ଅମିତାଭଙ୍କ ‘ଗୋଲ୍ଡେନ୍ ଟଏଲେଟ୍’ର ଝଲକ ଦେଖାଇଲେ ବିଜୟ ବର୍ମା, ଫଟୋ ଦେଖି ଫ୍ୟାନ୍ସ ତାଜୁବ

NEWS7
who-is-selfi-man-with-arjyan

ନୂଆଦିଲ୍ଲୀ ୨୧।୦୧; ବର୍ତ୍ତମାନ ସୋସିଆଲ ମିଡିଆରେ ୨୦୧୬ ବର୍ଷର ଏକ ଟ୍ରେଣ୍ଡ ଜୋର ଧରିଛି । ଏଥିରେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ସାମିଲ ଅଛନ୍ତି। ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର ୨୦୧୬ର ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହାରି ମଧ୍ୟରେ ଅଭିନେତା ବିଜୟ ବର୍ମା ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇଥିଲେ । ତାଙ୍କର ଏକ ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଯାହା ଇଣ୍ଟରନେଟରେ ଏବେ ହଇଚଇ ସୃଷ୍ଟି କରିଛି।

ନିକଟରେ ବିଜୟ ବର୍ମା ୨୦୧୬ର କିଛି ପୁରୁଣା ଫଟୋ ସେୟାର କରିଛନ୍ତି। ଏହି ଟ୍ରେଣ୍ଡକୁ ଫଲୋ କରି, ବିଜୟ ପ୍ରଶଂସକମାନଙ୍କୁ ଏକ ପୁରୁଣା ଫଟୋର ଝଲକ ଦେଖାଇଛନ୍ତି। ଗୋଟିଏ ଫଟୋରେ, ବିଜୟ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଘରର 'ଗୋଲ୍ଡେନ୍ ଟଏଲେଟ୍'ରେ ନଜର ଆସିଛନ୍ତି। ଏହି 'ଗୋଲ୍ଡେନ୍ ଟଏଲେଟ୍' ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଫଟୋରେ, ବିଜୟ ଅମିତାଭଙ୍କ ବାଥରୁମରେ ଛିଡା ହୋଇ ସେଲ୍ଫି ନେଉ ଦେଖିବାକୁ ମିଳିଛି। ଏବେ ଏହି ଫଟୋ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।

 
 
 
 
 
 
 
 
 
 
 
 
 
 
 

A post shared by Vijay Varma (@itsvijayvarma)

ବିଜୟ ବର୍ମା ନିଜର ଆହୁରି ଅନେକ ଫଟୋ ମଧ୍ୟ ସେୟାର କରିକ୍ୟାପସନରେ ଲେଖିଛନ୍ତି, "୨୦୧୬ ମୋ ପାଇଁ ବହୁତ ସ୍ୱତନ୍ତ୍ର ଥିଲା। ମୋତେ 'ପିଙ୍କ୍' ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ସୁଜିତ ସରକାରଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା।" ମୁଁ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଭେଟିଥିଲି। କେବଳ ସେତିକି ନୁହେଁ, ମୁଁ ଅମିତାଭ ବଚ୍ଚନଙ୍କ ଘରେ ଥିବା 'ଗୋଲ୍ଡେନ୍ ଟଏଲେଟ୍' ସହିତ ଏକ ସେଲଫି ନେବାର ସୁଯୋଗ ମଧ୍ୟ ପାଇଲି। ଏହା ସହ ମୁଁ ହିରୋ ଇରଫାନ ଖାନଙ୍କୁ ମଧ୍ୟ ଭେଟିଥିଲି।

ବିଜୟଙ୍କ ଏହି ଫଟୋ ଦେଖିବା ମାତ୍ରେ ପ୍ରଶଂସକମାନେ ଏଥିରେ କମେଣ୍ଟ ଦେବାରେ ଥକି ନଥିଲେ । କିଛି ଲୋକ ମନ୍ତବ୍ୟରେ ଅମିତାଭ ବଚ୍ଚନଙ୍କ 'ଗୋଲ୍ଡେନ୍ ଟଏଲେଟ୍'କୁ ପ୍ରଶଂସା କରୁଛନ୍ତି, ଅନ୍ୟମାନେ ଏହାକୁ ଅତ୍ୟନ୍ତ ବିଳାସପୂର୍ଣ୍ଣ ବୋଲି କହୁଛନ୍ତି। ଆଉ କିଏ ଏହାକୁ ଅଲଟ୍ରା ଲଗଜୁରୀ ବୋଲି କହୁଛି ।