ଭଦ୍ରକ ସହରରେ ଦୋକାନ ବଜାର ବନ୍ଦ, ଏନ୍ଏଚ୍ ଅବରୋଧ କଲେ ନବ ନିର୍ମାଣ କୃଷକ ସଙ୍ଗଠନ

NEWS7
why-snakes-lives-in-sandalwood-tree

ଭଦ୍ରକ ୨୮।୧: ଭଦ୍ରକରେ ବନ୍ଦ ପାଳନ ଜୋରଦାରରେ ହେଉଛି । ୧୬ ନମ୍ୱର ଜାତୀୟ ରାଜପଥ ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ନବନିର୍ମାଣ କୃଷକ ସଂଗଠନର ଦାବି ଅନୁଯାୟୀ ଧାନର ଅଭାବୀ ବିକ୍ରି, ସ୍ମାର୍ଟ ମିଟର ନାମରେ ଶୋଷଣକୁ ବିରୋଧ କରିଛି । ଏସବୁକୁ ବିରୋଧ କରି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ଭଦ୍ରକରେ ଦେଖାଯାଇଛି ।

ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ଗେଲପୁର ଛକରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତା । ଫଳରେ ଜାତୀୟ ରାଜପଥର ଗାଡି ଚଳାଚଳ ବନ୍ଦ ରହିଛି । ସେହିପରି ଭଦ୍ରକ ସହରର ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟ ମାନେ ରାଜପଥ ଉପରେ ନାରାବାଜି କରିଛନ୍ତି । ସେହିପରି ଏହି ଓଡ଼ିଶା ବନ୍ଦ ଡାକରାକୁ ଓଡ଼ିଶା କୃଷକ ସଭା ସିପିଆଇଏମ ଦଳ ସହ ଜିଲ୍ଲା କଂଗ୍ରେସ ମଧ୍ୟ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହୋଇଛି ।

ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ଗାଡି ଅଟକି ରହିଛି ।