ଉଚ୍ଚଶିକ୍ଷା ବିଭାଗର SOP : ସକାଳେ ପରୀକ୍ଷା କର, ଅପରାହ୍ନରେ ଖେଳକୁଦ ପାଇଁ ନିର୍ଦ୍ଦେଶ

NEWS7
what-does-manushi-chillar-eat-to-maintain-her-figure

ଭୁବନେଶ୍ୱର ୦୨।୦୩ : ରାଜ୍ୟରେ ଏବେ ପ୍ରବଳ ଖରାର ସମ୍ଭାବନା । ପାଣିପାଗ ବିଭାଗ ମଧ୍ୟ ହିଟ୍‌ଓ୍ୱେଭ୍‌ର ସତର୍କ ସୂଚନା ଜାରି କରିଛି । ଏସବୁ ଭିତରେ ଉଚ୍ଚଶିକ୍ଷା ବିଭାଗ ମଧ୍ୟ ନୂଆ ଏସ୍‌ଓପି ଜାରି କରିଛି । ଯେଉଁଥିରେ ପରୀକ୍ଷା ଏବଂ କ୍ଲାସ ସଂପର୍କୀତ ନୂଆ ନିୟମ ଜାରି କରାଯାଇଛି । ତେବେ ସେସବୁ କଣ ଆସନ୍ତୁ ଜାଣିବା... 
ଉଚ୍ଚ ଶିକ୍ଷା ବିଭାଗ ଜାରି କରିଥିବା ଏସ୍‌ଓପି ଅନୁସାରେ, ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷାକୁ ସକାଳ କରାଯାଉ । ଏଥିପାଇଁ ସମସ୍ତ ପରୀକ୍ଷା ହଲ୍‌ରେ ବ୍ୟାପକ ପାଣିର ବ୍ୟବସ୍ଥା କରାଯିବା ସହିତ ORS ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ପରିସରରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ପଡ଼ିବ । ସେହିପରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ବାହାରେ ହେବାକୁ ଥିବା ଆୟୋଜନ ବନ୍ଦ କରିବା ସହିତ ଅପରାହ୍ନ ସମୟରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।