LIVE TV
LIVE TV

‘ତାଙ୍କୁ ରୋକିବା କଷ୍ଟକର’: ବିରାଟ କୋହଲିଙ୍କୁ ନେଇ କାହିଁକି ଏମିତି କହିଲେ ମାର୍କୋ ଜନ୍‌ସେନ୍‌

NEWS7
why-bargarh-sp-get-angry-misbehaved-journalist

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ କୋହଲିଙ୍କ ଦମଦାର ଶତକ ବଳରେ ଭାରତ ବିଜୟୀ ହୋଇଛି । ବିରାଟ କୋହିଲଙ୍କ ବ୍ୟାଟିଂ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଏପରି କି ବିରୋଧୀ ଟିମ୍‌ର ଖେଳାଳି ମଧ୍ୟ ତାଙ୍କର ବ୍ୟାଟିଂର ପ୍ରଶଂସାରେ ଶତମୁଖ । ଦ.ଆଫ୍ରିକାର ଷ୍ଟାର ଅଲ୍‌ରାଉଣ୍ଡର ମାର୍କୋ ଜନ୍‌ସେନ୍ କହିଛନ୍ତି, ବିରାଟଙ୍କ ପରି ୱାର୍ଲଡ କ୍ଲାସ୍ ବ୍ୟାଟର ଥରେ ସେଟେଲ୍‌ ହେବା ପରେ ତାଙ୍କୁ ରୋକିବା ଅସମ୍ଭବ । ରାଞ୍ଚି ଦିନିକିଆରେ ବିରାଟ କୋହଲି ୧୩୫ ରନ୍ କରିଥିଲେ । ମ୍ୟାଚ୍‌କୁ ଟିମ୍ ଇଣ୍ଡିଆ ୧୭ରେ ଜିତି ସିରିଜରେ ୧-୦ରେ ଅଗ୍ରଣୀ ରହିଛି ।

ବିରାଟଙ୍କ ଇନିଂସ ଉପରେ ପ୍ରତିକ୍ରିୟା ଦେଇ ଜନ୍‌ସେନ୍ କହିଛନ୍ତି, ବ୍ୟାଟରଙ୍କ ଇନିଂସ ଆରମ୍ଭରେ ହିଁ ବୋଲରଙ୍କ ପାଖରେ ସାମାନ୍ୟ ସୁଯୋଗ ରହିଥାଏ । ସେ କହିଛନ୍ତି, 'ଯେତେବେଳେ ଆପଣ ଜଣେ ୱାର୍ଲ୍ଡ କ୍ଲାସ୍ ଖେଳାଳିଙ୍କୁ ବୋଲିଂ କରନ୍ତି, ସେତେବେଳେ ସେମାନଙ୍କୁ ଆଉଟ୍ କରିବା କଷ୍ଟକର ହୋଇଥାଏ । ମୁଁ ସବୁବେଳେ ଜଣେ ବ୍ୟାଟରଙ୍କୁ ତାଙ୍କର ପ୍ରଥମ ୧୦ କିମ୍ବା ୧୫ ବଲରେ ଆଉଟ୍ କରିବାକୁ ଚେଷ୍ଟା କରେ । କିନ୍ତୁ କୋହଲିଙ୍କ ପାଇଁ ସମୀକରଣ ଦ୍ରୁତ ଗତିରେ ପରିବର୍ତ୍ତନ ହୁଏ । ସେ କହିଛନ୍ତି, "ପଡ଼ିଆକୁ ଓହ୍ଲାଇବା ପରେ ସେ ନିଜ ଭୂମିକାକୁ ଆସିଯାଆନ୍ତି । ତାଙ୍କୁ ରୋକିବା କଷ୍ଟକର । ଏଠାରେ ସମସ୍ତେ ଜାଣନ୍ତି କିପରି ଖେଳିବେ - ତେଣୁ ଆପଣ ପ୍ଲାନ୍ ବି କିମ୍ବା ସି’କୁ ଯାଆନ୍ତି ।"

୨୦୧୭-୧୮ରେ ଭାରତର ଦ.ଆଫ୍ରିକା ଭ୍ରମଣ ବେଳେ ଜନ୍‌ସେନ ପ୍ରଥମ ଥର ପାଇଁ ବିରାଟଙ୍କୁ ନେଟ୍‌ରେ ବୋଲିଂ କରିଥିଲେ । ସେ କହିଛନ୍ତି, ସେ ଖେଳିବା ବେଳେ ତାଙ୍କୁ ଦେଖିବା ଭଲ ଲାଗେ । ଟିଭିରେ ତାଙ୍କ ଖେଳ ଦେଖି ବଡ଼ ହେବାଠାରୁ ତାଙ୍କୁ ବୋଲିଂ କରିବା...ଏହା କଷ୍ଟକର କିନ୍ତୁ ସମାନ ସମୟରେ ଏହା ମଜାଦାର ମଧ୍ୟ । ସେ ସୁନ୍ଦର ଡ୍ରାଇଭ୍ ଲଗାନ୍ତି, ପୁଲ୍, କଟ୍ ଖେଳନ୍ତି । ପ୍ୟାଡ୍ ପାଖରୁ ବି ଭଲ ଖେଳନ୍ତି । ବେଶି କିଛି ବଦଳିଥିବା ପରି ମୁଁ ଅନୁଭବ କରୁ ନାହିଁ । ସେ କେବଳ ଅଧିକରୁ ଅଧିକ ସମୟ ବ୍ୟାଟିଂ କରନ୍ତି ।