ଖାମେନିଙ୍କ ମୃତ୍ୟୁ ପରେ ଆମେରିକାରେ ବିକ୍ଷୋଭ, ଗଭୀର ଶୋକ ପ୍ରକାଶ କଲା କାଶ୍ମୀରର ସିଆ ସଂଗଠନ

NEWS7
who-report-one-stillbirth-in-every-16-seconds

ନୂଆଦିଲ୍ଲୀ: ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ। ଇସ୍ରାଏଲୀ ଆକ୍ରମଣରେ ତାଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ହୋଇଛି। କାଶ୍ମିରରୁ ହ୍ୱାଇଟ୍ ହାଉସ୍। ଖାମେନିଙ୍କ ମୃତ୍ୟୁକୁ ନେଇ ଆମେରିକାକୁ ବିରୋଧ। ମୃତ୍ୟୁରେ ଶୋକ ପ୍ରକାଶ କରି ବିବୃତ୍ତି ଜାରି କରିଛି ଭାରତର ଜମ୍ମୁ ଏବଂ କାଶ୍ମୀରର ସିଆ ସଂଘ । Xରେ ଏକ ବିବୃତ୍ତିରେ J&K ସିଆ ସଂଗ ଲେଖିଛନ୍ତି "ଆମେ ଇମାମ ଖାମେନିଙ୍କ ପରିବାର ସଦସ୍ୟଙ୍କ ସହିଦରେ ଶୋକ ପ୍ରକାଶ କରୁଛୁ। ଆମର ପ୍ରାର୍ଥନା ସୁପ୍ରିମ ଲିଡର ଏବଂ ଇରାନର ଲୋକଙ୍କ ସହିତ ଅଛି। ଖାମେନି ଏବଂ ତାଙ୍କ ପରିବାରଙ୍କ ମୃତ୍ୟୁ ପରେ ଭାରତର ଧାର୍ମିକ ଗୋଷ୍ଠୀଗୁଡ଼ିକ ପକ୍ଷରୁ ଏହା ପ୍ରଥମ ପ୍ରତିକ୍ରିୟା ଆସିଛି। ସେହିପରି ଲକ୍ଷ୍ନୌରେ ମଧ୍ୟରେ ସିଆ ସଂଘ ପକ୍ଷରୁ ଶୋକ ପ୍ରକାଶ କରିଛି।

ତେହେରାନରେ ଆମେରିକା ଏବଂ ଇସ୍ରାଏଲର ବିମାନ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରସାରିତ ହେବା ମାତ୍ରେ ଯୁଦ୍ଧ ବିରୋଧୀ ପ୍ରଦର୍ଶନକାରୀମାନେ ହ୍ୱାଇଟ୍ ହାଉସ୍ ବାହାରେ ଏବଂ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସେମାନଙ୍କ ଅଭିଯୋଗ ଅନୁସାରେ "ଏହା କଂଗ୍ରେସ ଦ୍ୱାରା ଅନୁମୋଦିତ ହୋଇନଥିଲା, ତେଣୁ ଟ୍ରମ୍ପ ଯାହା କରୁଛନ୍ତି ତାହା ତାଙ୍କ ନିଜସ୍ୱ ଇଚ୍ଛାରେ, ଏହା ଦେଶକୁ ଏକ ଫାସିଷ୍ଟ ରାଷ୍ଟ୍ରରେ ପରିଣତ କରୁଛି। ଟ୍ରମ୍ପ ଅପେକ୍ଷା କରିପାରିଲେ ନାହିଁ। ସେ ଏତେ ଅଧୈର୍ଯ୍ୟ। କଂଗ୍ରେସର ଅନୁମତି ବିନା କୌଣସି ରାଷ୍ଟ୍ରପତି ଅନ୍ୟ ଦେଶ ଉପରେ ଆକ୍ରମଣ କରିପାରିବେ ନାହିଁ। ଅପହରଣ କରିପାରିବେ ନାହିଁ କିମ୍ବା ବୋମା ପକାଇପାରିବେ ନାହିଁ।

ଟ୍ରମ୍ପଙ୍କ ଘୋଷଣା ପରେ ଇରାନୀ ଗଣମାଧ୍ୟମ ନିଶ୍ଚିତ କରିଛି ଯେ ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କୁ ହତ୍ୟା କରାଯାଇଛି। IRGC କହିଛି "ଆମେ ମହାନ ନେତାଙ୍କୁ ହରାଇଲୁ।" ଏଥିରେ କୁହାଯାଇଛି ଯେ ତାଙ୍କୁ "ସବୁଠାରୁ ନୃଶଂସ ଆତଙ୍କବାଦୀ ଏବଂ ମାନବତାର ଜଲ୍ଲାଦକାରୀ" ଦ୍ୱାରା ହତ୍ୟା କରାଯାଇଛି। ଆମେରିକା ଏବଂ ଯିୟୋନିଷ୍ଟ ଶାସନର ଦୁଷ୍ଟ ସରକାରଗୁଡ଼ିକର ଅପରାଧୀ ଏବଂ ଆତଙ୍କବାଦୀ କାର୍ଯ୍ୟ ସ୍ପଷ୍ଟ ଧାର୍ମିକ, ନୈତିକ, ଆଇନଗତ ଏବଂ ପାରମ୍ପରିକ ମାନଦଣ୍ଡର ଉଲ୍ଲଂଘନ। ଇମାମଙ୍କ ହତ୍ୟାକାରୀଙ୍କ କଠୋର, ନିର୍ଣ୍ଣାୟକ ଦଣ୍ଡ ଦିଆଯିବ।