ଲଶ୍କର ଟାର୍ଗେଟରେ ଭାରତ ! ପିଓକେରେ ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍, ସାମ୍ନାକୁ ଆସିଲା ଫଟୋ

NEWS7
whatsapp-privacy-policy-update-indian-government-monitoring

ନୂଆଦିଲ୍ଲୀ, ୦୮/୧୨:କଥାରେ ଅଛି କୁକୁର ଲାଞ୍ଜ କେବେ ସିଧା ହୁଏନି । ଠିକ୍ ସେମିତି ହେଉଛି ପାକିସ୍ତାନ ପ୍ରରୋଚିତ ଆତଙ୍କବାଦ । ଯେତେ ଯାହା କଲେ ବି ନିଜ କଳା କାରନାମାରୁପଛକୁହଟୁନି ପାକିସ୍ତାନ । ଅପରେସନ ସିନ୍ଦୂର ପରେ ସମସ୍ତେ ଭାବିଥିଲେ ପାକିସ୍ତାନ ଏବେ ସୁଧୁରିବ । ସୀମା ପାର୍ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବ ନାହିଁ । କିନ୍ତୁ ଏହାର ଓଟଲା ଘଟଣା ଏବେ ସାମ୍ନାକୁ ଆସିଛି । ପାକିସ୍ତାନ କବଜାରେ ଥିବା କାଶ୍ମୀରରେଲଶ୍କର-ଏ-ତୋଏବା କିଛି ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ଏବେ ଜଣାପଡିଛି । ଲଶ୍କରର ଜିହାଦୀମାନେ ରାଓ୍ୱଲକୋଟ୍ ନିକଟରେ ଲଞ୍ଚପ୍ୟାଡ୍ ତିଆରି କରୁଛନ୍ତି ।

ପହଲଗାମ୍ ଆକ୍ରମଣ ପରେ ଭାରତୀୟ ସେନା ଅପରେସନ ସିନ୍ଦୂରରେ ପିଓକେରେ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁଧ୍ୱଂସ କରିଥିଲା । କିନ୍ତୁ ଏବେ ପିଓକେରେ ନୂଆ ଲଞ୍ଚ୍ ପ୍ୟାଡ୍ ତିଆରି ନେଇ କହିଛନ୍ତି ଲଶ୍କରର ମୁଖପାତ୍ର । ରାଓ୍ୱଲକୋଟର ମରକଜରେ ଏହି ଲଞ୍ଚ୍ ପ୍ୟାଡ୍ ତିଆରି ହୋଇଛି । ତେବେ ଲଶ୍କର ଏହାକୁ ପ୍ରଥମେ ମସଜିଦ ବୋଲି କହିଥିଲା । ପରେ ଲଶ୍କର ମୁଖପାତ୍ରଙ୍କ ମୁହଁରୁ ଭୁଲରେ ଏହା ଲଞ୍ଚ୍ ପ୍ୟାଡ୍ ବୋଲିବାହାରିଯାଇଥିଲା

କେବଳ ଏହି ଗୋଟିଏ ଅଞ୍ଚଳ ନୁହେଁ ପିଓକେର ଅନେକ ସ୍ଥାନରେ ଛୋଟଛୋଟ ଲଞ୍ଚ୍ ପ୍ୟାଡ୍ ପ୍ରସ୍ତୁତ କରାଯାଇଛି । ଏଥିରେ ଆତଙ୍କବାଦୀଙ୍କୁ ଟ୍ରେନିଂ ଦିଆଯାଉଛି । ସେମାନଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି ।

ବହାବଲପୁରରେ ଲଶ୍କର-ଜୈଶ ବୈଠକ

ପାକିସ୍ତାନ ଅନେକ ଅନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉନଥିବା କହୁଛି । କିନ୍ତୁ ସତ କଥା ହେଉଛି ଯେ ଏଠାରେ ଏବେବି ଅନେକ ଆତଙ୍କବାଦୀ ସଙ୍ଗଠନ ଆକ୍ଟିବ୍ ରହିଛନ୍ତି । ସେମାନଙ୍କୁ ସରକାରଙ୍କ ତରଫରୁ ଅନେକ ସୁବିଧା ସୁଯୋଗ ମିଳୁଛି । ଯାହା ବହାବଲପୁରରେ ଦେଖିବାକୁ ମିଳିଛି । ଏଠାରେ ଜୈଶ ଏବଂ ଲଶ୍କରର କିଛି କମାଣ୍ଡର ବୈଠକ କରିଛନ୍ତି ।

ନଭେମ୍ବରତାରିଖରେ ଦୁଇ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ବୈଠକ ହୋଇଥିଲା । ଏଥିରେ ଲଶ୍କରର ଦୁଇ ନମ୍ବର ମୁଖ୍ୟ ସୈଫୁଲହା କସୁରୀ ଯୋଗ ଦେଇଥିଲା। ଅପରେସନ ସିନ୍ଦୂର ପୂର୍ବରୁ ମଧ୍ୟ ଏପରି ଏକ ବୈଠକ ବହାବଲପୁରରେ ହୋଇଥିଲା ।