'ମୁଁ ଡିପ୍ରେସନରେ ଅଛି...' ଭାରତଠୁ ହାରିଲା ପରେ ପାକିସ୍ତାନ ବୋର୍ଡ ଦେଲା ବଡ ଝଟକା

NEWS7
woman-allegation-against-her-husband-for-unnatural-relationship

ଲାହୋର ୧୯/୦୨ : ଟି୨୦ ବିଶ୍ୱକପର ଲିଗ୍ ମୁକାବିଲାରେ ଭାରତଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ପାକିସ୍ତାନ । ଦଳର ସବୁ ବ୍ୟାଟର ଭାରତୀୟ ବୋଲିଂ ଆଗରେ ଆଣ୍ଠେଇଥିଲେ । ସେମାନେ ପେସ୍ କିମ୍ବା ସ୍ପିନ୍ ଆଟାକର ମୁକାବିଲା କରିପାରିନଥିଲେ । ଫଳରେ ଟି୨୦ ବିଶ୍ୱକପ ଇତିହାସରେ ପାକ୍ ବିପକ୍ଷରେ ସର୍ବୋଚ୍ଚ ବ୍ୟବଧାନରେ ବାଜି ମାରିଛି ଟିମ୍ ଇଣ୍ଡିଆ । ଏହାକୁ ନେଇ ସବୁଠି ପାକ୍ କ୍ରିକେଟର୍ସଙ୍କୁ ଟ୍ରୋଲ୍ କରାଯାଉଛି ।

ହାଇଭୋଲଟେଜ୍ ମୁକାବିଲାରେ ସମସ୍ତଙ୍କ ନଜର ଥିଲା ପାକିସ୍ତାନର ବାବର ଆଜମଙ୍କ ଉପରେ । ଯେତେବେଳେ ପାକ୍ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରୁଥିଲା ସେତେବେଳେ ବାବର କ୍ରିଜକୁ ଆସିଥିଲେ । ପାକ୍ ଫ୍ୟାନ୍ସ ବାବରଙ୍କଠୁ ଦମଦାର ଇନିଂସ ଆଶା କରୁଥିଲେ । ହେଲେ ସେ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଯାହାକୁ ନେଇ ନେଟିଜେନ୍ସ ପିସିବିକୁ ଅନେକ ପ୍ରଶ୍ନ କରୁଛନ୍ତି ।ତାଙ୍କୁ ସୋସିଆଲ ମିଡିଆ ୟୁଜର ଟ୍ରୋଲ୍ ମଧ୍ୟ କରୁଛନ୍ତି ।

ପାକ୍ ଦଳ ଚୟନ ପୂର୍ବରୁ ବାବରଙ୍କୁ ସୁଯୋଗ ମିଳିବ ନା ନାହିଁ ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ତଥାପି ପାକ୍ କ୍ରିକେଟ୍ ବୋର୍ଡ ବାବରଙ୍କୁ ଚାନ୍ସ ଦେଇଥିଲା । ତଥାପି ନିଜକୁ ପ୍ରମାଣିତ କରିପାରିନାହାଁନ୍ତି ପାକିସ୍ତାନର ଏହି ବ୍ୟାଟର୍ । ଖାଲି ଭାରତ ବିପକ୍ଷରେ ନୁହେଁ ନେଦରଲ୍ୟାଣ୍ଡସ ବିପକ୍ଷରେ ମଧ୍ୟ ପାକ୍ ବ୍ୟାଟିଂ ବିପର୍ଯ୍ୟର ଶିକାର ହୋଇଥିଲା । ସେବେବି ଦଳକୁ ସଙ୍କଟରୁ ଉଦ୍ଧାର କରିନଥିଲେ ବାବର । ନାମିବ୍ୟା ବିପକ୍ଷ ମୁକାବିଲାରେ ଦଳ ତାଙ୍କୁ ୬ ନମ୍ବର ପୋଜିସନରେ ରଖାଯାଇଥିଲା । ତାଙ୍କଠୁ ଭଲ ବ୍ୟାଟରଙ୍କୁ ଆଗରେ ପଠାଯାଇଥିଲା । ଏପରିକି ସେ ବ୍ୟାଟିଂ ପାଇଁ ଚାନ୍ସ ମଧ୍ୟ ପାଇନଥିଲେ ।

ପାକିସ୍ତାନର ଆତ୍ମଘୋଷିତ କିଙ୍କ୍ ବାବରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଟ୍ରୋଲିଂ । କିଛି ୟୁଜର କହୁଛନ୍ତି ଯେ, ଦଳରେ ଜାଗା ଫୁଲ୍ କରିବାକୁ ବାବରଙ୍କୁ ନିଆଯାଇଛି । ଆଉ କେହି କେହି ୟୁଜର ଏଆଇରେ ବାବରଙ୍କ ଭିଡିଓ କରି ସେ ଡିପ୍ରେସନରେ ଥିବା ପୋଷ୍ଟ୍ କରୁଛନ୍ତି । ନାମିବ୍ୟା ବିପକ୍ଷରେ ସୁଯୋଗ ନମିଳିବାରୁ କିଛି ୟୁଜର ବାବରଙ୍କୁ ପ୍ରମୋସନ ମିଳିଛି । ସେ ଏବେ ଫିନିସର୍ ରୋଲ୍ ସମ୍ଭାଳିବେ ବୋଲି ମତ ଦେଉଛନ୍ତି ।