ଗିରଫ ଭୟ, ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ନିଶା ମହାରଣା  

NEWS7
witnesses-tell-magistrate-republic-paid-us-to-rig-trp

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ଚନ୍ଦନ ଭାଟି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଶା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ଗୁରୁତର ସହ ନେଇ ବଲାଙ୍ଗୀର ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ନିଶାଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ ନିଶାଙ୍କୁ ଗିରଫ କରିବା ପାଇଁ ବଲାଙ୍ଗୀର ପୋଲିସ ଏକ ଟିମ୍ ସହ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ, ଗିରଫଦାରୀକୁ ଏଡ଼ାଇବାକୁ ନିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିଶା ଶୁକ୍ରବାର ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।

ସୂଚନାଥାଉକି, ପୋଲିସ ଏପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥିବା କମିଟିର ଦୁଇ ଜଣ ସଦସ୍ୟଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ଦୁଇ ଆୟୋଜକ ହେଲେ ସୁରେନ୍ଦ୍ର ନାଗ ଓ ରାଧେଶ୍ୟାମ ମେହେର। ବର୍ତ୍ତମାନ ପୋଲିସର ତଦନ୍ତ ଜାରି ରହିଛି ଏବଂ ଖୁବଶୀଘ୍ର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।