ଗର୍ଭବତୀ ମହିଳାଙ୍କ ପାଇଁ ମଲ୍‌ରେ ସ୍ଵତନ୍ତ୍ର ‘ପିଙ୍କ୍ ପାର୍କିଂ’, ଲୋକେ କହିଲେ-ଏଭଳି ଚିନ୍ତାଧାରା ସବୁଠି ରହିବା ଉଚିତ୍

NEWS7
what-next-to-dama-rout-after-dismiss-from-bjd

ନୂଆଦିଲ୍ଲୀ ୨୯।୧୨; ବେଙ୍ଗାଲୁରୁର ଏକ ମଲ୍‌ରେ ଗର୍ଭବତୀ ମହିଳାଙ୍କୁ ଧ୍ୟାନରେ ରଖି ଏକ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ଅକ୍ଷୟ ରାଇନା ନାମକ ଜଣେ ବ୍ୟକ୍ତି ତାର ଭିଡିଓକୁ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ସେଥିରେ ସେ ମଲ୍ କର୍ତ୍ତୃପକ୍ଷଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଭିଡିଓରେ ମଲ୍‌ରେ ପାର୍କିଂ ଅଞ୍ଚଳ ମଧ୍ୟରେ ଏକ ଛୋଟ ସାଇନ୍ବୋର୍ଡ ଦେଖିବାକୁ ମିଳୁଛି । ସେଥିରେ ସ୍ପଷ୍ଟ ଭାବେ ସେହି ସ୍ଥାନ ଗର୍ଭବତୀଙ୍କ ଲାଗି ସଂରକ୍ଷିତ ବୋଲି ଲେଖାଯାଇଛି । ସେହି ସ୍ଥାନକୁ ହାଲ୍କା ପିଙ୍କ୍ ଥିମ୍ରେ ମଧ୍ୟ ସଜାଯାଇଛି ।

ଭିଡିଓର କ୍ୟାପସନ୍ରେ ରାଇନା ଲେଖିଛନ୍ତି, ବଡ଼ ସପିଂ ମଲ୍‌ରେ ବେସଣ୍ଟରେ ପାର୍କିଂ ଅନେକ ସମୟରେ ଦ୍ୱନ୍ଦ୍ୱାତ୍ମକ ହୋଇଥାଏ । ଗର୍ଭବତୀଙ୍କ ଲାଗି ଏହା ବେଶ୍ ଯନ୍ତ୍ରଣାଦାୟକ ପାଲଟେ । ଏଭଳିସ୍ଥଳରେ ଗୋଲାପୀ ରଙ୍ଗ ଏବଂ ମଲ୍ କର୍ତ୍ତୃପକ୍ଷ ଯେଉଁ ସାଇନ୍ବୋର୍ଡ ଲଗାଇଛନ୍ତି ତାହାଦ୍ୱାରା ଗର୍ଭବତୀମାନେ ସହଜରେ ସେମାନଙ୍କ ଲାଗି ଉର୍ଦ୍ଦିଷ୍ଟ ପାର୍କିଂ ସ୍ଥାନକୁ ଚିହ୍ନଟ କରିପାରିବେ । ଏହି ଛୋଟ ପଦକ୍ଷେପ ଦ୍ୱାରା ବହୁ ମହିଳା ଉପକୃତ ହେବେ।