ଭାରତ-ନ୍ୟୁଜିଲାଣ୍ଡ FTA: ଏକ ବୁଝାମଣା ନା ନୂଆ ଆର୍ଥିକ ରଣନୀତି ? ୨୦୩୦ ସୁଦ୍ଧା ଦ୍ୱିଗୁଣିତ ହୋଇପାରିବ କାରବାର

NEWS7
when-salman-khan-was-in-jail-we-felt-guilty-even-while-drinking-water-dad-salim-khan-reflects

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ମୁକ୍ତ ବାଣିଜ୍ୟ ବୁଝାମଣା ନୂଆ ଦିଗକୁ ଖୋଲିଛି । ଏହା ବୁଝାମଣା କେବଳ ଏକ ସାମାନ୍ୟ ବାଣିଜ୍ୟିକ ଚୁକ୍ତି ନୁହେଁ, ବରଂ ଏହା ଦୁଇ ଦେଶ ମଧ୍ୟରେ ଗଭୀର ଆର୍ଥିକ ସହଯୋଗର ମୂଳଦୁଆ ଅଟେ । ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ ନିଜ ରିପୋର୍ଟରେ ଏହି ଚୁକ୍ତିକୁ ବାଣିଜ୍ୟିକ ସଫଳତା ଠାରୁ ଅଧିକ ରଣନୀତିକ ଢାଞ୍ଚା ଭାବେ ବିବେଚନା କରିଛି । ଥିଙ୍କ ଟ୍ୟାଙ୍କ୍ ସଂସ୍ଥାର କହିବା କଥା, ଦୁଇ ଦେଶ ଶୁଳ୍କଠାରୁ ଉପରେ ତ୍ରୁଣମୂଳ ସ୍ତରରେ ନିଜ ଆର୍ଥିକ ସମ୍ପର୍କକୁ କିପରି ମଜଭୁତ କରିବେ ତାହା ଉପରେ ଏହି ବୁଝାମଣାର ପ୍ରକୃତ ପ୍ରଭାବ ନିର୍ଭର କରିବ ।

ଜିଟିଆରଆଇ ଅନୁସାରେ, ଆର୍ଥିକ ବର୍ଷ ୨୦୨୫ରେ ୨.୧ ବିଲିୟନ ଆମେରିକୀୟ ଡଲାରର ସୀମିତ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦେଖି, ଏହି ଏଫଟିଏ ଭଲ୍ୟୁମ୍ ଠାରୁ ଅଧିକ ରଣନୀତି ଉପରେ କେନ୍ଦ୍ରିତ । ରିପୋର୍ଟରେ ସ୍ପଷ୍ଟ କରାଯାଇଛି, ସୀମିତ ବାଣିଜ୍ୟିକ ମାନଦଣ୍ଡକୁ ଦେଖି, ଭାରତ-ନ୍ୟୁଜିଲାଣ୍ଡ ଏଫଟିଏ ଏକ ବଡ଼ ବାଣିଜ୍ୟିକ ଚୁକ୍ତି ତୁଳନାରେ ଗଭୀର ସହଯୋଗର ରୂପରେଖ ଅଧିକ ରହିଛି । ବିଶେଷଜ୍ଞଙ୍କ ମତରେ କେବଳ ଏଫଟିଏ ଉପରେ ଦସ୍ତଖତ କରିବା ଦ୍ୱାରା ଆର୍ଥିକ ସମ୍ପର୍କର ପୂରା କ୍ଷମତାକୁ ଅନ୍‌ଲକ୍ ହେବ ନାହିଁ । ଏଥିପାଇଁ ଯୋଗାଣ ଶୃଙ୍ଖଳାର ନିର୍ମାଣ, ସେବା କ୍ଷେତ୍ରର ବିସ୍ତାର ଓ ଶିକ୍ଷା ଏବଂ ଦକ୍ଷତା ସହଭାଗିତାକୁ ଗଭୀର କରିବାକୁ ହେବ ।

