LIVE TV

ଭାରତ ବିରୋଧରେ ବଡ ଷଡଯନ୍ତ୍ର, ବାଂଲାଦେଶରେ ପହଁଚିଲା ପାକ୍ ଯୁଦ୍ଧ ଜାହାଜ

NEWS7
white-royal-bengal-tiger-ill-in-nandankanan

କୋଲକାତା, ୦୯|୧୧  :  ଗତ କିଛି ଦିନ ଧରି ପାକିସ୍ତାନ ଏବଂ ବାଂଲାଦେଶ ସମ୍ପର୍କରେ ସୁଧାର ଆସିବାରେ ଲାଗିଛି । ପାକିସ୍ତାନର ଅଧିକାରୀମାନେ ଲଗାତର ଭାବେ ବାଂଲାଦେଶ ଗସ୍ତ କରୁଛନ୍ତି । ଏବେ ପାକ୍ ନୌସେନାର ଏକ ଯୁଦ୍ଧ ଜାହାଜ ଚିଟାଗଙ୍ଗ ବନ୍ଦରରେ ପହଁଚିଛି । ଏନେଇ ବାଂଲାଦେଶ ନୌସେନା ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି ।

ବାଂଲା ନୌସେନା କହିଛି ଯେ, ପାକିସ୍ତାନର ଯୁଦ୍ଧ ଜାହାଜ ପିଏନଏଫ ସେଫ୍ ସଦଭାବନା ଯାତ୍ରା ପାଇଁ ଚିଟାଗଙ୍ଗ ବନ୍ଦରରେ ପହଁଚିଛି। ଏହି ସମୟରେ ବାଂଲାଦେଶ ପକ୍ଷରୁ ପାକ୍ ଜାହାଜକୁ ସ୍ବାଗତ କରାଯାଇଛି । ଉଭୟ ଦେଶ ମଧ୍ୟରେ କିଛି ଯୁଦ୍ଧାଭ୍ୟାସ ହୋଇପାରେ ବୋଲି କୁହାଯାଉଛି ।

ଏହି ଜାହାଜଟି କ୍ୟାପ୍ଟେନ୍ ଅବ୍ବାସ ରାଜାଙ୍କ ନେତୃତ୍ୱରେ ପାକିସ୍ତାନରୁ ଯାତ୍ରା ଆରମ୍ଭ କରିଥିଲା । ଏହାକୁ ଜୁଲଫିକର ଶ୍ରେଣୀରେ ନିର୍ମାଣ କରାଯାଇଥିଲା । ତେବେ ଦୁଇପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ପାକିସ୍ତାନ ସରକାର ଏପରି ଗୋଟି ଚାଳନା କରୁଥିବା ଅନୁମାନ କରାଯାଉଛି । କାରଣ ଯୁଦ୍ଧ ଜାହାଜ ପହଁଚିବା ପୂର୍ବରୁ ପାକ୍ ନୌସେନା ମୁଖ୍ୟ ନବୀନ ଅଶରଫ ବାଂଲାଦେଶରେ ପହଁଚିଥିଲେ ।

ସୂଚନାଯୋଗ୍ୟ, ୧୯୭୧ ପରେ ଏହା ପ୍ରଥମ ଘଟଣା । ପୂର୍ବରୁ କୌଣସି ପାକ୍ ଜାହାଜ ବାଂଲାଦେଶ ଗସ୍ତ କରିନଥିଲା । ଭାରତ ବିରୋଧରେ ଫେଲ ହେବା ପରେ ବାଂଲାଦେଶ ଜରିଆରେ ଷ଼ଡଯନ୍ତ୍ର କରିବାକୁ ପାକିସ୍ତାନ ଉଦ୍ଦେଶ୍ୟ କରୁଛି । କିଛି ମାସ ତଳେ ପାକ୍ ସେନାର କିଛି ଅଧିକାରୀ ବାଂଲାଦେଶ ଗସ୍ତ କରିଥିଲେ । ସେମାନେ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ସାକ୍ଷାତ କରି ଅନେକ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ ।