରେ, ଏବଂ ମୁଁ ଆଶା କରୁଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ କଥା ହେବାର ସୁଯୋଗ ପାଇବି । ଗୋଟିଏ ଦିନ ଏକ ସ୍ୱାଧୀନ ଭେନେଜୁଏଲାରେ ତାଙ୍କୁ ଆତିଥ୍ୟ ଦେବାର ସୁଯୋଗ ମିଳିବ । ଯାହା ଆମର ସମ୍ପର୍କକୁ ମଜଭୁତ କରିପାରିବ ।"