LIVE TV

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଚନ୍ଦନପୁର ଥାନା ପୋଲିସ

NEWS7
who-will-obey-the-rules-neither-the-state-government-nor-the-higher-education-department

ପୁରୀ ୨୫୧୦: ପୁରୀ ଚନ୍ଦନପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦନପୁର ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଗେଡୁ ଓରଫ ଆଲୋକ ଭୋଇ ଏବଂ ମୁନା ଓରଫ ପବିତ୍ର ଭୋଇ । ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ଅଭିଯୁକ୍ତ ନାବାଳିକାଙ୍କ ସମ୍ପର୍କୀୟ ଦାଦା ଓ ଭାଇ ବୋଲି ପୋଲିସ ସୂଚନା ଦେଇଛି ।

ତେବେ ପୁରୀ ସଦର ଏସଡିପିଓ ରବିନାରାୟଣ ଭଞ୍ଜଙ୍କ ସୂଚନା ଅନୁଯାୟୀ, ଗତ ୨୨ ତାରିଖ ଦିନ ବିଳମ୍ବିତ ରାତିରେ ନାବାଳିକାକୁ ଅଭିଯୁକ୍ତ ସମ୍ପର୍କୀୟ ଦାଦା ଓ ଭାଇ ଗଣଦୁଷ୍କର୍ମ କରିଥିଲେ । ଏନେଇ ଗତ ୨୪ ତାରିଖ ଦିନ ଚନ୍ଦନପୁର ଥାନାରେ ପୀଡିତା ନାବାଳିକା ଓ ତାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

୨୨ ତାରିଖରେ କାଳୀ ପୂଜା ଭସାଣ ଉତ୍ସବ ଥିବାବେଳେ ନାବାଳିକା ଜଣକ ଘରେ ସାନ ଭଉଣୀ ସହିତ ରହିଥିଲେ । ତାଙ୍କ ପରିବାର ସଦସ୍ୟ ଭସାଣ ଉତ୍ସବ ଦେଖିବା ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ମାନେ ଏହାର ସୁଯୋଗ ନେଇ ନାବାଳିକାଙ୍କ ଘରେ ପଶି ଗଣଦୁଷ୍କର୍ମ କରିଥିଲେ । ଘଟଣାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ କରିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନାଁରେ ପୋଲିସ ପୋକ୍ସୋ ଆକ୍ଟ ସହ ଅନ୍ୟାନ୍ୟ ଦଫା ଲଗାଇ କୋର୍ଟ ଚାଲାଣ କରିଛି ବୋଲି ସଦର ଏସ୍‌ଡିପିଓ ରବିନାରାୟଣ ଭଞ୍ଜ ସୂଚନା ଦେଇଛନ୍ତି ।