ଏହି ବୁଝାମଣାରେ ପିପୁଲ-ଟୁ-ପିପୁଲ କନେକ୍ଟ ଏକ ଗେମ୍ ଚେଞ୍ଜର ହୋଇପାରେ । ନ୍ୟୁଜିଲାଣ୍ଡରେ ୩,୦୦,୦୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ ବାସ କରୁଛନ୍ତି । ଏହା ଦେଶ ଜନସଂଖ୍ୟାର ପ୍ରାୟ ୫ ପ୍ରତିଶତ ଅଟେ । ଜିଟିଆରଆଇ ମତରେ ଭାରତୀୟ ବଂଶୋଦ୍ଭବ ବାଣିଜ୍ୟ ଓ ନିବେଶ ପାଇଁ ଏକ ମଜଭୁତ ସେତୁ ରୂପେ କାମ କରିବେ ।

ଭବିଷ୍ୟତକୁ ଦୃଷ୍ଟି ରଖି GTRIର ପରାମର୍ଶ, ଉଭୟ ଦେଶ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିବା ଉଚିତ । FTAକୁ ଏକ ସ୍ଥିର ପ୍ଲାଟଫର୍ମ ଭାବରେ ବ୍ୟବହାର କରାଯିବା ଦରକାର । ଏହା ବଛାବଛା ଉତ୍ପାଦ ଉପରେ ଶୁଳ୍କ ରିହାତି, ବ୍ୟବସାୟିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ କୃଷି, ବନୀକରଣ, ଫିନଟେକ୍ ଏବଂ ଶିକ୍ଷା ଭଳି କ୍ଷେତ୍ରରେ ସହଯୋଗ ମାଧ୍ୟମରେ ହାସଲ କରାଯାଇପାରିବ ।

ଭାରତ-ନ୍ୟୁଜିଲ୍ୟାଣ୍ଡ ବ୍ୟବସାୟ ପରିଷଦ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ବ୍ୟତୀତ, ସିଧାସଳଖ ବିମାନ ଚଳାଚଳ ଏବଂ ବୃତ୍ତିଗତ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ଆହୁରି ଗତିବିଧିକୁ ସହଜ କରିବ ।

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଡିସେମ୍ବର ୨୨, ୨୦୨୫ରେ ଏହି ଆଲୋଚନାକୁ ସଫଳତାର ସହ ସମାପ୍ତ କରିଥିଲେ ଏବଂ ୨୦୨୬ ପ୍ରାରମ୍ଭରେ ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି । ଏହା ୨୦୨୦ ପରଠାରୁ ଭାରତର ସପ୍ତମ ବାଣିଜ୍ୟ ଚୁକ୍ତି ।

ଶୁଳ୍କ ହ୍ରାସ: ନ୍ୟୁଜିଲ୍ୟାଣ୍ଡ ୧୦୦% ଟାରିଫ ଲାଇନ ଉପରେ ଶୁଳ୍କ ଉଚ୍ଛେଦ କରିବ, ଅନ୍ୟପଟେ ଭାରତ ସମ୍ବେଦନଶୀଳ କୃଷି ଉତ୍ପାଦ (ଯେପରିକି କ୍ଷୀର) ପାଇଁ ସୁରକ୍ଷା ବ୍ୟବସ୍ଥା ବଜାୟ ରଖି ୭୦% ଟାରିଫ ଲାଇନ୍ ଖୋଲିଛି ।

ବାଣିଜ୍ୟିକ ପରିସଂଖ୍ୟାନ: ଆର୍ଥିକ ବର୍ଷ ୨୦୨୫ରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୭୧୧.୧ ନିୟୁତ ଡଲାର ମୂଲ୍ୟର ସାମଗ୍ରୀ (ବିମାନ ଇନ୍ଧନ, ବୟନଶିଳ୍ପ, ଔଷଧ) ରପ୍ତାନି କରିଥିଲା । ଅନ୍ୟପଟେ ଆମଦାନୀ ୫୮୭.୧ ନିୟୁତ ଡଲାର (କଞ୍ଚାମାଲ, ସ୍କ୍ରାପ୍ ଧାତୁ, କୋଇଲା) ଥିଲା।

ବ୍ୟାପକ ପରିସର: ଏଫଟିଏ ୨୦ଟି ଦିଗକୁ କଭର କରିବ । ଯେଉଁଥିରେ ନିବେଶ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ବୌଦ୍ଧିକ ସମ୍ପତ୍ତି ଅଧିକାର, ସ୍ଥାୟୀତ୍ୱ ଏବଂ ପାରମ୍ପରିକ ଜ୍ଞାନ ସାମିଲ ରହିଛି ।