'ଏଇ ବୋଧେ ଶେଷ ଦେଖା'... ମଞ୍ଚକୁ ଚଢିଲେନି ସାଇ ଓ ପାୟଲ

NEWS7
why-is-a-wife-called-a-wife-is-there-any-logic-or-just-for-respect

ଭୁବନେଶ୍ୱର ୦୭।୦୨ : ନାଣ୍ଡୁ vs ସାଇ ସତ୍ୟଜିତ୍ । ଖଣ୍ଡଗିରି ଯାତ୍ରାରେ ଆଉ ଏକ ବିବାଦ ମୁଣ୍ଡ ଟେକିଛି । ଯାହାକୁ ନେଇ ଖଣ୍ଡଗିରି ମହାସମରରେ ଦେଖିବାକୁ ମିଳିଥିଲା କିଛି ଅଲଗା ଚିତ୍ର । ଖଣ୍ଡଗିରି ଥାନାରେ ବିବାଦର ସାମାଧାନ ଚାଲୁଥିବା ବେଳେ ଯାତ୍ରା ମଞ୍ଚକୁ ଚଢିଲେନି ସାଇ ଓ ପାୟଲ ।

ଏ ଖବର ବି ପଢନ୍ତୁ:-“ଟଙ୍କା ନେଇଛନ୍ତି ମାନେ ମୋ ପାର୍ଟିରେ ଯାତ୍ରା କରିବାକୁ ବାଧ୍ୟ...”, ସାଇଙ୍କୁ ଚେତାବନୀ ଦେଲେ ତୁଳସୀ ମାଲିକ

ସେପଟେ ଅଭିନେତା ସାଇ ଏବଂ ଯାତ୍ରା ପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ ବିବାଦ। ସାଇଙ୍କ ଅସୁସ୍ଥତା ଏବଂ ପରିବାର ଲୋକଙ୍କ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ । କହିଲେ, ଟଙ୍କା ନେଇଛନ୍ତି ମାନେ ମୋ ପାର୍ଟିରେ ଯାତ୍ରା କରିବାକୁ ଅଭିନେତା ସାଇ ବାଧ୍ୟ । ତାହା ନହେଲେ, ମୁଁ ତାଙ୍କ ବିରୋଧରେ କେସ୍ କରିବି । ବାକି ଟଙ୍କା ସହ କ୍ଷତିପୂରଣ ଦେବାକୁ ସେ ବାଧ୍ୟ ହେବେ । ମୋ ସହ ୫ବର୍ଷ ପାଇଁ ଏଗ୍ରିମେଣ୍ଟ କରି ବେଇମାନି କରିବାକୁ ଚେଷ୍ଟା କରୁଛି ସାଇ। ଅଧିକ ଟଙ୍କା ଲୋଭରେ ମୋ ନାଁରେ ମିଛ ଅଭିଯୋଗ କରି ଅନ୍ୟ ପାର୍ଟିକୁ ଯିବାକୁ ଚାହୁଁଛି । ଦେହ ଖରାପର ମିଛ ଡ୍ରାମା କରୁଛି। ମୋ ପାର୍ଟିର ଯାହା କ୍ଷତି ହେବ ସେଥି ପାଇଁ ସାଇ ଦାୟୀ ରହିବ ବୋଲି ନାଣ୍ଡୁ ବାବୁ କହିଛନ୍ତି।

 

ସେପଟେ ନିଜ ଜିଦରେ ଅଟଳ ରହି ଯାତ୍ରା ମଞ୍ଚକୁ ଚଢିଲେ ନାହିଁ ଅଭିନେତା ସାଇ ସତ୍ୟଜିତ । କେବଳ ସାଇ ନୁହଁ ସାଇଙ୍କ ସହ ଅଭିନେତ୍ରୀ ପାୟଲ ମଧ୍ୟ କଲେ ନାହିଁ ଅଭିନୟ । ଯାହାଯାତ୍ରା ପ୍ରେମୀଙ୍କୁ ନିରାଶ କରିଛି । ଟିକେଟ କାଟି ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରାପ୍ରେମୀ । ନାଣ୍ଡୁ ବାବୁଙ୍କ ସହ ବିବାଦ ତେଜିବା ପରେ ତୁଳସୀ ପାର୍ଟି ଯାତ୍ରା ମଞ୍ଚକୁ ଚଢିବେ ନାହିଁ ବୋଲି ସିଧା ସିଧା ମନା କରିଥିଲେ ସାଇ । ଚର୍ଚ୍ଚିତ ନାଟକ 'ଏଇ ବୋଧେ ଶେଷ ଦେଖା' ଖୁବ ଲୋକପ୍ରିୟତା ସାଉଁଟିଥିଲା ସାଇ ଓ ପାୟଲଙ୍କ ଜବରଦସ୍ତ ଅଭିନୟ । ହେଲେ ଏବେଠାରୁ ଆଉ ତୁଳସୀ ଯାତ୍ରା ପାର୍ଟିରେ ଅଭିନୟ କରିବେ ନାହିଁ ସେହି ଚର୍ଚ୍ଚିତ ଯୋଡ଼ି ।

ଏ ଖବର ବି ପଢନ୍ତୁ:- ମୋତେ ହାରାସ୍ କରାଯାଉଥିଲା, ବାବୁ ପର୍ସନାଲ୍ କିଛି ନକଲେ ବି ଲୋକ ଲଗାଇ କରାଉଥିଲେ...