ବାଣ ବିସ୍ଫୋରଣରେ ଚାଲିଗଲା ଅଭିନଙ୍କ ଜୀବନ, କିଛି ବର୍ଷ ପୂର୍ବେ ହୋଇଥିଲା ମାଆ-ଭାଇଙ୍କ ମୃତ୍ୟୁ

NEWS7
witchfinder-general-actress-hilary-heath-dies-of-complications-from-coronavirus

ଭୁବନେଶ୍ୱର ୨୮।୦୧ : ଭୁବନେଶ୍ବର ଉପକଣ୍ଠ ବାଲିପାଟଣାର ନରିଶୋ ନିଧିସାହିରେ ବାଣ ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ନିଆଳି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା| ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସପିଟାଲ୍ ସ୍ଥାନାନ୍ତର କରାଯାଇଛି । ପୋଲିସ ଏବଂ ଅଗ୍ନିଶମ ବାହିନୀ ଗାଁ ରେ ପହଁଞ୍ଚି ତଦନ୍ତ କରୁଛି |

ଖବର ଅନୁଯାୟୀ, ମଙ୍ଗଳବାର ରାତ୍ରି ପ୍ରାୟ ସାଢେ ୧୦ଟାରେ ପ୍ରଚଣ୍ଡ ଶବ୍ଦରେ ନରିଶୋ ଗାଁ ଥରି ଉଠିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହିଁଞ୍ଚିବା ଜାଣିବାକୁ ପାଇଥିଲେ ବେଆଇନ୍ ଭାବେ ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟିଛି। ଘଟଣା ସ୍ଥଳରେ ବାଣ ଭିଡୁଥିବା ଅଭିନା କାଣ୍ଡିଙ୍କ ଶରୀରର ଶହେ ପ୍ରତିଶତ ପୋଡି ଯାଇଥିଲା । ହସ୍ପିଟାଲ୍ ପହଁଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ତିନି ଜଣ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି । କିଛି ବର୍ଷ ପୂର୍ବେ ବାଣ ବିସ୍ଫୋରଣରେ ଅଭିନାଙ୍କ ମାଆ ଏବଂ ଭାଇଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ବିସ୍ଫୋରଣରେ ବାଣ କାରଖାନା ଧ୍ବଂସ ହୋଇଯାଇଛି |

ସେହିପରି ମଙ୍ଗଳବାର ଦିନ ସୁନ୍ଦରପଦା ଅଞ୍ଚଳରେ ଛାତ ଉପରେ ବାଣ ବିସ୍ଫୋରଣରେ ୫ ଜଣ ଗୁରୁତର ହୋଇଥିଲେ । ଗୁରୁତର ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ହାତ ଛିଡ଼ିଯାଇଥିଲା । ପରେ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ ।