LIVE TV

୪୭ ଦିନ ପରେ କଳିଙ୍ଗା ଘାଟି ରାସ୍ତାରେ ଗଡ଼ିଲା ଗାଡ଼ି, ଭୁସ୍ଖଳନରେ ହୋଇଥିଲା କ୍ଷତିଗ୍ରସ୍ତ

NEWS7
woman-attempt-suicide-in-nayagarh

ଜି.ଉଦୟଗିରି: କନ୍ଧମାଳ ଏବଂ ଗଞ୍ଜାମ ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତାରେ ପୁଣି ଗଡ଼ିଛି ଗାଡ଼ି। ପ୍ରାୟ ୪୭ ଦିନ ପରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି। ପ୍ରାୟ ଦେଢ଼ ମାସ ତଳେ ବର୍ଷା​‌ ଯୋଗୁ ଭୁସ୍ଖଳନ ହୋଇ ଏହି ଘାଟି ରାସ୍ତା ବଡ଼ ଆକାରରେ କ୍ଷତିଗ୍ରସ୍ତ ହୋଇଥିଲା। ତାହାବି ପୁଣି ଦୁଇ ଦୁଇ ଥର।

ଯାହା ପରଠାରୁ ଏହାର ମରାମତି କାମ ଜାରି ରହିଥିଲା। ଆଉ ଏବେ ନିର୍ମାଣକାମ ସରିଆସିଥିବାବେଳେ ଶୁକ୍ରବାର ଠାରୁ ଗାଡ଼ି ଯାତାୟତ କରିଛନ୍ତି। ଅବଶ୍ୟ ଏପର୍ଯ୍ୟନ୍ତ ଏହି ରାସ୍ତାରେ ଯାନବାହନ ଯାତାୟତ ନିମନ୍ତେ ଜିଲ୍ଲା ପ୍ରଶାସନ କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆନୁଷ୍ଠାନିକ ଭାବରେ କୌଣସି ଆଦେଶ ଜାରି କରାଯାଇନାହିଁ।

ସେପଟେ ଯାନବାହନ ଚଳାଚଳ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଖୁସି ଦେଖାଯାଇଛି। ବିଶେଷ ଭାବରେ ଏହି ରାସ୍ତାକଡ଼ରେ ବ୍ୟବସାୟ କରି ପରିବାର ଚଳାଉଥିବା ଲୋକେ ବେଶ ଉତ୍ସାହିତ ଅଛନ୍ତି।