ବିଜେପିକୁ ପାଣ୍ଡିଆନ୍‌ଙ୍କ ଆହ୍ବାନ, ‘ଦମ୍‌ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ’

Published By : Prameya-News7 Bureau | May 07, 2024 IST

ଭୁବନେଶ୍ବର ୭।୫: ଗଞ୍ଜାମରେ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ମାରାଥନ୍ ପ୍ରଚାର । ଖଲ୍ଲିକୋଟରେ ଅନୁଷ୍ଠିତ ଜନସଭାରେ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ୍ । ସାଧାରଣ ସଭାରେ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚେହେରା କିଏ ? ବିଜେପିକୁ ଆହ୍ବାନ ଦେଉଛି, ଯଦି ଦମ୍ ଅଛି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ ।  ମୁଖ୍ୟମନ୍ତ୍ରୀଙ୍କ ଚୟନ ଓଡ଼ିଶାବାସୀ କରିବେ । ହାଇକମାଣ୍ଡ ଚୟନ କରିପାରିବେ ନାହିଁ, ମୁଖ୍ୟମନ୍ତ୍ରୀ କିଏ ହେବେ । ବିଜେପି ଯାହା ଚାହୁଁଛି ସେୟା ହେଲେ, ୨୦ ରୁ ୨୫ ବର୍ଷ ପଛକୁ ପଳାଇବ ଓଡିଶା I

ନବୀନ ବାବୁ ଉତ୍ତରଦାୟୀ ଓଡିଶାବାସୀଙ୍କୁ । ଆଉ କିଏ ମୁଖ୍ୟମନ୍ତ୍ରୀ ହେଲେ, ନିଜ ବସ୍ ପାଇଁ ଉତ୍ତରଦାୟୀ ରହିବେ । ନବୀନ ବାବୁଙ୍କ ରିମୋଟ୍ ସାଢେ ୪ କୋଟି ଓଡିଶାବାସୀଙ୍କ ହାତରେ ରହିଛି । ଜୁନ୍ ୯ରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପାଣ୍ଡିଆନ୍ କହିଛନ୍ତି ।

ସୋମବାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଭାରେ କହିଥିଲେ ଯେ,  ଡବଲ ଇଞ୍ଜିନ ଚାଲିଥିବା ରାଜ୍ୟରେ ଅର୍ଥନୀତି ଭୁଶୁଡିପଡିଛି । ତେଲ ସରିଗଲା, ଗାଡ଼ି ବନ୍ଦ ହୋଇଗଲା । ଡବଲ ଇଞ୍ଜିନ ଆସିଲେ ୨୦ ବର୍ଷ ପଛକୁ ଯିବ ରାଜ୍ୟ । ନବୀନ ଇଞ୍ଜିନକୁ ଭୋଟ୍ କରନ୍ତୁ, ଶଙ୍ଖ ଚିହ୍ନକୁ ଭୋଟ୍ କରନ୍ତୁ ।  ଜୁନ୍ ୯ରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବେ । 

You Can Read :

ବିଜେପିର ମିଶନ ଓଡିଶା : କେନ୍ଦ୍ରୀୟ ନେତାଙ୍କ ଘନ ଘନ ପ୍ରଚାର, ଆସୁଛନ୍ତି ଶାହ-ରାଜନାଥ-ଗଡକରୀ-ହିମନ୍ତ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.