ଟି-୨୦ ବିଶ୍ଵକପ୍ ଖେଳିବାକୁ ଭାରତ ଆସିବନି ବାଂଲାଦେଶ ଟିମ୍, ମୁସ୍ତାଫିଜୁରଙ୍କ ବିବାଦ ଉପରେ ନେଲା ବଡ଼ ନିଷ୍ପତ୍ତି

NEWS7
what-does-manushi-chillar-eat-to-maintain-her-figure

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ତିକ୍ତତା ସଂପର୍କ ଏବେ କ୍ରିକେଟ୍ ଉପରେ ପଡ଼ିଛି। ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତିବାଦରେ ଦେଶରେ ଆକ୍ରୋଶ ଉଠିବା ପରେ ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବିଦା କରାଯାଇଛି। ବିସିସିଆଇର ଏମିତି କାର୍ଯ୍ୟାନୁଷ୍ଠାନ ଦେଖି ପ୍ରତିକ୍ରିୟାଶୀଳ ହୋଇ ଉଠିଛି ବାଂଲାଦେଶ କ୍ରିକେଟ୍ ବୋର୍ଡ। ଆଇସିସି ପୁରୁଷ ଟି-୨୦ ବିଶ୍ଵକପ୍ ୨୦୨୬ ଖେଳିବା ପାଇଁ ଭାରତ ଆସିବନି ବାଂଲାଦେଶ ଟିମ୍। ବାଂଲାଦେଶର କ୍ରୀଡ଼ା ପରାମର୍ଶଦାତା ଆସିଫ ନଜରୁଲ ରବିବାର ଏକ୍ସରେ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି। ନଜରୁଲ କହିଛନ୍ତି, ବାଂଲାଦେଶ କ୍ରିକେଟ୍ ବୋର୍ଡ(ବିସିବି)ର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏବେ ସଭିଙ୍କ ନଜର ଏହି ପ୍ରସଙ୍ଗରେ ଆଇସିସି କଣ ଆଭିମୁଖ୍ୟ ଆପଣେଉଛି।

News updating...