ଏମିତି ହେଲା କାରବିଆନ୍ ଟିମ୍‌ର ସ୍ୱାଗତ, ଡାଲା ଅଟୋରେ ବୁହାହେଲା ଖେଳାଳିଙ୍କ ଟ୍ରଲି

Published By : Prameya-News7 Bureau | April 26, 2024 IST

କାଠମାଣ୍ଡୁ ୨୬/୦୪: ୫ ଟିକିଆ ଟି-୨୦ ଖେଳିବା ଲାଗି ନେପାଳରେ ପହଞ୍ଚିଛି ଓ୍ୱେଷ୍ଟଇଣ୍ଡିଜ୍ 'ଏ' ଟିମ୍। ତେବେ ସେଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ବଦଳରେ କରାଯାଇଥିଲା କିଛି ଏମିତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

କହିବାକୁ ଗଲେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଅତି ଦୟନୀୟ ଅବସ୍ଥାରେ କରାଯାଇଥିଲା ସ୍ୱାଗତ । ବିମାନବନ୍ଦର ବାହାରେ ଖେଳାଳିମାନେ ନିଜ ନିଜର କିଟ୍ ଏବଂ ଜିନିଷପତ୍ର ବାହାରେ ଛିଡା ହୋଇଥିବା ଡାଲା ଅଟୋ ପାଖକୁ ଯାଉଛନ୍ତି । ଖାଲି ଗାଡି ନିକଟକୁ ଯାଉନାହାଁନ୍ତି ତ ଗାଡିରେ ନିଜର ସାମାନ ବି ରଖୁଛନ୍ତି । ଗାଡିରେ ଥିବା ଜଣେ ବ୍ୟକ୍ତିଙ୍କୁ ଗୋଟିଏ ପରେ ଗୋଟିଏ ଜିନିଷ ବଢାଉଛନ୍ତି ଖେଳାଳି । 

ଏହା ପରେ ବ୍ୟକ୍ତି ଜଣଙ୍କ ସବୁ ଟ୍ରଲିକୁ ସାଇଜ୍ କରି ରଖୁଛନ୍ତି । କିଟ୍‌ ଦେବାପରେ ଇଣ୍ଡିଜ୍ ଖେଳାଳିମାନେ ବସ୍ ନିକଟକୁ ଆସୁଛନ୍ତି । ବସ୍‌ରେ ଲେଖାହୋଇଛି ଟୁରିଷ୍ଟ ବସ୍ । ହେଲେ ତାହା ମନେ ହେଉଛି କୌଣସି ସାଧାରଣ ବସ୍‌ ଭଳି । ସୂଚନା ଥାଉକି, ନେପାଳ ଓ୍ୱେଷ୍ଟଇଣ୍ଡିଜ୍ 'ଏ' ଟିମ୍ ମଧ୍ୟରେ ଆସନ୍ତା ୨୭ ରୁ ଖେଳାଯିବ ସିରିଜ୍ । ପରବର୍ତ୍ତୀ ମ୍ୟାଚ୍ ୨୮, ମେ ୧, ୨ ଓ ୪ ତାରିଖରେ ଖେଳାଯିବ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.