LIVE TV

ରାସ୍ତାରେ ଯାଉଥିବା ବେଳେ ହଠାତ ଜଳିଗଲା ଗଲା ଯାତ୍ରୀବାହୀ ବସ୍‌: ୨୦ ଜଣଙ୍କ ମୃତ୍ୟୁ, ୧୬ ଗୁରୁତର

NEWS7
when-anupam-kher-jumped-barricades-to-hug-michael-jackson

ଯୋଧପୁର: ରାଜସ୍ଥାନ ଯୋଧପୁରରେ ଭୟଙ୍କର ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍‌ରେ ହଠାତ୍ ନିଆଁ ଲାଗିଯିବାରୁ ଏଥିରେ ୨୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି।  ନିଆଁରେ ପୋଡ଼ି ହୋଇ ୧୬ ଗୁରତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପୋଖରାନ ବିଜେପି ବିଧାୟକ ଘଟଣାକୁ ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ଏକ ଘରୋଇ ବସ୍‌ ରାଜସ୍ଥାନ ଜୟସଲମେରରୁ ଯୋଧପୁର ଅଭିମୁଖେ ଯାଉଥିବା ବେଳେ ହଠାତ ଜଳିଯାଇଥିଲା।

ପୁଲିସର ସୂଚନା ଅନୁସାରେ, ବସ୍ ଟି ୫୭ ଜଣ ଯାତ୍ରୀଙ୍କୁ ନେଇ ଅପରାହ୍ନ ପ୍ରାୟ ୩ଟାରେ ଜୈସଲମେର ଛାଡିଥିଲା। ଜୈସଲମେର-ଯୋଧପୁର ରାଜପଥରେ ଯାଉଥିବା ବେଳେ ବସ୍‌ର ପଛ ଭାଗରୁ ଧୂଆଁ ବାହାରିବାକୁ ଲାଗିଲା। ଡ୍ରାଇଭର ରାସ୍ତା କଡ଼ରେ ବସ୍ ଅଟକାଇ ଦେଇଥିଲେ, କିନ୍ତୁ ହଠାତ୍‌ ନିଆଁ ସମ୍ପୂର୍ଣ୍ଣ ଗାଡ଼ିକୁ ଗ୍ରାସ କରିଯାଇଥିଲା। ଏହାପରେ ବସ୍‌ରେ ବସିଥିବା ଯାତ୍ରୀ ପ୍ରାଣ ବିକଳରେ ବସ୍‌ରୁ ବାହାରିବାକୁ ଚେଷ୍ଟା କରିଥିଲେ। ଘଟଣାରେ ୨୦ ଜଣ ଯାତ୍ରୀ ପୋଡ଼ି ହୋଇ ପ୍ରାଣ ହରାଇଥିବା ବେଳେ ୧୬ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ବସ୍‌ରେ ନିଆଁ ଲାଗିବା ପରେ ହଠାତ୍ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଉଦ୍ଧାର କାର୍ଯ୍ୟରେ ସେନା କର୍ମୀମାନେ ମଧ୍ୟ ସାମିଲ୍ ହୋଇଥିଲେ। ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି ରାଜସ୍ଥାନର ଜୈସଲମେରରେ ଏକ ଦୁର୍ଘଟଣାରେ ଜୀବନହାନୀ ଯୋଗୁ ମୁଁ ମର୍ମାହତ। ଏହି କଷ୍ଟକର ସମୟରେ ମୋର ସମବେଦନା ପୀଡ଼ିତ ଲୋକ ଏବଂ ସେମାନଙ୍କ ପରିବାର ସହିତ ରହିଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।