ମଧ୍ୟପ୍ରଦେଶରରେ ମର୍ମନ୍ତୁଦ ଦୁର୍ଘଟଣା, କାର-ଟ୍ରକ ମୁହାଁମୁହିଁ ଧକ୍କାରେ ୫ମୃତ, ୨ ଆହତ ହସ୍ପିଟାଲରେ ଭର୍ତ୍ତି

NEWS7
who-to-play-against-england-vijay-shankar-or-rishav-panth

ନୂଆଦିଲ୍ଲୀ ୦୬।୧୨; ମଧ୍ୟପ୍ରଦେଶର ଛତରପୁରରେ ମର୍ମନ୍ତୁଦ ଦୁର୍ଘଟଣା । ଭୟଙ୍କର ସଡ଼କ ଦୁର୍ଘଟଣାରେ ଟ୍ରକ୍ ଏବଂ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲା। ମୃତକମାନଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା।

ଛତରପୁର ଜିଲ୍ଲାର ଗୁଲଗଞ୍ଜ ଥାନା ଅଞ୍ଚଳର ବିଲୱାର ଗାଁ’ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଟ୍ରକ୍ ଏବଂ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିଲା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପୋଲିସ ଗାଡ଼ିରେ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ଅତିରିକ୍ତ ପୋଲିସ ଅଧିକ୍ଷକ ଆଦିତ୍ୟ ପାଟଲେ କହିଛନ୍ତି ଯେ କାରଟି ଦ୍ରୁତ ଗତିରେ ଆସୁଥିବା ବେଳେ ଟ୍ରକ ସହ ଧକ୍କା ହୋଇଥିଲା । ଏହି ଧକ୍କାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ଗୋଟିଏ ପରିବାରର ଥିଲେ, ସେମାନେ ଏକ ବିବାହ ଉତ୍ସବରୁ ଫେରୁଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।