LIVE TV

ରାଜଧାନୀରୁ ମିଳିଲା ମହିଳାଙ୍କ କଟାମୁଣ୍ଡ ; ଗଣ୍ଡି ପଡିଛି ଚନ୍ଦକାରେ

NEWS7

ଭୁବନେଶ୍ବର ୨୦|୧୨:  ରାଜଧାନୀରୁ ମହିଳାଙ୍କ କଟାମୁଣ୍ଡ ଉଦ୍ଧାର ହୋଇଛି । ମହିଳାଙ୍କ ଗଣ୍ଡି କିନ୍ତୁ ମିଳିଛି ଚନ୍ଦକା ଜଙ୍ଗଲରୁ । ମହିଳାଙ୍କ ପରିଚୟ ମିଳିପାରିନାହିଁ । ହତ୍ୟା କରି ମହିଳାଙ୍କୁ ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ମୁଣ୍ଡଟି ଖଣ୍ଡଗିରି ଥାନା ଅନ୍ତର୍ଗତ ଟ୍ରିପଲ ଆଇଟି ପଛପଟେ ଥିବା କ୍ରିଷ୍ଣାପୁରୀ ଅଞ୍ଚଳରେ ପ୍ରଥମେ ଠାବ ହୋଇଥିଲା । ମହିଳାଙ୍କ ମୁଣ୍ଡକୁ ଛେଚି ଦିଆଯାଇଥିବାରୁ ଠିକ୍ ଭାବେ ଚିହ୍ନି ହେଉନାହିଁ । ତେବେ ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ପୋଲିସ କହିଛି ଯେ, ଭୁବନେଶ୍ବର ବାହାରେ ହତ୍ୟା କରାଯାଇ  ପ୍ରମାଣ ନଷ୍ଟ କରିବା ପାଇଁ ଦୁଇଟି ଅଲଗା ଅଲଗା ସ୍ଥାନରେ ମୁଣ୍ଡ ଓ ଗଣ୍ଡି ଫିଙ୍ଗି ଦିଆଯାଇଛି । ରାଜଧାନୀରେ ଦିନକୁ ଦିନ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ ୬ମାସ ମଧ୍ୟରେ ରାଜଧାନୀରେ ୯ଟି ହତ୍ୟାକାଣ୍ଡ ସଂଗଠିତ ହୋଇଛି । କେତେକ ଘଟଣାର କାରଣ ଓ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡିନାହାନ୍ତି । ଦିନକୁ ଦିନ ବୃଦ୍ଧି ପାଉଥିବା ହତ୍ୟା ଘଟଣା କମିଶନରେଟ୍ ପୋଲିସର ମୁଣ୍ଡବ୍ୟଥାର କାରଣ ହୋଇଛି ।