ବାଲିଯାତ୍ରା ୨୦୨୫
LIVE TV

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜୋରା ସିଦ୍ଧୁଙ୍କୁ ଗଳା କାଟି ହତ୍ୟା, ଦାୟିତ୍ୱ ନେଲା ରୋହିତ ଗୋଦାରା

NEWS7
will-the-captain-make-an-entry-in-the-bjp-by-finding-a-solution-to-the-agricultural-laws

ନୂଆଦିଲ୍ଲୀ ୧୪।୧୧; ପ୍ରଥମ ଥର ପାଇଁ, ବିଦେଶ ମାଟିରେ ଭାରତୀୟ ଗ୍ୟାଙ୍ଗଷ୍ଟରମାନଙ୍କ ମଧ୍ୟରେ ଗ୍ୟାଙ୍ଗୱାର ଦେଖିବାକୁ ମିଳିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଜୋରା ସିଦ୍ଧୁଙ୍କର ଦୁବାଇରେ ଗଳା କାଟି ନିର୍ମମ ଭାବରେ ହତ୍ୟା କରିଛି। ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ସୋସିଆଲ ମିଡିଆ ପୋଷ୍ଟରେ ହତ୍ୟା ପାଇଁ ନିଜେ ଦାୟିତ୍ଵ ଗ୍ରହଣ କରିଛି। ସୂତ୍ର ଅନୁସାରେ, ଜୋରା ସିଦ୍ଧୁ ଲରେନ୍ସଙ୍କ ନିକଟତର ଥିଲେ ଏବଂ ଦୁବାଇରୁ ଗ୍ୟାଙ୍ଗର ଆନ୍ତର୍ଜାତୀୟ କାର୍ଯ୍ୟ ପରିଚାଳନା କରୁଥିଲେ। ଗ୍ୟାଙ୍ଗଷ୍ଟର ରୋହିତ ଗୋଦାର ଦାବି କରିଛନ୍ତି ଯେ ଜୋରା ଜର୍ମାନୀରେ ତାଙ୍କ ଭାଇଙ୍କ ଉପରେ ଆକ୍ରମଣର ଷଡଯନ୍ତ୍ର ରଚିଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ରୋହିତ ଲେଖିଛନ୍ତି, "ସମସ୍ତ ଭାଇମାନଙ୍କୁ ରାମ ରାମ। ମୁଁ, ରୋହିତ ଗୋଦାରା, ଗୋଲ୍ଡୀ ବରାର, ବୀରେନ୍ଦ୍ର ଚରଣ, ମହେନ୍ଦ୍ର ସରନ ଡେଲାନା ଏବଂ ଭିକି ପେହେଲୱାନ, ଆଜି ଦୁବାଇରେ ଜୋରା ସିଦ୍ଧୁର ଗଳା କାଟି ହତ୍ୟା କରିଥିଲୁ। ସେ ଲରେନ୍ସଙ୍କ ହ୍ୟାଣ୍ଡଲର ଭାବରେ ନିଜକୁ ପରିଚୟ ଦେଇ ଆମ ଭାଇକୁ ହତ୍ୟା କରିବା ପାଇଁ ତାଙ୍କ ଲୋକଙ୍କୁ ଜର୍ମାନୀ ପଠାଇଥିଲେ। ସେ ଦୁବାଇରେ ବସି ଲରେନ୍ସଙ୍କ ନାମରେ କାନାଡା ଏବଂ ଆମେରିକାରେ ଧମକ ଦେଉଥିଲେ।

ସେ ଆହୁରି ଲେଖିଛନ୍ତି, 'ଯଦି କେହି ଏହି ବିଶ୍ୱାସଘାତକର ପ୍ରଭାବରେ ମୋତେ କି ମୋ ଭାଇମାନଙ୍କୁ ଦେଖିବାକୁ ସାହସ କରେ, ସେମାନଙ୍କ ଅବସ୍ଥା ଆହୁରି ଖରାପ କରିବୁ। ଲୋକମାନେ କୁହନ୍ତି ଯେ ଦୁବାଇ ସୁରକ୍ଷିତ, କିନ୍ତୁ ଆମ ସହ ଶତ୍ରୁ କଲେ କେହି କୌଣସି ସ୍ଥାନରେ ସୁରକ୍ଷିତ ରହିପାରିବ ନାହିଁ। ଯେକୌଣସି ଦେଶରେ ଲୁଚି ରୁହନ୍ତୁ, ଆପଣ ଆମ ପାଖରୁ ଖସିକି ଯାଇ ପାରିବେ ନାହିଁ। ସମୟ ଲାଗିପାରେ, କିନ୍ତୁ ଆମେ ଆପଣଙ୍କୁ ଛାଡିବୁ ନାହିଁ। ଆମେ ଏପରି ସ୍ଥାନରେ ପହଞ୍ଚିବୁ ଯେଉଁଠାରେ ପୋଲିସ ଆମ ପାଖରେ ପହଞ୍ଚି ପାରିବ ନାହିଁ। ଏହା ପ୍ରଥମ ଥର ନୁହେଁ ଲରେନ୍ସ ଓ ରୋହିତ ଗ୍ୟାଙ୍ଗ ୱାର ଆରମ୍ଭ ହୋଇଛି।