‘ଭାରତ ବୋଧନ ଏଆଇ କନକ୍ଳେଭ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ, ଶିକ୍ଷା ପ୍ରକ୍ରିୟାକୁ ସହଜ କରିବ ‘ବୋଧନ ଏଆଇ’

NEWS7
when-1st-time-gandhi-ji-photo-printed-in-indian-currency

ନୂଆଦିଲ୍ଲୀ ୧୨।୨: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଆୟୋଜିତ 'ଭାରତ ବୋଧନ ଏଆଇ କନକ୍ଲେଭ'ରେ ଯୋଗଦେଇ ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ସାମର୍ଥ୍ୟ ଉପରେ ଆଲୋକପାତ କରିଛନ୍ତି । ଭାରତକୁ ଏକ 'ଏଆଇ ଲିଡର' ଦେଶ ଭାବେ ଗଢିତୋଳିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ଦୋହରାଇ ସେ ଶିକ୍ଷା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶିକ୍ଷା ପ୍ରକ୍ରିୟାକୁ ସହଜ ଓ ପ୍ରଭାବଶାଳୀ କରିବା ପାଇଁ 'ବୋଧନ ଏଆଇ'ର ଶୁଭାରମ୍ଭ କରାଯାଇଛି । ଏହା ଶିକ୍ଷକମାନଙ୍କୁ ସହାୟତା କରିବା ସହ ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ଶିକ୍ଷା ପ୍ରଦାନରେ ସହାୟକ ହେବ । ଏଆଇ କେବଳ ଇଂରାଜୀ ଭାଷାରେ ସୀମିତ ନ ରହି ଭାରତୀୟ ଭାଷାଗୁଡ଼ିକରେ ଉପଲବ୍ଧ ହେବା ଉଚିତ୍ । ଏହା ଦ୍ୱାରା ଗ୍ରାମାଞ୍ଚଳର ଶେଷ ଧାଡ଼ିର ବିଦ୍ୟାର୍ଥୀ ମଧ୍ୟ ନିଜ ମାତୃଭାଷାରେ ଜଟିଳ ବିଷୟଗୁଡ଼ିକୁ ସହଜରେ ବୁଝିପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଭାରତକୁ 'ଏଆଇ -ପ୍ରସ୍ତୁତ' କରିବା ପାଇଁ ଆହ୍ୱାନ ଦେଇଛନ୍ତି । ସେ ମଧ୍ୟ ନୈତିକ, ଦାୟିତ୍ୱସମ୍ପନ୍ନ ଏବଂ ସମାବେଶୀ ଏଆଇର ବିକାଶ ତଥା ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭାରତର ଏଆଇ ନିଜସ୍ୱ ଶୈଳୀରେ ସମାବେଶୀ, ସଂରଚନାରେ ପରସ୍ପର ସହଯୋଗୀ ଏବଂ ସାମର୍ଥ୍ୟରେ ସାର୍ବଭୌମ ହେବ। ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବା ଏବଂ ଶିକ୍ଷକମାନଙ୍କୁ ସହାୟତା କରିବା ପାଇଁ ଆମକୁ ଶିକ୍ଷା କ୍ଷେତ୍ରରେ ଏଆଇକୁ ସାମିଲ କରିବାକୁ ହେବ । ଶିକ୍ଷାର ରୂପାନ୍ତରଣ ଏବଂ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ମୁଁ ସମସ୍ତ ଅଂଶୀଦାରମାନଙ୍କୁ ମାପଯୋଗ୍ୟ ଦାୟିତ୍ୱସମ୍ପନ୍ନ, ନୈତିକ, ସମାବେଶୀ ଏବଂ ଭାରତ-କେନ୍ଦ୍ରିତ ସାର୍ବଭୌମ ଏଆଇ ମଡେଲ୍ ପ୍ରସ୍ତୁତ କରିବାକୁ ଆହ୍ୱାନ ଦେଇଛନ୍ତି ।

ଆଇଆଇଟି ବମ୍ବେ ଏବଂ ଆମେରିକାର କଲମ୍ବିଆ ୟୁନିଭରସିଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହା ମାଧ୍ୟମରେ ମାନୁଫାକଚରିଂ କ୍ଷେତ୍ରରେ ଏଆଇର ବ୍ୟବହାର ପାଇଁ ଏକ ଯୁଗ୍ମ ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ । ଏଆଇ ମାଧ୍ୟମରେ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଓ ନୂତନ ପାଠ୍ୟକ୍ରମର ସରଳିକରଣ ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଆଗାମୀ ଦିନରେ ଦେଶର ୩୦ କୋଟି ଛାତ୍ରଛାତ୍ରୀ ଓ କୋଟି କୋଟି ଶିକ୍ଷକଙ୍କ ପାଇଁ ଏକ ଡିଜିଟାଲ୍ ପବ୍ଲିକ ଇନଫ୍ରାଷ୍ଟ୍ରକଚର ନିର୍ମାଣ କରିବା ସରକାରଙ୍କ ଲକ୍ଷ୍ୟ । ସେ ଆହୁରି କହିଛନ୍ତି ଯେ ୨୦୩୫ ସୁଦ୍ଧା ଭାରତର ଅର୍ଥନୀତିରେ ଏଆଇର ଅବଦାନ ୧.୭ ଟ୍ରିଲିୟନ ଡଲାରରେ ପହଞ୍ଚିବାର ସମ୍ଭାବନା ରହିଛି । ଏଆଇ କେବଳ ଏକ ଟେକ୍ନୋଲୋଜି ନୁହେଁ, ବରଂ ଏହା ଭାରତର 'ଆସ୍ପିରେସନାଲ୍ ଇଣ୍ଡିଆ' ବା ମାନବୀୟ ସମ୍ବଳର ଆକାଂକ୍ଷାକୁ ପୂରଣ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଏହି ଅବସରରେ ସେ ଓଡ଼ିଶାର ଜଣେ ଯୁବକଙ୍କ ଦ୍ୱାରା ପ୍ରସ୍ତୁତ 'ଭତ୍ରୀ' (ଟ୍ରାଇବାଲ ଲାଙ୍ଗୁଏଜ୍) ଏଆଇ ମଡେଲର ଉଦାହରଣ ଦେଇ ଦେଶର ପ୍ରତିଭାକୁ ପ୍ରଶଂସା କରିଛନ୍ତି।