୧୯୮୧ରେ ଜୀବନରୁ ମାରିଦେବାକୁ ଉଦ୍ୟମ, କାହିଁକି ବାମ ହାତରେ ଖାମେନି ଚଳାଉଥିଲେ ଦେଶ

NEWS7
wing-commander-abhinandan-varthaman-to-be-conferred-with-vir-chakra-on-independence-day

ନୂଆଦିଲ୍ଲୀ ୦୨/୦୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି । ଆମେରିକାର ପ୍ରଚଣ୍ଡ ପ୍ରହାରରେ ସେ ମୃତ । ତାଙ୍କ ମୃତ୍ୟୁ ନେଇ ଖୁଲାସା କରିଛନ୍ତି ଆମେରିକା ଇସ୍ରାଏଲ । ମୃତ୍ୟୁ ନେଇ ସ୍ପଷ୍ଟ ବି କରାଯାଇଛି । ତଥାପି ତାଙ୍କ ମୃତଦେହ କେଉଁଠି ମିଳୁନି ପତ୍ତା । ଅନେକ ବି କହୁଛନ୍ତି କଣ ସତରେ ନାହାଁନ୍ତି ଖାମେନି? ଏପରି ଅନେକ ପ୍ରଶ୍ନ ଚର୍ଚ୍ଚା ହେଉଛି । ସେ ଏବେୱ ଖବରର ଶିରୋନାମାରେ ।

ବିଶେଷ କରି ତାଙ୍କ ହତ୍ୟା ଖବର ବେଶ୍ ଚର୍ଚ୍ଚିତ । କେବଳ ହତ୍ୟା ନୁହେଁ ବ୍ୟକ୍ତିଗତ ଜୀବନିକୁ ନେଇ ବି ଆଲୋଚନା । ସେହି ଚର୍ଚ୍ଚା ହେଉଛି ୪୫ ବର୍ଷ ଧରି କାହିଁକି ଗୋଟିଏ ହାତରେ ଚଳାଉଥିଲେ ଦେଶ ? ବାମ ହାତ ଛଡା କାହିଁକି ଡାହାଣ ହାତ ହେଉନଥିଲା ଫକ୍ସନ୍ । ଆହୁରି ବି ଆଶ୍ଚର୍ଯ୍ୟ କଥା , ୪୫ ବର୍ଷ ତଳେ ଖାମେନେଇଙ୍କୁ କରାଯାଇଥିଲା ହତ୍ୟା ଉଦ୍ୟମ। ହେଲେ କେମିତି ବର୍ତ୍ତି ଯାଇଥିଲେ ଅଳ୍ପକେ ।

​​​​​​​

ଇରାନର ସର୍ବୋଚ୍ଚ ନେତା ହେବା ପୂର୍ବରୁ ତାଙ୍କୁ କରାଯାଇଥିଲା ହତ୍ୟା ଉଦ୍ୟମ । ୧୯୮୧ ମସିହାରେ ତେହେରାନର ଏକ ମସଜିଦରେ ଟେପ୍ ରେକର୍ଡର୍ ବିସ୍ଫୋରଣ ଘଟାଇ ହତ୍ୟା ଉଦ୍ୟମ କରାଯାଇଥିଲା। ହତ୍ୟା ଉଦ୍ୟମରୁ ଅଳ୍ପକେ ବର୍ତ୍ତି ଯାଇଥିଲେ, ହେଲେ ଆଉ କାମ କଲାନି ଡାହାଣ ହାତ । ଧୀରେ ଧୀରେ ଖାମେନେଇଙ୍କ ଡାହାଣ ହାତ ସବୁଦିନ ପାଇଁ ପକ୍ଷାଘାତ ଗ୍ରସ୍ତ ହୋଇଗଲା ।ସେବେଠୁ ଗୋଟିଏ ହାତ ଲୁଚାଇ ରଖୁଥିଲେ ଆୟାତୋଲ୍ଲା ଖାମେନି । ତା ପୁଣି ୪୫ ବର୍ଷ ଧରି ଗୋଟିଏ ହାତରେ ।

ବିସ୍ଫୋରଣରେ ଖାମେନି ଗୁରୁତର ଆହତ ହୋଇଥିଲେ। ତାଙ୍କ କାନର ସ୍ନାୟୁ ଓ ଫୁସଫୁସ କ୍ଷତିଗ୍ରସ୍ତ ହୋଇଥିଲା । ତାଙ୍କ ଅବସ୍ଥା ଏତେ ସଙ୍କଟଜନକ ଥିଲା ଯେ ଜଣେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଚର୍ଚ୍ଚା ହୁଏ। କିନ୍ତୁ ଡାକ୍ତରମାନଙ୍କ ଅଦ୍ୟମ ଅପରେସନ୍ ପରେ ସେ ଧିରେ ଧିରେ ସୁସ୍ଥ ହୋଇଥିଲେ। ଆଉ ସେବେଠୁ ତାଙ୍କ ଡାହାଣ ହାତ ସ୍ଥାୟୀ ଭାବରେ ଅକ୍ଷମ ହୋଇଯାଇଥିଲା। ଖାମେନି ଲେଖିବା ଠାରୁ ଆରମ୍ଭ କରି ଇଙ୍ଗିତ କରିବା ପର୍ଯ୍ୟନ୍ତ ସବୁକିଛି ପାଇଁ ବାମ ହାତ ବ୍ୟବହାର କରୁଥିଲେ।

also read..

ଯୁଦ୍ଧ ଭିତରେ ଭାଇରାଲ....ଇରାନର ଧାର୍ମିକ ଆପ୍‌ରେ ଆସୁଛି ଭୟଙ୍କର ଓ୍ୱାର୍ଣ୍ଣିଂ