ଏଠି ସେଠି ପକାଉଥିଲେ ଫାଇନ: ହଠାତ୍ ବୁଲି ଆସିଲେ ମେୟର, କାଟିଲେ ଫାଇନ୍

NEWS7
woman-fired-for-having-alcohol-and-come-to-office-compensated

ଭୁବନେଶ୍ୱର ୧୬/୧୨: ମହଙ୍ଗା ପଡିଲା ଅଳିଆ ପକାଇବା । ରେଡ୍ ହ୍ୟାଣ୍ଡ ଧରିଲେ ମେୟର । କାଟିଲେ ବଡ଼ ଫାଇନ । ଭୁବନେଶ୍ୱର ୟୁନିଟ-୪ ମାଛ ମାର୍କେଟରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ । ଫାଇନ ମୁତାବକ ସେହି ଅଞ୍ଚଳରେ ଥିବା ସ୍ଵାଦ ସଦନ ପ୍ରିମିୟମ, ଭାଇନା ହୋଟେଲ କୁ ଲକ୍ଷେ ଟଙ୍କା ଲେଖାଏଁ ଜୋରିମାନା ପଡ଼ିଛି। ସେହିଭଳି ୟୁନିଟେକ୍ ୟୁନିଟେକ୍ ଅଟୋ ୱର୍କସପ୍ ଓ ରିଲାଇନ୍ସ କୁ ପଛପଟେ ଅଳିଆ ଗଦାଇବା ପାଇଁ ମଧ୍ୟ ୧ ଲକ୍ଷ ଟଙ୍କା ଫାଇନ ପଡ଼ିଛି।

ଏହାଛଡା ଗୋଲ ଏଜୁକେଶନାଲ ଇନଷ୍ଟିଚ୍ୟୁଟକୁ ଓ ଚାଇନା ଗାର୍ଡେନ ମଧ୍ୟ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ବିଏମସି କହିଛି । ୟୁନିଟ ୪ ମସଜିଦ ପାଖରେ ଥିବା ଅବ୍ୟବହୃତ କାର ଓ ବାଇକକୁ ଉଠାଇ ନେଇଛି । ସକାଳୁ ସକାଳୁ ଲକ୍ଷ ଲକ୍ଷ ଟଙ୍କାର ଫାଇନ କାଟିଲେ ବିଏମସି ମେୟର ସୁଲୋଚନା ଦାସ। ୟୁନିଟ ୪ ମାଛ ମାର୍କେଟ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ହୋଇଥିବା ସଫେଇ କାର୍ଯ୍ୟକ୍ରମ ବେଳେ ଏହି ଫାଇନ କାଟିଛନ୍ତି ।