କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଅନୁଭବ? ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଝଡ

Published By : Prameya-News7 Bureau | April 24, 2024 IST

ଭୁବନେଶ୍ୱର ୨୪/୦୪: ଚର୍ଚ୍ଚା ଓ ଅନୁଭବ । ସର୍ବଦା ଖବର ସିରୋନାମାରେ । ସେ ବ୍ୟକ୍ତିଗତ ହେଉ ବା ରାଜନୀତି ଜୀବନୀ । କିଛିଦିନର ପରେ ପୁଣିଥରେ ସକ୍ରିୟ ହୋଇପଡିଛନ୍ତି ଅନୁଭବ । ଏଥର ଚର୍ଚ୍ଚା କିନ୍ତୁ ପୂରା ଭିନ୍ନ । ଆଉ ତାଙ୍କର ସେହି ଭିନ୍ନ ଧରଣର ପୋଷ୍ଟକୁ ସୋସିଆଲ ମିଡିଆରେ ସୃଷ୍ଟି ହୋଇଛି ଝଡ । 


ପ୍ରକୃତରେ କଣ କହିବାକୁ ଚାହୁଁଛନ୍ତି ଅନୁଭବ ତାହା ଜାଣିବାକୁ ଏବେ ସମସ୍ତ ବ୍ୟଗ୍ର । ଗତ କିଛିଦିନ ତଳେ ବିଜେଡି ଛାଡି ବିଜେପି ସାମିଲ ହୋଇଥିଲେ ଅନୁଭବ ମହାନ୍ତି । ଆଉ ବିଜେପିରେ ମିଶିବା ପରେ ସୋସିଆଲ ମିଡିଆରେ ଅନୁଭବ ସେୟାର କରିଛନ୍ତି ନିଜ ମନର କଥା । ତେବେ ମନର କଥା କଣ ତାକୁ ଜାଣିବାକୁ ଆଗ୍ରହୀ ସମସ୍ତେ । 


ପୋଷ୍ଟରେ ଅନୁଭବ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି । ତଥାପି ବିଜେଡି ସୁପ୍ରିମୋଙ୍କୁ ବି ଧନ୍ୟାବଦ ଦେଇଛନ୍ତି । କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ଓ ମୋଦୀଙ୍କ ନେତୃତ୍ୱରେ ଓଡିଶାରେ ସରକାର ଗଢିବ ବିଜେପି । ଏବେ ପ୍ରଶ୍ନ ବିଜେପିରେ ଯୋଗଦେବା ପରେ ନବୀନଙ୍କ ଆଶୀର୍ବାଦ କଥା କାହିଁକି ଲେଖିଲେ ଅନୁଭବ? କଣ ଚାହୁଁଛନ୍ତି ଅନୁଭବ ? କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ? 

ଏହାର ଠିକ୍ କିଛି ସମୟ ପରେ ପୁଣିଥରେ ଗୋଟି ଏ ପୋଷ୍ଟ କରିଛନ୍ତି ଅନୁଭବ । ପୁଣି ଲେଖିଛନ୍ତି ସେ ହିଁ ଆରମ୍ଭ । ସେ ହିଁ ଅନ୍ତ । ଜୟ ଜଗନ୍ନାଥ । ଏହାର ପ୍ରକୃତ ଅର୍ଥ କଣ । 


କଣ ବର୍ଷା ବିଜେଡି ସାମିଲେ ହେଲେ ବୋଲି ଅନୁଭବ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଲେ । ଏହାକୁ ନେଇ ବଢିବାରେ ଲାଗିଛି ଦ୍ୱନ୍ଦ୍ୱ । ସୂଚନା ଥାଉକି ଗତ ମାସରେ ବିଜେଡି ଛାଡି ବିଜେପିରେ ମିଶିଥିଲେ ଅନୁଭବ । ସେହିଭଳି ଏଇ ନିକଟ ଅତୀତରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡିରେ ସାମିଲ ହୋଇଥିଲେ । ଏମିତିକି ବଡଚଣାରୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା ହୋଇଥିଲା ନାଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.