LIVE TV

କଟକରେ ବଡ଼ ଅଘଟଣ, ଭୁଶୁଡ଼ିଲା ଫ୍ଲାଟ୍‌ର ବାଲକୋନି, ୩ ମୃତ, ୬ ଆହତ

NEWS7
wine-tension-in-bhubaneswar-and-cuttack

କଟକ ୮୧୧: ବାଲିଯାତ୍ରାକୁ ନେଇ ଉତ୍ସବ ମୁଖର କଟକ ସହର। ଘରମାନଙ୍କରେ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗି ରହିଛି। ଏହା ମଧ୍ୟରେ ସିଲଭର ସିଟି କଟକରୁ ଆସିଛି ଦୁଃଖଦ ଖବର। ଶନିବାର ସହରରେ ବାଲକୋନି ଭୁଶୁଡ଼ି ଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଏସସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ମଣିସାହୁ ଛକ ନିକଟସ୍ଥ ଏକ ଫ୍ଲାଟ୍‌ର ବାଲକୋନି ଭାଙ୍ଗି ତଳେ ଥିବା ଆଜବେଷ୍ଟସ ଘର ଉପରେ ପଡ଼ିଥିଲା ।  ୪ଟା ୪୫ ମିନିଟ୍ ସମୟରେ ଘଟିଛି ଏହି ଘଟଣା ।

​​​​​​​

ସୂଚନା ଅନୁଯାୟୀ, କଟକ ମଣିସାହୁ ଛକ ନିକଟରେ ଏହି ଅଘଟଣ ଘଟିଛି। ଆଜବେଷ୍ଟସ ଘର ଉପରେ ଫ୍ଲାଟର ବାଲକୋନି ଭୁଶୁଡ଼ି ପଡ଼ିଛି।  ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଅବଦୁଲ ଜଲିଲ, ଅବଦୁଲ ଜାହିଦ ଓ ଅବଦୁଲ ମୁଜାହିଦ।  ଘଟଣାସ୍ଥଳରେ କଟକ ଅଗ୍ନିଶମ ବାହିନୀ ପହଞ୍ଚି  ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ତେବେ ବାଲକୋନି ଭାଙ୍ଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।