୨୨ ନୁହେଁ ୨୭ରୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ, ୪ ଦିନ ଧରି ଚାଲିବ

NEWS7
with-out-symptoms-covid-19-positive-patients-can-not-go-to-covid-hospita

ବ୍ରହ୍ମପୁର ୧୪।୧: ଘୁଞ୍ଚିଲା ଗୋପାଳପୁର ବେଳାଭୂମି ମହୋତ୍ସବର ତାରିଖ । ଜାନୁଆରୀ ୨୭ରୁ ୩୦ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ହେବ । ପୂର୍ବରୁ ଜାନୁଆରୀ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ ଧାର୍ଯ୍ୟ ହୋଇଥିଲା ।

ଗୋପାଳପୁର ବେଳାଭୂମି ମହୋତ୍ସବକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀଙ୍କ ବାସଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ୨୭ ତାରିଖରେ ରାଜ୍ୟପାଳଙ୍କ ଦ୍ବାରା ଗୋପାଳପୁର ବେଳାଭୂମି ମହୋତ୍ସବର ଶୁଭାରମ୍ଭ ହେବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ମନ୍ତ୍ରୀ କହିଛନ୍ତି ।

ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ବାରା ମହୋତ୍ସବ ଉଦଯାପିତ ହେବ । ପଲ୍ଲୀଶ୍ରୀ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ଶକ୍ତିପୀଠରୁ ମଶାଲ ଶୋଭାଯାତ୍ରା, ବେଳାଭୂମି କ୍ରୀଡ଼ା ଆୟୋଜିତ ହେବ ବୋଲି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି । ବୈଠକରେ ମନ୍ତ୍ରୀଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ, ବିଇଏମସି କମିଶନର, ବ୍ରହ୍ମପୁର ଉପ-ଜିଲ୍ଲାପାଳ, ବ୍ରହ୍ମପୁର ଏସ୍‌ପି ଉପସ୍ଥିତ ଥିଲେ ।