LIVE TV

ନୂଆପଡ଼ା ପରାଜୟ ପୋଷ୍ଟମଟମ: ଜିଲ୍ଲା ସଭାପତିଙ୍କୁ ନିର୍ଦ୍ଦେଶ, ଶୀଘ୍ର ଜିଲ୍ଲା କମିଟି ଗଢ଼

NEWS7
who-is-6-year-old-viral-video-girl-mahira-irfan-modi-sahab-read-more-updates

ନୂଆପଡ଼ା ୨୧/୧୧: ନୂଆପଡ଼ା ପରାଜୟକୁ ନେଇ ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ବଡ଼ ବୟାନ । ସେ କହିଛନ୍ତି ପ୍ରାର୍ଥୀ ଚୟନ ଭୁଲ ରହିଲା, ରାଜୁ ଢୋଲକିଆଙ୍କ ସହାନୁଭୂତି ବିଜେପିକୁ ଗଲା । କଂଗ୍ରେସ ଦଳ ବହୁ ଆଗରୁ ଘାସିରାମଙ୍କୁ ପ୍ରାର୍ଥୀ କଲା, ହେଲେ ଆମର ଡେରି ହେଲା। ସେଥିପାଇଁ ବିଜେଡି ଉପରେ ଢୋଲକିଆ ପରିବାରକୁ ବିଶ୍ବାସ ଆସିଲାନି। ତେଣୁ ଜୟ ଢୋଲକିଆ ବିଜେପି ପଳାଇଲେ ବୋଲି କହିଛନ୍ତି ଭୂପିନ୍ଦର ସିଂ। ଯେଉଁ ୮୦ ନେତାଙ୍କୁ ଦାୟିତ୍ବ ଦେଇଥିଲା ବିଜେଡି ସେଥିରେ ମୋ ନାଁ ନଥିଲା ବୋଲି କହିଛନ୍ତି ଭୂପିନ୍ଦର ।

ନୂଆପଡ଼ାରେ ପ୍ରଚାର ହୋଇଗଲା ଯେ ବିଜେଡି ଚାହୁଁଛି ଯେ ବିଜେପି ଜିତୁ, କାହିଁକି ନୂଆପଡ଼ାରେ ଏ ପ୍ରଚାର ହେଲା ମୁଁ ଜାଣିନାହିଁ ବୋଲି ଭୂପିନ୍ଦର କହିଛନ୍ତି। ଏଥିସହ ନବୀନ ବାବୁଙ୍କୁ ଏ ଅବସ୍ଥାରେ କାହିଁକି ନୂଆପଡ଼ା ନିଆଗଲା, ଏହା ତାଙ୍କ ପ୍ରତି ଅପମାନ, ନବୀନ ବାବୁଙ୍କୁ ନେବାର ଆବଶ୍ୟକତା ନଥିଲା ବୋଲି ସେ କହିଛନ୍ତି । ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ଶୋଚନୀୟ ପରାଜୟ ପରେ ବିଜେଡିକୁ ଘାରିଛି ସଂଗଠନ ଚିନ୍ତା ।

୩୩ଟି ଯାକ ସାଂଗଠନିକ ଜିଲ୍ଲା ସଂଗଠନ ସଜାଡ଼ିବାକୁ ଆରମ୍ଭ ହୋଇଛି ଅଭିଯାନ । ସବୁ ଜିଲ୍ଲା ସଭାପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଶୀଘ୍ର ଜିଲ୍ଲା କମିଟି ଗଢ଼ । ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ କର । ଆଗକୁ ଦଳର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୁଅ । ରାଜ୍ୟ ନେତୃତ୍ୱ ଜିଲ୍ଲା ସଭାପତିମାନଙ୍କୁ ଜିଲ୍ଲା ସଂଗଠନ ସକ୍ରିୟ ପାଇଁ ତାଗିଦ୍ କରିଥିବାବେଳେ ଅନେକ ରାଜ୍ୟ ନେତୃତ୍ୱଙ୍କ ନିଷ୍ପତ୍ତି ଆଡ଼କୁ ଆଙ୍ଗୁଠି ଉଠାଇଛନ୍ତି ।

ସୂତ୍ର ଅନୁସାରେ ଏହି ବୈଠକରେ ପ୍ରତ୍ୟକ୍ଷ ଭାବେ ଓ ଭର୍ଚୁଆଲରେ ଯୋଡ଼ି ହୋଇଥିବା ଅନେକ ନେତା ନୂଆପଡ଼ା ନିର୍ବାଚନ ରଣନୀତିକୁ ନେଇ ଅସନ୍ତୋଷ ଝାଡ଼ିଥିଲେ । ପ୍ରାର୍ଥୀ ଘୋଷଣା ପୂର୍ବରୁ ଜୟ ଢୋଲକିଆ ବିଜେପିକୁ ପଳାଇବା ଓ ପରେ ଜିଲ୍ଲା ବାହାରୁ ପ୍ରାର୍ଥୀ ଚୟନ ନିଷ୍ପତ୍ତିକୁ ଅନେକ ନାପସନ୍ଦ କରିଥିଲେ । ଦୁର୍ବଳ ପ୍ରଦର୍ଶନର କାରଣ ବାହାର ପ୍ରାର୍ଥୀ ବୋଲି ଅନେକ ନେତା ମତ ରଖିଥିଲେ ।