ବହଳଦାରେ କଙ୍ଗାରୁ କୋର୍ଟ ! ଯୁବକଙ୍କୁ ମାଡ଼ ମାରି ଉଲଗ୍ନ କରି ବୁଲାଇବା ଅଭିଯୋଗରେ ଦୁଇ ଗିରଫ

NEWS7
woman-and-children-being-raped-by-jaban-in-south-sudan-area

ରାଇରଙ୍ଗପୁର ୯।୧: ମୟୂରଭଞ୍ଜ ବହଳଦାରେ କଙ୍ଗାରୁ କୋର୍ଟ ଅଭିଯୋଗ । ନାବାଳିକାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ନିଛାଟିଆ ସ୍ଥାନକୁ ପ୍ରଲୋଭନ ଦେଇ ଡାକି ଅସଦାଚରଣ କରିବା ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼ । ଯୁବକଙ୍କୁ ଉଲଗ୍ନ କରି ବୁଲାଇବା ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ଦୁନ୍ଦୁ ଗ୍ରାମର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଜଣେ ନାବାଳିକାଙ୍କୁ ଲୋଭ ଦେଖାଇ ନିଛାଟିଆ ସ୍ଥାନକୁ ନେଇ ଅସଦାଚରଣ କରୁଥିବା ବେଳେ କିଛି ଯୁବକ ତାଙ୍କୁ ଧରି ନିସ୍ତୁକ ମାଡ ମାରିଥିଲେ । ହାତ ବାନ୍ଧି ଉଲଗ୍ନ କରି ବୁଲାଇବା ସହିତ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରିବା ଭିଡିଓ ଭାଇରାଲ୍ କରିଥିଲେ । ଘଟଣା ସମ୍ପର୍କରେ ଯୁବକଙ୍କ ପରିବାର ଲୋକେ ଉପ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ପ୍ରଶାସନ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଛି ।